ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ଉଦବେଗ ପ୍ରକାଶ କଲେ ସନ୍ତୋଷ ସିଂ ସାଲୁଜା

ବିଧାନସଭାରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ତଦନ୍ତ କମିଶନଙ୍କ ଶିଥିଲତାକୁ ନେଇ ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ

  • Share this:
News 18 Odia Digital

ଭୁବନେଶ୍ୱର; ବିଧାନସଭାରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ତଦନ୍ତ କମିଶନଙ୍କ ଶିଥିଲତାକୁ ନେଇ ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ଚାବି ଖୋଲିବାକୁ ଦାବି କରିଛନ୍ତି ସାଲୁଜା ।

ସାଲୁଜା କହିଛନ୍ତି ୨୧ ବର୍ଷରେ ରାଜ୍ୟ ସରକାର ୨୪ଟି କମିଶନ ବସାଇଛନ୍ତି । ବାରମ୍ବାର କମିଶନ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି, ଏ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ସଫଳ ମିଳୁନି । ଆଜି ପର୍ଯ୍ୟନ୍ତ ୮ ଟି କମିଶନଙ୍କ ରିପୋର୍ଟ ଦାଖଲ ହୋଇ ପାରିନି ।

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କମିଶନଙ୍କ ରିପୋର୍ଟରେ ଏଯାଏ ଗୃହରେ ଉପସ୍ଥାପନ କରଯାଇନି । ପ୍ରାୟ ୬ କୋଟି ୨୦ ଲକ୍ଷ ଖର୍ଚ୍ଚ ହୋଇଛି । ଜସିଷ୍ଟ ରଘୁବିର ଦାସ କମିଶନଙ୍କ ରିପୋର୍ଟ ହାଉସରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିବା ସହ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।​
Published by:Soubhagya Mishra
First published: