• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାଜ୍ୟରେ ଆଉ ବିଦ୍ୟୁତ କାଟ୍ ହେଉନି କହିଲେ ଶକ୍ତି ମନ୍ତ୍ରୀ; ଜାତୀୟ ହାର ତୁଳନାରେ ରାଜ୍ୟରେ କମ ଦରରେ ମିଳୁଛି ବିଜୁଳି

ରାଜ୍ୟରେ ଆଉ ବିଦ୍ୟୁତ କାଟ୍ ହେଉନି କହିଲେ ଶକ୍ତି ମନ୍ତ୍ରୀ; ଜାତୀୟ ହାର ତୁଳନାରେ ରାଜ୍ୟରେ କମ ଦରରେ ମିଳୁଛି ବିଜୁଳି

ବିଦ୍ୟୁତ ଭିତ୍ତିଭୂମିର ବିକାଶ ହୋଇପାରିନି। ବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଥିବା ସତ୍ତ୍ବେ ଚଢ଼ା ଦରରେ ଉପୋଭକ୍ତାଙ୍କୁ ବିଦ୍ୟୁତ କିଣିବାକୁ ପଡ଼ିଛି। ଏଭଳି ଭାବରେଗୃହରେ ବିଜୁଳି ତାତି ଦେଖିବାକୁ ମିଳିଛି।

ବିଧାନସଭାରେ ବିଜୁଳି ତାତି ।

ବିଧାନସଭାରେ ବିଜୁଳି ତାତି ।

  • Share this:
News 18 Odia Digital

ଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଜୁଳି ପ୍ରସଙ୍ଗ। ବିଦ୍ୟୁତ ଯୋଗାଣ ନେଇ ଗୃହରେ ଉତ୍ତର ରଖିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟରେ ଆଉ ବିଦ୍ୟୁତ କାଟ୍ ହେଉନି । ବିଜୁଳି ବଳକା ରହୁଛି । ସାରା ଭାରତରେ ବିଦ୍ୟୁତ୍ ଯୋଗାଣ ଦର ଅପେକ୍ଷା ଓଡ଼ିଶାରେ କମ୍ ରହିଛି ।

ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ପିକ ସମୟରେ ୨୦୨୨ ରେ ୧୦ ରୁ ୧୨ ଦିନ ସାମୟିକ ଭାବେ ଅଧ ଘଣ୍ଟାଏ ରୁ ଘଂଟାଏ ବିଜୁଳି କାଟ୍ ହେଉଥିଲା । ଏପ୍ରିଲ ୨୫ ରୁ ଆଉ ବିଜୁଳି କାଟ ହେଉନି । ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାମ ପାଇଁ ବିଜୁଳି ନ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ହାର ତୁଳନାରେ ଦର ଓଡ଼ିଶାରେ କମ ରହିଛି । ରାଜ୍ୟରେ ଗ୍ରାହକଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇ ୯୬ ଲକ୍ଷ ହୋଇଛି । ଗତ ୩ମାସ ଏପ୍ରିଲ ରୁ ଜୁନ ଭିତରେ ବିଜୁଳି ଚାହିଦା ୨୩ ପ୍ରତିଶତ ବଢିଛି । ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇ ଆସୁଛନ୍ତି । ମୂଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଯାହାକୁ ନେଇ କମ୍ପିଛନ୍ତି ବିରୋଧୀ ।

ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗନେଇ ମୋହନ ମାଝୀ କହିଛନ୍ତି ସରକାରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଶକ୍ତି ମନ୍ତ୍ରୀ ଗୃହରେ ଅସତ୍ୟ କହିଛନ୍ତି । ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ । ମରାମତି ନାଁ ରେ ରାଜ୍ୟରେ ଘନ ଘନ ବିଜୁଳି କାଟ୍ ହେଉଛି । ତେଲେଙ୍ଗାନା, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଓଡ଼ିଶା ଅପେକ୍ଷା ଶସ୍ତାରେ ବିଜୁଳି ମିଳୁଛି । ବିଦ୍ୟୁତ ସଂସ୍କାର ପାଇଁ ଦିଆଯାଇଥିବା ୨୦ହଜାର କୋଟି ଟଙ୍କା କୁଆଡେ ଗଲା । ଓଡ଼ିଶାରେ ଆଦାୟ ହେଉଥିବା ବିଦ୍ୟୁତ ବିଲ୍ ଜାତୀୟ ରେଟ ଠାରୁ ଅଧିକ ।

ଜାତୀୟ ହାର ୫.୧୧ ଥିବାବେଳେ ରାଜ୍ୟରେ ୫.୨୨ ପଇସା ରହିଛି । ବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୁଳ ପରିବେଶ ଥିବା ସତ୍ୱେ ଉପଭୋକ୍ତା ଚଢା ଦରରେ କିଣୁଛନ୍ତି । ପରିଚାଳନା ଗତ ବିଭ୍ରାଟ ଯୋଗୁଁ ହଜାର ହଜାର କୋଟି ଟଙ୍କାର କ୍ଷତି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି । ୨୦୦୦ରୁ ୨୦୨୧ ଭିତରେ ୧୩୭ ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ସାରା ରାଜ୍ୟରେ ବିଜୁଳି ସମସ୍ୟା ଲାଗି ରହିଛି । ଛତିଶଗଡ଼, ଦିଲ୍ଲୀ ଟିକେ ବୁଲିକି ଦେଖନ୍ତୁ ସରକାର । ସେଠି କେମିତି ବିଜୁଳି ବିଲ୍ ଆଦାୟ କରାଯାଉଛି । ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି । ଆମର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ ପିଛା ଅଧିକ ଟଙ୍କା ନିଆଯାଉଛି ।
Published by:Soubhagya Mishra
First published: