ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର ଖୋଲିଛି ଇଣ୍ଡଲଜ଼ ମଲ; ମିଳିବ ସବୁ ପ୍ରକାର ବାହାଘର ସାମଗ୍ରୀ

ଭୁବନେଶ୍ୱର ଖୋଲିଛି ଇଣ୍ଡଲଜ଼ ମଲ; ମିଳିବ ସବୁ ପ୍ରକାର ବାହାଘର ସାମଗ୍ରୀ

ଭୁବନେଶ୍ୱର ରୂପାଲି ଛକରେ ନବ ନିର୍ମିତ ଅନୁଜ ଟାଇମସ୍କୋୟାର ବିଲଡିଂରେ ଆରମ୍ଭ ହୋଇଛି ଏକ ସପିଂ ଫ୍ଲୋର ଯାହାର ନାଁ ହେଲା "ଇଣ୍ଡଲଜ ବ୍ରାଇଡ ମଲ" । ବାହାଘର ସମ୍ପର୍କିତ ସମସ୍ତ ଜିନିଷ ଏହି ମଲରେ ଉପଲବ୍ଧ ହେବ ।

ଭୁବନେଶ୍ୱର ଖୋଲିଛି ଇଣ୍ଡଲଜ଼ ମଲ; ମିଳିବ ସବୁ ପ୍ରକାର ବାହାଘର ସାମଗ୍ରୀ
ରାଜଧାନୀରେ ଖୋଲିଛି ଇଣ୍ଡଲଜ ମଲ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 10, 2021, 7:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୋଟିଏ ଛାତ ତଳେ ମିଳୁଛି ବାହାଘରର ସବୁ ଆବଶ୍ୟକୀୟ ସାମଗ୍ରୀ। ବିଶେଷ କରି କନ୍ୟାର ଆଵଶ୍ୟକ ହେଉଥିବା ବ୍ରାଇଡାଲ ମେକ ଅପଠାରୁ ଆରମ୍ଭ କରି ଶାଢ଼ୀ, ଲେହେଁଗା, ମ୍ୟାଚିଂ  ଗହଣା ଆଦି ବିଭିନ୍ନ ସାମଗ୍ରୀ ସହିତ କନ୍ୟାଘର ଆବଶ୍ୟକ କରୁଥିବା ପାରମ୍ପରିକ ସାମଗ୍ରୀ ସମେତ ଧୋବା, ବାରିକ, ଶଙ୍ଖୁଆ ତୁରୀ ବାଦକ ସବୁ କିଛି ତୁରନ୍ତ ମିଳିଯିବା ବ୍ୟବସ୍ଥା। କେଵଳ କନ୍ୟାଘରର ଆବଶ୍ୟକତା ନୁହେଁ,  ବର ପକ୍ଷର ବିବାହ ଉତ୍ସବରେ ଆବଶ୍ୟକ ହେଉଥିବା ସବୁ ସାମଗ୍ରୀ ବି ଏଠି ଉପଲବ୍ଧ । ଭୁବନେଶ୍ୱର ରୂପାଲି ଛକରେ ନବ ନିର୍ମିତ ଅନୁଜ ଟାଇମସ୍କୋୟାର ବିଲଡିଂରେ ଆରମ୍ଭ ହୋଇଛି ଏଭଳି  ସପିଂ ଫ୍ଲୋର ଯାହାର ନାଁ ହେଲା "ଇଣ୍ଡଲଜ ବ୍ରାଇଡ ମଲ" । ଏଭଳି କନସେପ୍ଟରେ ଦେଶରେ ପ୍ରଥମ ଉଦ୍ୟମ ବୋଲି ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି।

'ଇଣ୍ଡଲଜ଼ ବ୍ରାଇଡ଼ ମଲ'ର ପ୍ରତିଷ୍ଠାତା ତଥା ପରିଚାଳିକା ସୁକ୍ରୀତି ପଟ୍ଟନାୟକ କହିଛନ୍ତି," ସାରା ଦେଶରେ ୱାନ୍ ଷ୍ଟପ୍ ମ୍ୟାରେଜ ଡ଼େଷ୍ଟିନେସନ କେଉଁଠି ବି ନାହିଁ। ତେଣୁ ଏଭଳି ବ୍ରାଇଡ଼ ମଲର ପରିକଳ୍ପନା କରାଯିବା ସାରା ଦେଶରେ ଏକ ବ୍ୟତିକ୍ରମ। ସାଧାରଣ ଭାବେ ବାହାଘରରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ସାମଗ୍ରୀ ଯୋଗାଡ଼ କରିବା ନେଇ ଅନେକ ଲୋକ ଅସୁବିଧା ଭୋଗିଥାନ୍ତି । ଗୋଟିଏ ସ୍ଥାନରେ ନୁହେଁ, ବରଂ ଆବଶ୍ୟକ ହେଉଥିବା ବିଭିନ୍ନ ଜିନିଷ କ୍ରୟ କରିବା ପାଇଁ ସେମାନଙ୍କୁ ଏକାଧିକ ଦୋକାନ ବୁଲିବାକୁ ପଡ଼ିଥାଏ । ପରମ୍ପରାକୁ ବଜାୟ ରଖିବା ପାଇଁ ମଧ୍ୟ ବହୁତ ଲୋକେ ସମସ୍ୟାରେ ପଡ଼ିଥାନ୍ତି ।  ମୋଟ ଉପରେ ଗୋଟିଏ ଛାତ ତଳେ ଏଭଳି ମଲର ପରିକଳ୍ପନା କରାଯାଇଛି , ଯାହା ସବୁ ବାହାଘର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ" ।

କନ୍ୟାଘର ସହିତ ବର ଘର ପକ୍ଷ ମଧ୍ୟ ବାହାଘରରେ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ସାମଗ୍ରୀ ଏଠାରେ  ଉପଲବ୍ଧ । ମୋଟ ଉପରେ ବରର ବାହାଘର ପରିପାଟିଠାରୁ ଆରମ୍ଭ କରି ସାଜ୍ଜସଜ୍ଜା ଓ ରୋଷେଇ ବ୍ୟବସ୍ଥା, ମଣ୍ଡପ ବୁକିଂ ସୁବିଧା ମଧ୍ୟ ଏଠାରେ ମିଳୁଛି । ସବୁ ବାହାଘରରେ କନ୍ୟାଘର ବିଭିନ୍ନ ପ୍ରକାର ସାମଗ୍ରୀ ଗୁଡିକୁ ଏକଜୁଟ୍ କରିବା ପାଇଁ ଅସୁବିଧା ହେଉଥିବାରୁ ଏହି ମଲର ନାମ 'ବ୍ରାଇଡ଼ ମଲ' ବୋଲି ରଖାଯାଇଛି । କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଏଭଳି ବ୍ରାଇଡ଼ ମଲ ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ଇଣ୍ଡଲଜ ବ୍ରାଇଡ଼ ମଲ ପକ୍ଷରୁ କୁହାଯାଇଛି।

"ପ୍ରାୟ ୩ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଏଭଳି ମଲର ପରିକଳ୍ପନା କରାଯାଇଛି, ଯେଉଁଥିରେ ବିୟୁଟି ପ୍ରଡ଼କ୍ଟଠାରୁ ଆରମ୍ଭ କରି ଫଟୋଗ୍ରାଫି, ନିମନ୍ତ୍ରଣ କାର୍ଡ଼ ଛପାଇବା, ମଣ୍ଡପ ବୁକିଂ , ରୋଷେଇ ସାମଗ୍ରୀ ଓ ରୋଷେୟା ଯୋଗାଡ଼ କରିବା ସବୁ ବ୍ୟବସ୍ଥା ରହିଛି। ଏହା ସହିତ ଡ଼୍ରେସ ଡ଼ିଜାଇନର, କନ୍ୟା ପାଇଁ ନେଲ ଏକ୍ଟଟେଂସନ, କଣ୍ଟେଣ୍ଟ କ୍ରିଏଟର ତଥା ଡ଼ିଜାଇନର ସୁବିଧା ଦରରେ ମିଳିପାରିବ," କହିଛନ୍ତି ମଲର ମୁଖ୍ୟ।

ପରିଚାଳିକା ସୁକ୍ରୀତି ପଟ୍ଟନାୟକ କହିଛନ୍ତି," ଅନେକ ସମୟରେ ବାହାଘରରେ ନିଜର ମେକ୍‌ଅପକୁ ନେଇ ଅଧିକାଂଶ ଝିଅମାନଙ୍କୁ ଏକାଧିକ ସ୍ଥାନକୁ ଯିବାକୁ ପଡ଼ିଥାଏ । ଯେମିତି କି ବ୍ରାଇଡ଼ାଲ ମେକ୍‌ଅପ୍ ପୂର୍ବରୁ ଦେହର ଚର୍ମ, ଦାନ୍ତ,ନଖ ଆଦିର ଯତ୍ନ ନେବାକୁ ଆବଶ୍ୟକ ହୋଇଥାଏ । ଏହାସହିତ ବାହାଘରରେ କେଉଁଭଳି ଡ଼୍ରେସ ଡ଼ିଜାଇନ୍ ହେବା ଉଚିତ୍ ତାକୁ ନେଇ ମଧ୍ୟ ଅନେକ ଦ୍ବନ୍ଦ୍ୱରେ ପଡ଼ିଥାନ୍ତି । ତେଣୁ ଇନ୍‌ଡ଼ଲଜ ବ୍ରାଇଡ଼ ମଲ ପକ୍ଷରୁ ଗୋଟିଏ ଛାତ ତଳେ ଏଭଳି ସମସ୍ତ ଆବଶ୍ୟକତା ପୂରଣ କରିବାର ବ୍ୟବସ୍ଥା ରହିଛି । ଦେଶର ସବୁଠାରୁ ଭଲ ବ୍ରାଣ୍ଡର ପ୍ରସାଧାନ ସାମଗ୍ରୀ ମଧ୍ୟ ଏହି ମଲରେ ଉପଲବ୍ଧ"।

ଏଭଳି ଏକ ଉଦ୍ୟମ ସ୍ୱାଗତଯୋଗ୍ୟ ଓ ବହୁ ଆଗରୁ ଏହାର ଆବଶ୍ୟକତା ଥିଲା ବୋଲି ମତ ରଖିଛନ୍ତି ଏକାଧିକ ଭୁବନେଶ୍ୱରବାସିନ୍ଦା । ଭୁବନେଶ୍ୱର ଶହୀଦନଗର ବାସିନ୍ଦା ରାନୁ ଶର୍ମା କହିଛନ୍ତି,"ବାହାଘର ସମୟରେ ଉଭୟ ବର ଓ କନ୍ୟା ପକ୍ଷ ଚାପଗ୍ରସ୍ତ ଥାନ୍ତି । ବିଶେଷକରି ବାହାଘର ପାଇଁ ସମସ୍ତ ଆୟୋଜନ କରିବାକୁ ଅନେକ ନାକେଦମ ହୋଇଥାନ୍ତି । ଭିନ୍ନ ଭିନ୍ନ ସ୍ଥାନରୁ ସାମଗ୍ରୀ କିଣିବାକୁ ପଡ଼ୁଥିବାରୁ ବାହାଘର ସମୟରେ ଆବଶ୍ୟକ ହେଉଥିବା ସାମଗ୍ରୀକୁ ମଧ୍ୟ ବାଦ୍ ଦେବାକୁ ପଡ଼ିଥାଏ । ତେଣୁ ଏଭଳି ୱାନ୍‌ଷ୍ଟପ୍ ଡ଼େଷ୍ଟିନେସନ ଆବଶ୍ୟକତା ରହିଥିଲା ଯାହା ଏବେ ପୂରଣ ହୋଇପାରିଛି
Published by: Soumya Das
First published: November 10, 2021, 7:20 PM IST