ଓଡ଼ିଶାର ପ୍ରଥମ ମହିଳା ଶିଳ୍ପ ଉଦ୍ୟୋଗୀ ମେଳାର ପ୍ରଭାବ; ଦେଶର ୫ ପ୍ରମୁଖ ସହରରେ ହେବ ଆୟୋଜନ

ଆୟୋଜକଙ୍କ ଯୁକ୍ତି ପ୍ରଥମ ମେଳାର ସଫଳ ଆୟୋଜନ କାରଣରୁ ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିପାରିଛି ଆଇ.ଡ଼ବ୍ଲୁ.ଇ.ସି.। ଏହି ସଫଳତା ହାସଲ ସହିତ ବିଦେଶରେ ମଧ୍ୟ ପହଞ୍ଚି ପାରିଛି ମହିଳା ଉଦ୍ୟୋଗୀ ପରିଷଦର ଉଦ୍ୟମ।

ଓଡ଼ିଶାର ପ୍ରଥମ ମହିଳା ଶିଳ୍ପ ଉଦ୍ୟୋଗୀ ମେଳାର ପ୍ରଭାବ

ଓଡ଼ିଶାର ପ୍ରଥମ ମହିଳା ଶିଳ୍ପ ଉଦ୍ୟୋଗୀ ମେଳାର ପ୍ରଭାବ

  • Share this:
News18 Odia Digital

ଭୁବନେଶ୍ବର: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ର ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଡ଼ବ୍ଲୁ.ଇ.ସି) ପକ୍ଷରୁ ଆସନ୍ତା ଜୁନରେ ଦେଶର ୫ଟି ସହରରେ ଆୟୋଜନ ହେବ ମହିଳା ମେଳା। ଏହି ସହର ଗୁଡିକ ହେଲା ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା ଓ ପୁଣେ। ନିକଟରେ ମହିଳା ବିଜନେସ ମେଳାର ସଫଳତା ପରେ ଜାତୀୟ ସ୍ତରରେ ପାଦ ଥାପିବାକୁ ଆଇ.ଡ଼ବ୍ଲୁ.ଇ.ସି ଏହି ଉଦ୍ୟମ ଆରମ୍ଭ କରିବ ବୋଲି ସ୍ପଷ୍ଟ କରିଛି।

ଭୁବନେଶ୍ୱର ଜନତା ମଇଦାନରେ ମେ ମାସ ପ୍ରଥମ ସପ୍ତାହରେ ଆୟୋଜିତ ହୋଇଥିଲା ଭାରତର ଏହି ପ୍ରଥମ ମହିଳା ବିଜନେସ ମେଳା, ଯାହାକୁ ନେଇ ଆୟୋଜକମାନେ ବେଶ ଉତ୍ସାହିତ। ଆୟୋଜକଙ୍କ ଯୁକ୍ତି ଏହି ପ୍ରଥମ ମେଳାର ସଫଳ ଆୟୋଜନ କାରଣରୁ ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି ଆଇ.ଡ଼ବ୍ଲୁ.ଇ.ସି। ଏହି ସଫଳତା ହାସଲ ସହିତ ବିଦେଶରେ ମଧ୍ୟ ପହଞ୍ଚି ପାରିଛି ମହିଳା ଉଦ୍ୟୋଗୀ ପରିଷଦର ଉଦ୍ୟମ। ଆଗକୁ ଲକ୍ଷ୍ୟ ଏହି ସଙ୍ଗଠନ ଜରିଆରେ ଓଡ଼ିଶା ମଡ଼େଲଙ୍କୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଜାତୀୟ ଇକୋସିଷ୍ଟମ ବିକାଶ କରିବା।

ଆଇ.ଡ଼ବ୍ଲୁ.ଇ.ସି.ର ସୂଚନା ଅନୁସାରେ, ଆସନ୍ତା କିଛି ମାସ ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ପୁଣେ ଓ ବେଙ୍ଗାଲୁରୁ ଆଦି ବିଭିନ୍ନ ସହରରେ ଆୟୋଜନ ହେବ ଅନୁରୂପ ମେଳା। ଏ ନେଇ ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁର୍କିତ୍ତି ପଟ୍ଟନାୟକ କହିଛନ୍ତି, ‘‘ମହିଳା ବିଜନେସ ମେଳାର ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୫୦ ଷ୍ଟଲ। ମାତ୍ର ୭ ଦିନ ଭିତରେ ପ୍ରାୟ ୧ ଲକ୍ଷ ଦର୍ଶକ ବୁଲି ଦେଖିଥିଲେ ଏହି ମେଳା। ଏହି ମେଳା ଟ୍ୱିଟରରେ ୩ ନଂ ସ୍ଥାନରେ ଟେଣ୍ଡ କରୁଥିଲା। ଏଥିରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ, ଅଭନେତ୍ରୀ ଲାରା ଦତ୍ତ ଓ ବଲିଉଡ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ବିଭିନ୍ନ ମହିଳା ସଦସ୍ୟଙ୍କ ଯୋଗଦାନ ମେଳାର ପରିଚୟକୁ ଆହୁରି ଉପରକୁ ନେଇପାରିଛି।

ସେ ସ୍ପଷ୍ଟ କରିଛନ୍ତି ଯେ, ମହିଳା ଉଦ୍ୟୋଗୀଙ୍କ ସମେତ ରାଜନେତା, ବିଧାୟକ, କର୍ପୋରେଟ୍ ହାଉସ୍ ଓ ଅମଲାତନ୍ତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବଡ଼ କଥା ହେଲା ୫ ଦିନିଆ ଏହି ମେଳାରେ ସାଢ଼େ ୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଏହା ସହ ଚଳିତ ଆର୍ଥିକ ବର୍ଷରେ ୧୨ କୋଟି ଟଙ୍କା ସମ୍ଭାବନା ଥିବା ନୂଆ ବ୍ୟବସାୟ ସୁଯୋଗ ଆଣିଦେଇଛି।

ଏହି ମେଳା ଦ୍ୱାରା ରାଜ୍ୟର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ବ୍ୟବସାୟକୁ ପ୍ରଶସ୍ତୀକରଣ କରିବା ସହ ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ବାଣିଜ୍ୟ ସ୍ଥରରେ ଯୋଡ଼ି ହୋଇପାରିଛନ୍ତି। ମେଳା ଶେଷ ହେବା ପୂର୍ବରୁ ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି, ଯାହା ଉତ୍ସାହଜନକ। ଆସନ୍ତା କିଛି ମାସ ଭିତରେ ମହିଳା ଉଦ୍ୟୋଗୀ ପରିଷଦରେ ଆଉ ୧୦୦ ମହିଳା ଉଦ୍ୟୋଗୀ ଯୋଗ ଦେବେ ଯାହା ଆମର ଶକ୍ତି ଅଧିକ ବଢାଇ ଦେବ।

ମୋଟ ଉପରେ ସାରା ଦେଶରେ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ ପାଲଟିଛି ଯାହା ସମସ୍ତଙ୍କୁ ଉତ୍ସାହିତ କରିଛି ବୋଲି ପୂରା ମହିଳା ଟିମ ସଦସ୍ୟ ମତ ରଖିଥିଲେ।
Published by:Lipina Das
First published: