ରଙ୍ଗ କଳା କାରଣଙ୍କୁ ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାର କଲେ ସ୍ୱାମୀ

୨୦୨୦ ମସିହାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାକିଛି । ପରିବାର ଅଦାଲତରେ ଏହି ମାମଲା ଥିବାରୁ ଦୁହେଁ ଏକାଠି ରହିବେ ବା ଅଲଗା ସେନେଇ କୋର୍ଟ ନିଷ୍ପତ୍ତି ନେବେ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣା ପଡ଼ିଛି ।

ରଙ୍ଗ କଳା କାରଣଙ୍କୁ ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାର କଲେ ସ୍ୱାମୀ

ରଙ୍ଗ କଳା କାରଣଙ୍କୁ ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାର କଲେ ସ୍ୱାମୀ

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର; ପତ୍ନୀ ଓ ଝିଅଙ୍କ ଶରୀର ରଙ୍ଗ କଳା ବୋଲି ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଲେ । ତେଣୁ ୬ ବର୍ଷର ଝିଅକୁ ଧରି ପତ୍ନୀ ସ୍ୱାମୀଙ୍କ ଘର ସମ୍ମୁଖରେ  ଧାରଣାରେ ବସିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେବାକୁ ମିଳିଛି ସିଂଲା ଥାନା ଅନ୍ତର୍ଗତ ତାଡ଼ଦା ଗ୍ରାମରେ ।

ଅଭିଯୋଗ ଅନୁସାରେ ତାଡ଼ଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜତିକାପାଳ ଗ୍ରାମର ଜ୍ୟୋତ୍ସ୍ନା ଦାସଙ୍କୁ ବୈଦିକ ରାତିରେ ବିବାହ ହୋଇଥିଲେ । ମାତ୍ର ଜ୍ୟୋସ୍ନାଙ୍କ ଶରୀର ରଙ୍ଗ କଳା ଏବଂ ଦେଖିବାକୁ ଅସୁନ୍ଦର ହୋଇଥିବାରୁ ବିବାହ ପରଠୁ ସ୍ଵାମୀ, ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ଏପରିକି ଚନ୍ଦନ ଜ୍ୟୋସ୍ନାଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ । ଏନେଇ ସିଂଲା ଥାନାରେ ଅଭିଯୋଗ ହେବା ସହ ବିଭିନ୍ନ ସମୟରେ ସମାଧାନ ମଧ୍ୟ ହୋଇଥିଲା । ମାତ୍ର ଚନ୍ଦନ କୌଣସି କଥା ନଶୁଣି ପୂର୍ବ ଭଳି ଜ୍ୟୋସ୍ନାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ବୋଝ ଉପରେ ନଳିତା ବିଡ଼ା ସଦୃଶ ବିବାହର ଦୁଇ ବର୍ଷ ପରେ ଝିଅଟିଏ ଜନ୍ମ ହୋଇଥିଲା । ଝିଅର ରଙ୍ଗ ମଧ୍ୟ କଳା ହୋଇଥିବାରୁ ଶାଶୁଘର ଲୋକ ଏବଂ ସ୍ଵାମୀଙ୍କର ରୋଷର ଶିକାର ହୋଇଥିଲେ ଜ୍ୟୋତ୍ସ୍ନା । ସେହିଦିନଠୁ ଆରମ୍ଭ ହୋଇଥିଲା ଅମାନୁଷିକ ଶାରୀରିକ ତଥା ମାନସିକ ନିର୍ଯାତନା ।

ତେବେ ୩୧ ତାରିଖ ଦିନ ୬ ବର୍ଷର ଝିଅ ଦୀପାଳିର ଦେହ ଅସୁସ୍ଥ ହେବାରୁ ଜ୍ୟୋତ୍ସ୍ନା ଝିଅକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସୁସ୍ଥ ହେବା ପରେ ଜ୍ୟୋତ୍ସ୍ନା ବୁଧବାର ସକାଳେ ଝିଅକୁ ଧରି ଘରକୁ ଫେରିଥିଲେ । ମାତ୍ର ଜ୍ୟୋସ୍ନାଙ୍କୁ ସ୍ୱାମୀ ତାଙ୍କୁ ଘରକୁ ଯିବାକୁ ନଦେଇ ଗେଟ୍‌ରେ ତାଲା ପକାଇ ଦେଇଥିଲେ । ଏହାପରେ କୌଣସି ଉପାୟ ନପାଇ ଉଭୟ ମା’, ଝିଅ ଭୋକ ଉପବାସରେ ଗେଟ୍ ସମ୍ମୁଖରେ ବସିଥିଲେ । ରାତିରେ ଭୟ ଲାଗିବାରୁ ଘର ନିକଟ ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ ବୋଲି କହିଛନ୍ତି । ତେବେ ଗୁରୁବାର ସକାଳେ ମା', ଝିଅ ଶିବ ମନ୍ଦିରରୁ ଆସି ଘରକୁ ଯିବା ପାଇଁ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କୁ ମାଡ଼ ମାରିବା ସହିତ ଘର ଗେଟ୍‌ରେ ତାଲା ପକାଇ ପଳାଇଥିଲେ । ମା' କୁନି ଝିଅକୁ ଧରି ନ୍ୟାୟ ଅପେକ୍ଷାରେ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ସେ ସିଂଲା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ସେପଟେ ଏନେଇ ସିଂଲା ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୦ ରୁ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଛି । ପରିବାର ଅଦାଲତରେ ଏହି ମାମଲା ଥିବାରୁ ଦୁହେଁ ଏକାଠି ରହିବେ ବା ଅଲଗା ସେନେଇ କୋର୍ଟ ନିଷ୍ପତ୍ତି ନେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣା ପଡ଼ିଛି ।
Published by:Soubhagya Mishra
First published: