News 18 Odia Digital
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ଆସିଥିବା ତାପମାତ୍ରା ରେକର୍ଡରେ ରାଜଧାନୀ ଭୁବନେଶ୍ବର (bhubaneswar) ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଟାଣ ଖରାରେ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ମୁଖ୍ୟରାସ୍ତା ଗୁଡିକୁ ଛାଡିଦେଲେ ଅଧିକାଂଶ ରାସ୍ତା ଘାଟ ଖାଁ ଖାଁ ଦେଖାଯାଉଛି ।
ତେବେ ଆସନ୍ତୁ ଜାଣିବା କେଉଁଠି କେତେ ତାପମାତ୍ରା ରେକର୍ଡ ହୋଇଛି ।ଭୁବନେଶ୍ୱର: ୪୧.୦ ଡ଼ିଗ୍ରୀ, ଝାରସୁଗୁଡା: ୪୧.୦ ଡ଼ିଗ୍ରୀ, ସମ୍ବଲପୁର: ୪୦.୬ ଡ଼ିଗ୍ରୀ, ଚାନ୍ଦବାଲି: ୪୦.୦ ଡ଼ିଗ୍ରୀ, ହୀରାକୁଦ: ୩୯.୪ ଡ଼ିଗ୍ରୀ, କେନ୍ଦୁଝର: ୩୭.୨ ଡ଼ିଗ୍ରୀ, ବାଲେଶ୍ୱର: ୩୫.୮ ଡ଼ିଗ୍ରୀ, ଗୋପାଳପୁର: ୩୪.୮ ଡ଼ିଗ୍ରୀ, ପୁରୀ:୩୩.୬ ଡ଼ିଗ୍ରୀ, ପାରାଦୀପ:୩୨.୦ ଡ଼ିଗ୍ରୀ ।
ଆହୁରି ୨୪ଘଣ୍ଟା ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ୯ ଜିଲ୍ଲା ପାଇଁ ଆଲର୍ଟ (alert) ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଡ଼ କଥା ହେଲା, ଆସନ୍ତାକାଲିଠାରୁ କମିବ ଗ୍ରୀଷ୍ମ ପ୍ରବାହ, ହେଲେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏପ୍ରିଲ ମାସରେ ୪୦ ଡିଗ୍ରୀ ସ୍ୱାଭାବିକ ତାପମାତ୍ରା (temperature) ରହିଥାଏ । ତେଣୁ ଆଗକୁ ବି ଏହି ତାପମାତ୍ରା ଆଭ୍ୟନ୍ତରୀଣରେ ବଜାୟ ରହିବ। ନିମ୍ନଚାପ ରେଖା ଉତ୍ତର ପୂର୍ବ ଝାଡ଼ଖଣ୍ଡରୁ ବାହାରି ଓଡ଼ିଶା ଦେଇ ଗତି କରୁଛି । ପ୍ରଭାବରେ ଆସନ୍ତାକାଲି ବିଜୁଳି ଘଡଘଡି ସହ ବର୍ଷା (rain) ଆରମ୍ଭ ହେବ । ଆସନ୍ତା ୫ ଦିନ ଯାଏଁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶା ନିକଟରେ ଏକ ଗୁରୁଚାପ ବଳୟ ରହୁଛି । ଫଳରେ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ । ପଶ୍ଚିମ, ଉତ୍ତର-ପଶ୍ଚିମରୁ ଗରମ ଓ ଶୁଷ୍କ ବାୟୁ ରାଜ୍ୟକୁ ଆସିବ ନାହି । ଗ୍ରୀଷ୍ମ ପ୍ରବାହ କମିବା ସହ ଅପରାହ୍ନରେ ବର୍ଷା ଅନୁଭୂତ ହେବ ।
କାଲିଠୁ କମିବ ତାତି !
ଆହୁରି ୨୪ଘଣ୍ଟା ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୯ ଜିଲ୍ଲା ପାଇଁ ପାଣିପାଗ ବିଭାଗର ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲିଠାରୁ ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବ ବୋଲି ଆକଳନ କରାଯାଉଛି । କିନ୍ତୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ (change) ହେବନାହିଁ । ଆସନ୍ତା ୫ଦିନ କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଥିବାବେଳେ ଆଉ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ଖବର ପଢ଼ନ୍ତୁ -
MS Dhoniଙ୍କୁ କିସ୍ କରିଦେଲେ ବୟସ୍କା ଫ୍ୟାନ୍: ଆଉ ତାପରେ...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।