ବୀର ହରେକୃଷ୍ଣପୁର ଛକରେ ଉଡିଲା ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା

୧୦୮ ଫୁଟର ଐତିହ୍ୟ ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବୀର ହରେକୃଷ୍ଣପୁର ଛକ ନିକଟରେ ଐତିହ୍ୟ ସମ୍ପର୍ଣ୍ଣ ପତାକା ଲଗାଯାଇଛି ।

ବୀର ହରେକୃଷ୍ଣପୁର ଛକରେ ଉଡିଲା ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା

ବୀର ହରେକୃଷ୍ଣପୁର ଛକରେ ଉଡିଲା ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ: ବୀର ହରେକୃଷ୍ଣପୁର ଛକରେ ଉଡିଛି ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା । ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟର ଐତିହ୍ୟ ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବୀର ହରେକୃଷ୍ଣପୁର ଛକ ନିକଟରେ ଐତିହ୍ୟ ସମ୍ପର୍ଣ୍ଣ ପତାକା ଲଗାଯାଇଛି । ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦ ଯୋଗ ଦେବା ସହ ପତାକା ଉତ୍ତୋଳନ ଦୃଶ୍ୟ ଦେଖି ଭାବବିହ୍ଵଳ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ, ଯୁବକ ।

ଏହି ଖବର ପଢ଼ନ୍ତୁ - http://ସମ୍ବଲପୁରରେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଲେ ଚାଷୀ; ଷ୍ଟ୍ରବେରୀ କଲା ଲକ୍ଷପତି

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ତରଫରୁ ଏଯାବତ ୧୦୬ଟି ସ୍ଥାନରେ ଏହି ସ୍ମାରକୀ ଜାତୀୟ ପତାକା ସ୍ଥାପନ କରାଯାଇଛି । ବୀରହରେକୃଷ୍ଣପୁର ଛକରେ ଏହି ଜାତୀୟ ପତାକା ଶୋଭା ପାଉଛି । ଓଡ଼ିଶାରେ ପୂର୍ବରୁ ବଡ଼ବିଲ, ସୁନ୍ଦରଗଡ଼ର ବଣେଇ, ଭୁବନେଶ୍ୱର କିସ ପରିସରରେ ଏହି ସ୍ମାରକୀ ସ୍ଥାପନ କରାଯାଇଛି । ପୁରୀରେ ୧୦୮ ଫୁଟ ଉଚ୍ଚରେ ୩୬ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଏହି ପତାକାକୁ ସ୍ଥାପନ କରାଯାଇଛି । ପ୍ରାୟ ଦେଢ଼ ଟନ ଓଜନର ସ୍ତମ୍ଭ ଉପରେ ଉଡୁଛି ଦେଶର ସ୍ୱାଭିମାନର ପ୍ରତୀକ ଏହି ସ୍ମାରକୀ ଜାତୀୟ ପତାକା । ପ୍ରାୟ ୨୫୦ କିମି ବେଗ ପର୍ଯ୍ୟନ୍ତ ପବନକୁ ମଧ୍ୟ ସହ୍ୟ କରିପାରିବ ଏହି ପତାକା ।

ଏହି ଖବର ପଢ଼ନ୍ତୁ - http://ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି : ବିଜେପି

ଶିଳ୍ପପତି, କ୍ରୀଡ଼ାବିତ ତଥା ସାଂସଦ ନବୀନ ଜିନ୍ଦଲ ସୁପ୍ରିମକୋର୍ଟରେ ଆଇନଗତ ଲଢେଇ ଜିତିବା ପରେ ବର୍ଷର ସମସ୍ତ ଦିନ ଗର୍ବର ସହ ଜାତୀୟ ପତାକା ପ୍ରଦର୍ଶିତ କରିବା ପାଇଁ ଭାରତୀୟଙ୍କୁ ଅଧିକାର ମିଳିଛି । ଅଧିକରୁ ଅଧିକ ଭାରତୀୟଙ୍କ ଦ୍ୱାରା ତିରଙ୍ଗା ପ୍ରଦର୍ଶନକୁ ଲୋକପ୍ରିୟ କରିବା ପାଇଁ ପତ୍ନୀ ସାଲୁ ଜିନ୍ଦଲଙ୍କ ସହ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ପ୍ରତିଷ୍ଠା କରାଯାଇଛି । ସମଗ୍ର ଭାରତବର୍ଷରେ ୧୦୦ରୁ ଉର୍ଦ୍ଧ୍ୱ ତିରଙ୍ଗା ସ୍ଥାପନ କରିଛି ଫାଉଣ୍ଡେସନ । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ନିରନ୍ତର ପ୍ରୟାସ କରୁଛି ଫାଉଣ୍ଡେସନ ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମସ୍ତଙ୍କୁ ଦେଶ ଓ ଦେଶ ସ୍ୱାଭିମାନର ପ୍ରତୀକ, ଜାତୀୟ ପତାକାର ସମ୍ମାନ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ଶ୍ରୀ ଜିନ୍ଦଲ ।ଅନ୍ୟପଟରେ ସତ୍ୟକୁ ହଇରାଣ କରାଯାଇପାରେ ମାତ୍ର ପରାଜିତ ନୁହେଁ ବୋଲି କହିବା ସହ ମନରେ ଦେଶ ପ୍ରେମ ଥିଲେ ସମ୍ମାନ, ସ୍ୱାଭିମାନ ଓ ମାତୃଭୂମି ଗର୍ବକୁ ନେଇ ମୁଣ୍ଡ ଉଠେଇ ଜିଇଁ ହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେପଟେ ଏହି ଦୃଶ୍ୟକୁ ଦେଖି ଆତ୍ମବିଭୋର ଓ ଗର୍ବିତ ହୋଇଛନ୍ତି ଉପସ୍ଥିତ ଜନତା ।
Published by:Soubhagya Mishra
First published: