ରାଜଧାନୀରେ ଆରମ୍ଭ ହେଲା ହାଇ ବଜେଟ ସର୍ଟ ଓଡ଼ିଆ ମ୍ୟୁଜିକାଲ ଫିଲ୍ମ 'ଜାନୀୟା'; ନୂଆବର୍ଷରେ ରିଲିଜ ହେବ
ମୋଟ ୧୫ ମିନିଟ ଅବଧି ବିଶିଷ୍ଟ ଏହି ସର୍ଟ ମ୍ୟୁଜିକାଲ ଫିଲ୍ମରେ ଲଭ, ରୋମାନ୍ସ, ଡ୍ରାମା, ଆକ୍ସନ, ସସ୍ପେନ୍ସ ଓ ଇମୋସନ ଅଛି । ରବିବାର ଠାରୁ ଭୁବନେଶ୍ୱରର ଜୟଦେବ ବାଟୀକାରେ ଏହାର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଆଗାମୀ ୪ ଦିନ ଭିତରେ ଏହାର ସୁଟିଂ ସରିବ।

ରାଜଧାନୀରେ ଆରମ୍ଭ ହେଲା ହାଇ ବଜେଟ ସର୍ଟ ଓଡ଼ିଆ ମ୍ୟୁଜିକାଲ ଫିଲ୍ମ 'ଜାନୀୟା'
- News18 Odia
- Last Updated: December 14, 2020, 4:07 PM IST
ଭୁବନେଶ୍ୱର: ନୂଆବର୍ଷ ପହିଲାରେ ୟୁଟିୟୁବ ଫୋରମରେ ମୁକ୍ତିଲାଭ କରିବାକୁ ଯାଉଛି ଓଲିଉଡ଼ ଇଣ୍ଡଷ୍ଟ୍ରୀର ଏ ପର୍ଯ୍ୟନ୍ତ ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ଫିଲ୍ମ କୁହାଯାଉଥିବା "ଜାନୀୟ।"। ଗତକାଲି ଅର୍ଥାତ ରବିବାର ଭୁବନେଶ୍ୱର ସ୍ଥିତ ଜୟଦେବ ବାଟିକାରେ ଏହାର ସୁଟିଂ ଆରମ୍ଭ ହୋଇଛି । "ନିହାର ନମନ" ଫିଲ୍ମସ ବ୍ୟାନରରେ ନିର୍ମିତ ତଥା 'ଲିପୁ- ସିପୁ' ପ୍ରଯୋଜିତ ଏହି ସର୍ଟ ମୁଭି ଦର୍ଶକ ଗ୍ରହଣୀୟତା ହସଲ କରିବ ବୋଲି ପୂରା ୟୁନିଟ ଆଶା କରିଛି ।
"ଉଭୟ ସିନେମା ଓ ଧାରାବାହିକରେ ମୁଁ ଅଭିନୟ କରିଛି । କିନ୍ତୁ ମ୍ୟୁଜିକାଲ ମୁଭି, ତାହା ପୁଣି ସର୍ଟ, ରେ ଅଭିନୟ କରିବା ଅନୁଭବ ହେଉଛି ପ୍ରଥମ । କାରଣ ଏଥିରେ ମ୍ୟୁଜିକ ସହିତ ଡାଏଲଗ ମଧ୍ଯ ଅଛି । କୋଭିଡ ନିୟମ କାରଣରୁ ଏବେ ଦର୍ଶକ ହଲକୁ ଯିବାଜୁ ପସନ୍ଦ କରୁନାହାନ୍ତି । ତେଣୁ ୟୁଟ୍ୟୁବ ଭଳି ଫୋରମରେ ଏହା ମୁକ୍ତିଲାଭ କରୁଥିବାରୁ ଏହାକୁ ଲୋକେ ପସନ୍ଦ କରିବେ ବୋଲି ମୋର ଆଶା, " କହିଛନ୍ତି ଏହି ସର୍ଟ ମ୍ୟୁଜିକାଲ ଫିଲ୍ମର ନାୟକ ଭୂମିକାରେ ଥିବା ଶୁଭାଶିଷ ମହାକୁଡ଼ ଓରଫ ମଣ୍ଟୁ ।
"ସର୍ଟ ମ୍ୟୁଜିକାଲ ମୁଭିରେ ଅଭିନୟ କରିବା ହେଉଛି ଏହା ମୋର ପ୍ରଥମ ଅନୁଭବ । କାରଣ ଏହାର ରିଲିଜିଂ ଫ୍ଲୋର ଓ ଦର୍ଶକ ସ୍ୱତନ୍ତ୍ର । ଆଶା ଦର୍ଶକ ଏହାକୁ ପସନ୍ଦ କରିବେ," କହିଛନ୍ତି ଏହି ସର୍ଟ ମ୍ୟୁଜିକାଲ ଫିଲ୍ମର ନାୟିକା ଭୂମିକାରେ ଥିବା ପୁନମ ମିଶ୍ର ।
"ସର୍ଟ ମ୍ୟୁଜିକାଲ ମୁଭି ହେଲେ ବି ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ମୋର ଆଶା । ଏଥିରେ ମୋତେ ଦର୍ଶକ ନୂଆ ଗେଟପରେ ଦେଖିବେ । ଆଶା ଦର୍ଶକଙ୍କୁ ଏହା ଭଲ ଲାଗିବ, " କହିଛନ୍ତି ଏହି ସର୍ଟ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ମିହିର ସ୍ୱାଇଁ ।
ପ୍ରଡ଼କ୍ସନ ଟିମର ସୂଚନା ଅନୁସାରେ ଏହି ସର୍ଟ ମ୍ୟୁଜିକାଲ ମୁଭି ବା ଫିଲ୍ମର ମୋଟ ଅବଧି ହେଉଛି ୧୫ ମିନିଟ । ଏହି ୧୫ ମିନିଟର ଫିଲ୍ମ ଭିତରେ ଅଛି ଉଭୟ ମ୍ୟୁଜିକ ଓ ଡାଏଲଗ । ଏହି ସର୍ଟ ମ୍ୟୁଜିକାଲ ଫିଲ୍ମ ପାଇଁ ମୋଟ ବଜେଟ ହେଉଛି ୧୩ ରୁ ୧୪ ଲକ୍ଷ । ଯାହାକି ଓଡ଼ିଶାରେ ସର୍ବ ପ୍ରଥମ ବୋଲି କୁହାଯାଇଛି । ଏହାର ନିର୍ଦ୍ଦେଶନା ଦେଉଛନ୍ତି କ୍ରିଷ୍ଣା କର (କେ.କେ) ଓ ଟିମ । ଓଲିଉଡ଼ର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର ଓରଫ କେ.କେ ଏହି ମ୍ୟୁଜିକାଲ ସର୍ଟ ଫିଲ୍ମ ଜରିଆରେ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଉଛନ୍ତି । ଏହା ଏକ କ୍ଷୁଦ୍ର ଫିଲ୍ମ ହୋଇଥିଲେ ମଧ୍ୟ କାହାଣୀ, ସଙ୍ଗୀତ, ଅଭିନୟ, ଦୃଶ୍ୟଗ୍ରହଣ ଆଦି ସବୁ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି ।
ମୋଟ ୧୫ ମିନିଟର ଅବଧି ବିଶିଷ୍ଟ ଏହି ସର୍ଟ ମ୍ୟୁଜିକାଲ ଫିଲ୍ମରେ ଲଭ, ରୋମାନ୍ସ, ଡ୍ରାମା, ଆକ୍ସନ, ସସ୍ପେନ୍ସ ଓ ଇମୋସନ ଅଛି । ରବିବାର ଠାରୁ ଭୁବନେଶ୍ୱରର ଜୟଦେବ ବାଟୀକାରେ ଏହାର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଆଗାମୀ ୪ ଦିନ ଭିତରେ ଏହାର ସୁଟିଂ ସରିବ । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେଏହାର ଶୁଟିଂ ସୀମିତ ରହିବ । ନୂଆବର୍ଷ ପହିଲାରେ ଏହା ୟଉଟ୍ୟୁବ ଫୋରମରେ ମୁକ୍ତିଲାଭ କରିବ ବୋଲି ୟୁନିଟ ପକ୍ଷରୁ କୁହାଯାଇଛି ।