• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଅନ୍ୟ ରାଜ୍ୟରେ ବଢୁଛି ସଂକ୍ରମଣ; ନୂଆ ଷ୍ଟ୍ରାଟେଜି ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଅନ୍ୟ ରାଜ୍ୟରେ ବଢୁଛି ସଂକ୍ରମଣ; ନୂଆ ଷ୍ଟ୍ରାଟେଜି ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନକୁ ସଜାଗ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରିକସନ ଡୋଜ ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନଥିବାରୁ ସଠିକ ସମୟରେ ନେବାକୁ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି।

ନୂଆ ଷ୍ଟ୍ରାଟେଜି ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ (ପ୍ରତୀକାତ୍ମକ ଛବି)

ନୂଆ ଷ୍ଟ୍ରାଟେଜି ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା। ଆମ ରାଜ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲେ ବି ଦିଲ୍ଲୀ ପରି ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ କ୍ରମଶଃ ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶ ଓ ହରିୟାଣାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନକୁ ସଜାଗ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଅନ୍ୟପଟେ ପ୍ରିକସନ ଡୋଜ ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନଥିବାରୁ ସଠିକ ସମୟରେ ନେବାକୁ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି।

ଦିଲ୍ଲୀରେ ସଂକ୍ରମଣ ବଢୁଛି। ଉତ୍ତର ପ୍ରଦେଶ ଓ ହରିୟାନା ପରି ରାଜ୍ୟରେ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆଗୁଆ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ଏବେ ୧୧୧ଟି ସକ୍ରିୟ ମାମଲା ରହିଛି । ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ବାଲେଶ୍ୱର, ବୌଦ୍ଧ, ସମ୍ବଲପୁର ପରି ୫ଟି ଜିଲ୍ଲାରେ ସକ୍ରିୟ ମାମଲା ଦୁଇ ଅଙ୍କ ରହିଛି। ୧୩ ଜିଲ୍ଲାରେ ଶୂନ ଓ ୧୨ ଜିଲ୍ଲାରେ ୧ ଅଙ୍କରେ ସୀମିତ ରହିଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲେ ବି ଅନ୍ୟ ରାଜ୍ୟର ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ସ୍ଥିତି ଉପରେ ନଜର ରଖିବା ସହ ନୂଆ ଷ୍ଟ୍ରାଟେଜି କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,"ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ଭିଡ଼ ସ୍ଥାନକୁ ଗଲେ ମାକ୍ସ ପିନ୍ଧନ୍ତୁ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତ ଭଲ ଅଛି । ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ଼ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ଯେଉଁଠି ଦରକାର ନୂଆ ଷ୍ଟ୍ରାଟେଜି କରିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହା ସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ"।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ବର୍ତ୍ତମାନ ଏହାର ସିଭିଅରୀଟି ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ। ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛି ପରିବାର କଲ୍ୟାଣ ବିଭାଗ। କିନ୍ତୁ ଚିନ୍ତାର ବିଷୟ ପ୍ରିକସନ ଡୋଜ ନେଇ ଆଗ୍ରହ ପ୍ରକାଶ କରୁନାହାଁନ୍ତି ହିତାଧିକାରୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬  କୋଟି ୪୮ ଲକ୍ଷ ୭୫୨ ଜଣଙ୍କୁ ଟୀକାକାରଣ ଶେଷ ହୋଇଛି। ୯୬ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ ନେଇଥିବା ବେଳେ ୯୧ ପ୍ରତିଶତ ନେଇଛନ୍ତି ଦ୍ଵିତୀୟ ଡୋଜ। ସମୟ ହୋଇଥିଲେ ବି ମାତ୍ର ୧୭ ପ୍ରତିଶତ ଲୋକ ନେଇଛନ୍ତି ପ୍ରିକସନ ଡୋଜ । ୧୦ ଲକ୍ଷ ୧୯ ହଜାର ୮୮୧ ଜଣ ପ୍ରିକସନ ଡୋଜ ନେଇଥିବା ବେକେ ୧୮ ବର୍ଷରୁ ଅଧିକ ବୟସ ପିଲା ପ୍ରାଇଭେଟରେ ନେଇଛନ୍ତି। ମାତ୍ର ପ୍ରିକସନ ଡୋଜ ନେଇଛନ୍ତି ମାତ୍ର ୬ ହଜାର ୭୨୭ ଜଣ। ସଂକ୍ରମଣ ବଢ଼ୁଥିବାରୁ ପ୍ରିକସନ ଡୋଜ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
Published by:Soumya Das
First published: