ବାଲେଶ୍ଵର: କୋହଲା ପାଗରେ ବର୍ଷା ଯୋଗୁଁ ଭିଜିଲା ଅମଳ ଧାନ; ଚିନ୍ତାରେ ଚାଷୀ

ଜିଲ୍ଲାରେ ତିନି ଦିନ ଧରି ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଉପକୂଳ ଓଡ଼ିଶାରେ ଏହି ଅଦିନିଆ ବର୍ଷାର ପ୍ରଭାବ ଏତେଟା ହୋଇନଥିଲେ ବି ଧାନ ଅମଳ ବିଳମ୍ବିତ ହୋଇଥିବାରୁ ପୁଣିଥରେ ଚାଷୀ ହଇରାଣ ହୋଇଛନ୍ତି ।

ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ (ପ୍ରତୀକାତ୍ମକ ଛବି)

ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ଜିଲ୍ଲାରେ ତିନି ଦିନ ଧରି ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଓ ଶୀତ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଉପକୂଳ ଓଡ଼ିଶାରେ ଏହି ଅଦିନିଆ ବର୍ଷାର ପ୍ରଭାବ ଏତେଟା ହୋଇନଥିଲେ ବି ଧାନ ଅମଳ ବିଳମ୍ବିତ ହୋଇଥିବାରୁ ପୁଣିଥରେ ଚାଷୀ ହଇରାଣ ହୋଇଛନ୍ତି ।

"ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଅମଳ ଓ ଧାନ ବିକ୍ରି ପ୍ରଭାବିତ ହୋଇଛି। ଅନେକ ଚାଷୀ ଖଳାରେ ଧାନ ରଖିଥିବା ବେଳେ ବର୍ଷାରେ ସେଗୁଡ଼ିକ ଭିଜିଯାଇଛି। ତେବେ ମଣ୍ଡିରେ ଧାନ ଭିଜିବାର କୌଣସି ପ୍ରଶ୍ନ ଉଠୁନାହିଁ । କାରଣ ଯେଉଁଦିନ ଧାନ କିଣା ଯାଉଛି ସେହିଦିନ ମିଲର୍ସମାନେ ସେହି ମଣ୍ଡିରୁ ଧାନ ଉଠାଇ ନେଉଛନ୍ତି। ଜିଲ୍ଲାରେ ଗତ ୧୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଆଜିସୁଦ୍ଧା ୩ ଲକ୍ଷ ୮୮ ହଜାର କ୍ୟୁଣ୍ଟାଲ ଧାନ କିଣାଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୧୭ ଲକ୍ଷ ୧୧ ହଜାର କ୍ୟୁଣ୍ଟାଲ ଧାନ ୯୧ ହଜାର ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ପର୍ଯ୍ୟାପ୍ତ ସମୟ ଅଛି ଚାଷୀମାନେ ବ୍ୟତିବ୍ୟସ୍ତ ନହୋଇ ପାଗକୁ ଦୃଷ୍ଟିରେ ରଖି ଧାନ ଅମଳ କରନ୍ତୁ ଓ ଟୋକନ ଅବଧି ଭିତରେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣନ୍ତୁ," କହିଛି ଜିଲ୍ଲା ଯୋଗାଣ ବିଭାଗ।

ଗତ ମାସ ବାତ୍ୟା ଫଳରେ ଲଗାଣ ବର୍ଷା ହୋଇଥିଲା ଏହାଦ୍ୱାରା ଧାନଚାଷ ଏକପ୍ରକାର ଉଜୁଡ଼ି ଯାଇଥିବା ବେଳେ ଯେତକ ଅମଳ କରିବାକୁ ଚାଷୀ ମନ କରିଥିଲା ତାହା ମଧ୍ୟ ଖଳା ଓ ମଣ୍ଡିରେ ବର୍ଷାରେ ଭିଜିଥିବା ଜଣାଯାଇଛି। ସେହିପରି ପନିପରିବା ଚାଷ ବି ଆଂଶିକ ପ୍ରଭାବିତ ହୋଇଛି ।

"ଚଳିତ ବର୍ଷ ବିଳମ୍ବରେ ବର୍ଷା ଫଳରେ ଡେରିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ଅମଳ ସମୟରେ ଅଦିନିଆ ବର୍ଷା ଆମକୁ ନାହିଁ ନଥିବା ହଇରାଣ କରିଥିଲା ଏବେ ପୁଣି ବର୍ଷା ଫଳରେ ଖଳାରେ ଧାନ ଗୁଡ଼ିକ ଭିଜି ଯାଇଛି । ଫଳରେ ସେସବୁ ଧାନ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି,"କହିଛନ୍ତି ଜଣେ ଚାଷୀ ଦୀନବନ୍ଧୁ ଖମାରୀ।

"ଶୀତ ସାମାନ୍ୟ କମିଛି ହେଲେ ଜିଲ୍ଲାରେ କୋହଲା ପାଗ ଦେଖାଦେଇଛି । ୧୨ ତାରିଖରୁ ସମୟେ ସମୟେ ଝିପି ଝିପି ବର୍ଷା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ୧୩ ସକାଳେ କିଛି ଘଣ୍ଟା ଲଗାତାର ଝିପି ଝିପି ବର୍ଷା ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ପର୍ଯ୍ୟନ୍ତ ଏହିଭଳି କୋହଲା ପାଗ ହୋଇଥିଲା । ସେହିପରି ୧୫ ତାରିଝରୁ ବର୍ଷା କମିଥିବାବେଳେ ୧୬ରୁ ଜିଲ୍ଲାରେ ଶୀତ ସାମାନ୍ୟ ବୃଦ୍ଧି ପାଇବ ଓ ରାତିର ତାପମାତ୍ରା ସାମାନ୍ୟ ହ୍ରାସ ହେବ," କହିଛନ୍ତି ଜିଲ୍ଲା ପାଣିପାଗ ଅଧିକାରୀ ମଦନ ମୋହନ ଦାସ।
Published by:Soumya Das
First published: