ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରୀ ମନ୍ଦିର ଐତିହ୍ୟ କରିଡରର ପରିକ୍ରମାର ମାର୍ଗର ଭୂମି ପୂଜନ ଆରମ୍ଭ

ଶ୍ରୀ ମନ୍ଦିର ଐତିହ୍ୟ କରିଡରର ପରିକ୍ରମାର ମାର୍ଗର ଭୂମି ପୂଜନ ଆରମ୍ଭ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗର ଭୂମି ପୂଜନ ଉତ୍ସବ । ମାର୍ଗଶୀର କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଯଜ୍ଞ ବେଦୀର ଶୁଭାରମ୍ଭ କରାଗଲା ।

ଶ୍ରୀ ମନ୍ଦିର ଐତିହ୍ୟ କରିଡରର ପରିକ୍ରମାର ମାର୍ଗର ଭୂମି ପୂଜନ ଆରମ୍ଭ
ପୁରୀରେ ଏତିହ୍ୟ କରିଡର ପାଇଁ ଭୂମି ପୂଜନ ସରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 22, 2021, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆରମ୍ଭ ହୋଇଛି ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗର ଭୂମି ପୂଜନ ଉତ୍ସବ । ମାର୍ଗଶୀର କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଯଜ୍ଞ ବେଦୀର ଶୁଭାରମ୍ଭ କରାଗଲା । ଗଜପତି ମହାରାଜ ରାଜନଅରରେ ଗୁଆ ଟେକିବା ପରେ ଯଜ୍ଞ ନେଇ ରାଜଗୁରୁଙ୍କୁ ଆଚାର୍ଯ୍ୟ ବରଣ କରିଥିଲେ । ସାଲ ଅଧିବାସ ମଣ୍ଡଳ ପରେ ଅଙ୍କୁରାରୋପଣ କରାଯାଇଥିଲ।

"ଶ୍ରୀକ୍ଷେତ୍ରରେ ଆଜିଠାରୁ ୪ ଦିନ ଧରି  ସ୍ୱତନ୍ତ୍ର ଆୟୋଜନ ହୋଇଛି। ଆରମ୍ଭ ହୋଇଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର  ଭୂମିପୂଜନ କାର୍ଯ୍ୟକ୍ରମ । ଶ୍ରୀମନ୍ଦିର ସହ ଜଡିତ ଏହି ପ୍ରକଳ୍ପ ରହିଥିବାରୁ ଗଜପତି ମହାରାଜ ବିଧି ବିଧାନ ଅନୁସାରେ ଆଜି ପ୍ରଥମେ ଶ୍ରୀ ନଅରରେ ରାଜଗୁରୁଙ୍କୁ ଗୁଆ ନଡିଆ ଟେକି ପ୍ରଥମ ଆଚାର୍ଯ୍ୟ ଭାବେ ବରଣ କରିବା ପରେ ଯଜ୍ଞାଦି ଆଦି କାର୍ଯ୍ୟପାଇଁ ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ଣଣଙ୍କୁ ବରଣ କରାଯାଇ ଆରମ୍ଭ ହୋଇଛି ଯଜ୍ଞ କାର୍ଯ୍ୟ  ।ଶ୍ରୀମନ୍ଦିରର ଐଶାନ୍ୟକୋଣ ଉତ୍ତରଦ୍ୱାର ଅଞ୍ଚଳର ଉତ୍ତରପାର୍ଶ୍ୱ ମଠ ପରିସରେ କରାଯାଇଛି ଯଜ୍ଞଶାଳା । ବ୍ରାହ୍ଣଣ ବରଣ ପରେ ଯଜ୍ଞଶାଳାରେ ସାଲ ଅଧିବାସ ଓ ମଣ୍ତଳ ଆଦି କାର୍ଯ୍ୟ କରାଯାଇଛି। ନୀତି ନିର୍ଘଣ୍ଟ ଓ ଶୁଭବେଳା ଅନୁସାରେ ୨୧ ତାରିଖ ରାତି ୮ଟାରେ ହୋଇଛି  ଅଙ୍କୁରାରୋପଣ କାର୍ଯ୍ୟ," କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ଯଜ୍ଞ ନିମନ୍ତେ ୩୩ ଜଣ ସୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଥିଲା । ସେପଟେ ଆଜିଠାରୁ ଯଜ୍ଞ ଆରମ୍ଭ ହେବ । ସେଥିପାଇଁ  ଉତ୍ତର ଦ୍ୱାର ପଟେ ହୋଇଥିବା ଯଜ୍ଞଶାଳା ଓ ଶିଳାନ୍ୟାସ ସ୍ଥଳରେ କରାଯାଇଛି ସ୍ୱତନ୍ତ୍ର ଆୟୋଜନ । ସମ୍ପୁର୍ଣ୍ଣ ଅଂଚଳକୁ ଛାମୁଣ୍ଡିଆରେ ସୁନ୍ଦର ଭାବେ କରାଯାଇଥିବା ବେଳେ ସ୍ୱତନ୍ତ୍ର ବିଧି ବିଧାନରେ କରାଯାଇଛି ଯଜ୍ଞ ସ୍ଥଳ ଓ ଅଙ୍କୁରାରୋପଣ ପାଇଁ ଗୃହ ।

ପୂଜା ହେଉଥିବା ସମ୍ପୂର୍ଣ୍ଣ ଅଞ୍ଚଳକୁ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ଭୂମି ପୂଜନ ଉତ୍ସବର ମୁଖ୍ୟ କର୍ତ୍ତା ଭାବେ ଗଜପତି ମହାରାଜା ଯଜ୍ଞ ଶାଳାରେ ଉପସ୍ଥିତ ରହିବା ସହିତ ପୂର୍ଣ୍ଣାହୁତି ଦେବେ । ୨୪ ତାରିଖ ଦିନ ୧୦.୩୦ରୁ ୧୧ଟା ଭିତରେ ଗଜପତି ପୂର୍ଣ୍ଣାହୁତି ସମ୍ପର୍ଣ୍ଣ କରିବେ । ପୂର୍ଣ୍ଣାହୁତିରେ ଯୋଗଦେଇ ଦିନ ୧୧ଟା ସୁଦ୍ଧା ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଏହି ପ୍ରକଳ୍ପକୁ ଜମି ଦାନ କରିଥିବା ୧୩୬ ପରିବାର ଓ ୧୮ଟି ମଠକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ ।

ଗତକାଲି ଏହି ଉତ୍ସବ ଲାଗି ଗଜପତି ମହାରାଜଙ୍କ ଗୁଆଟେକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

"୨୨ ତାରିଖ  ସକାଳ ୯ଟା୩୦ରୁ ଆରମ୍ଭ ହୋଇଛି ଯଜ୍ଞ  । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା  । ୨୨ ଓ ୨୩ ଦୁଇ ଦିନ ଧରି ହେବ ଯଜ୍ଞକାର୍ଯ୍ୟ  । ୨୪ତାରିଖ ଦିନ ଗଜପତି ମହାରାଜା ଦେବେ ପୁର୍ଣ୍ଣାହୁତି  । ଆଉ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତିମହାରାଜଙ୍କୁ ଚିଠି ଦିଆଯାଇଛି  । ରବିବାର ଶ୍ରୀନଅରରେ ଗଜପତି ମହାରାଜା ଗୁଆ ଟେକି ରାଜଗୁରୁଙ୍କୁ ବରଣ କରିବା ପରେ ରାଜଗୁରୁ ୩୩ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରିଥିଲେ।ତେବେ କେବଳ ଷୋଡଶଦିନାତ୍ମକ ପୁଜା ବେଳେ ଗଜପତି ବ୍ରାହ୍ଣଣ ବରଣ କରୁଥିବା ବେଳେ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପ୍ରକଳ୍ପ କାମ ପାଇଁ ବରଣ କରାଯାଇଛି," କହିଛନ୍ତି ଗଜପତିଙ୍କ ରାଜଗୁରୁ ଦେବୀ ପ୍ରସାଦ  ରାଜଗୁରୁ ।
Published by: Soumya Das
First published: November 22, 2021, 7:01 PM IST