ମହଙ୍ଗା ପଡ଼ିଲା ଦ୍ଵିତୀୟ ବିବାହ; ଚତୁର୍ଥୀ ଦିନ ବରକୁ ଉଠାଇ ଆଣିଲା ପୋଲିସ

ଫୁଲ ଶେଜ ବଦଳରେ ଜେଲରେ କଟିଲା ସାରା ରାତି । ଦ୍ୱିତୀୟ ବିବାହ କରିବା ଅଭିଯୋଗରେ ଭରତପୁରର ଜଣେ ଯୁବକକୁ ଗିରଫ କରିଛି ପୋଲିସ ।

ଦ୍ୱିତୀୟ ପତ୍ନୀଙ୍କ ସହ ସୋମନାଥ (ଫାଇଲ ଫୋଟ)

ଦ୍ୱିତୀୟ ପତ୍ନୀଙ୍କ ସହ ସୋମନାଥ (ଫାଇଲ ଫୋଟ)

  • Share this:
News18 Odia Digital

ଭୁବନେଶ୍ୱର: ବୈଦିକ ରୀତିନୀତିରେ ସରିଥିଲା ବାହାଘର । ରବିବାର ଥିଲା ଚଉଠି । ମାତ୍ର ତା' ପୂର୍ବରୁ ବରକୁ ଉଠାଇ ଆଣିଲା ପୁଲିସ । ସାରା ରାତି ଫୁଲ ଶେଜ ବଦଳରେ ଥାନା ହାଜତରେ ସମୟ କଟିବାକୁ ବାଧ୍ୟ ହୋଇଥିଲା ବର । ଭୁବନେଶ୍ୱର ଉପକଣ୍ଠରେ ଥିବା ଭରତପୁର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗିରଫ ହୋଇଥିବା ବରର ନାଁ ହେଲା ସୋମନାଥ ମହାପାତ୍ର ଓରଫ ସୁକୁଟା (୩୫) ।

ସୁକୁଟା ଭରତପୁର ବସ୍ତିରେ ଭଡ଼ାରେ  ରହୁଥିଲେ । ସୁକୁଟାଙ୍କର ଏକ ଚିକେନ ପକୋଡ଼ା ଦୋକାନ ରହିଛି । ସେ ୫ ବର୍ଷ ତଳେ କେନ୍ଦ୍ରାପଡ଼ାର ମଧୁସ୍ମିତା କର ନାମକ ଜଣେ ଯୁବତୀଙ୍କୁ  ବିବାହ କରିଥିଲେ । ତେବେ ଏହି ଦମ୍ପତିଙ୍କର କୌଣସି ସନ୍ତାନସନ୍ତତି ହୋଇ ନଥିଲା । ସୁକୁଟା ଏହାକୁ ନେଇ ସୁକନ୍ୟାଙ୍କ ସହ ସବୁବେଳେ ଝଗଡ଼ା କରୁଥିଲେ । ଅନେକ ସମୟରେ ସୁକନ୍ୟାଙ୍କୁ ମାରଧର କରୁଥିଲେ । ଏଥିପାଇଁ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ଗତ ଦୁଇ ମାସ ତଳେ ସୁକନ୍ୟାଙ୍କୁ ଛାଡି଼ ସୁକୁଟା କୁଆଡେ ଗାୟବ ହୋଇଯାଇଥିଲେ । ତାଙ୍କର କୌଣସି ଖୋଜ ଖବର ମିଳିନଥିଲା ।

ପ୍ରଥମ ପତ୍ନୀଙ୍କ ସହ ସୋମନାଥ (ଫାଇଲ ଫଟୋ)


କିଛିଦିନ ପରେ ସୁକୁଟା ହଠାତ ଭରତପୁରରେ ପହଞ୍ଚିଥିଲା । ସାଙ୍ଗରେ ଥିଲେ ଆଉ ଜଣେ ମହିଳା । ତାଙ୍କୁ ମନ୍ଦିରରେ ବିବାହ କରିଥିବା ନେଇ ସମସ୍ତଙ୍କୁ ଜଣାଇ ଥିଲା । ସୁକନ୍ୟା ରହୁଥିବା ଘରକୁ ନଯାଇ ସେହି ଭରତପୁରରେ ଆଉ ଏକ ଘର ଭଡ଼ା ନେଇ ରହିଲେ । ସେହିଠାରେ ହିଁ ଆଉ ଥରେ ରୀତି ଅନୁସାରେ ବାହାଘରର ଆୟୋଜନ ହେଲା ।

"ଆମେ ଅଭିଯୁକ୍ତର ପ୍ରଥମ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲୁ।  ପରେ ଜାଣିବାକୁ ପାଇଲୁ ଅଭିଯୁକ୍ତ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଛି। ତେଣୁ ରବିବାର ଭରତପୁର ଭଡ଼ା ଘରୁ ତାକୁ ଅଟକ ରଖି ପଚରାଉଚରା କରିଥିଲୁ । ସୋମବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ଏହା ସହ ଆଉ କାହାକୁ  ଏଭଳି ଠକିଛି କି ନାହିଁ ତାହାର ତଦନ୍ତ ଚାଲିଛି," କହିଛନ୍ତି ଭୁବନେଶ୍ୱର ଜୋନ୍-୩ ଏସିପି ରଜତ ରାୟ ।

ସୂଚନାଯୋଗ୍ୟ, ଗତକିଛି ତଳେ ରାଜଧାନୀରୁ ଠକ ଡାକ୍ତର ରମେଶ ସ୍ଵାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତଦନ୍ତ ବେଳେ ଜଣା ପଡିଥିଲା ରମେଶ ହେଉଛି ୧୭ପତ୍ନୀକ ସ୍ୱାମୀ । ଏବେ ଆଉ ଜଣେ ରସିକିଆକୁ ଗିରଫ କରିଛି ପୋଲିସ ।
Published by:Soumya Das
First published: