କୋଶମ୍ବ ନଗରରେ ଜଉକଣ୍ଢେଇ ଶିଳ୍ପୀଙ୍କ ସହ ମିଶିଲେ ରାଜ୍ୟପାଳ; ଚାଖିଲେ ୨୧ ପ୍ରକାର ଓଡ଼ିଆ ଖାଦ୍ୟ

ବାଲେଶ୍ବରର କୋଶମ୍ବ ନଗରରେ ଜଉକଣ୍ଢେଇ ଶିଳ୍ପୀଙ୍କ ସହ ମିଶିଲେ ରାଜ୍ୟପାଳ। ୨୧ ପ୍ରକାର ଓଡ଼ିଆ ଘରର ପାରମ୍ପାରିକ ଖାଦ୍ୟ ଚାଖିଛନ୍ତି ରାଜ୍ୟପାଳ।

ଜଉକଣ୍ଢେଇ ଶିଳ୍ପୀଙ୍କ ସହ ମିଶିଲେ ରାଜ୍ୟପାଳ

ଜଉକଣ୍ଢେଇ ଶିଳ୍ପୀଙ୍କ ସହ ମିଶିଲେ ରାଜ୍ୟପାଳ

  • Share this:
News18 Odia Digital

ବାଲେଶ୍ୱର: ବାଲେଶ୍ବରର କୋଶମ୍ବ ନଗରରେ ଜଉକଣ୍ଢେଇ ଶିଳ୍ପୀଙ୍କ ସହ ମିଶିଲେ ରାଜ୍ୟପାଳ। ୨୧ ପ୍ରକାର ଓଡ଼ିଆ ଘରର ପାରମ୍ପାରିକ ଖାଦ୍ୟ ଚାଖିଛନ୍ତି ରାଜ୍ୟପାଳ।

ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ ନିକଟସ୍ଥ  ନୂଆ ବାଲେଶ୍ବର ଉନ୍ନୟନ ପରିଷଦର ଆମନ୍ତ୍ରଣ କ୍ରମେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗର ଦୁବଲାଗଡ଼ର ବାଲେଶ୍ବରୀ ହସ୍ତକଳା କେନ୍ଦ୍ରରେ ଜଉକଣ୍ଢେଇ ଶିଳ୍ପୀମାନଙ୍କ ସହ ଆନ୍ତରିକ ଆଳାପ କରିଛନ୍ତି ଓଡ଼ିଶାର  ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ସୋମବାର ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ମହାମହିମ ରାଜ୍ୟପାଳ ଅପରାହ୍ନ ୩.୪୫ ମିନିଟରେ ରେମୁଣା ଗୋଲେଇ ନିକଟସ୍ଥ ଭୀମପୁରାର କୋଶମ୍ବ ନଗରରେ ବାଲେଶ୍ବରର ବାମପଦା, ନୀଳଗିରି, କୋଶମ୍ବ ନଗର, ଅରଡ ବଜାର, ନଲମଗଞ୍ଜର ପ୍ରମୁଖ ସ୍ଥାନର ପ୍ରାୟ ୧୦୦ ଜଣ ଜଉକଣ୍ଢେଇ ଶିଳ୍ପୀଙ୍କ ଜଉକଣ୍ଢେଇ ଜଉକଣ୍ଢେଇ ପ୍ରଦର୍ଶନୀ, ଜଉକଣ୍ଢେଇ କର୍ମଶାଳା ଓ ଆନ୍ତରିକ ଆଳାପ କରିଛନ୍ତି।

ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଶଙ୍ଖ ହୁଳହୁଳି ଓ ଫୁଲ ପ୍ରଦାନ କରି ସ୍ବାଗତ କରିଥିବା ବାଲୁକା ଶିଳ୍ପୀ ଅରୁଣ ବାରିକ ଓ ଅଙ୍କିତ ଦାସ ଦ୍ବାରା ନିର୍ମିତ ରାଜ୍ୟପାଳଙ୍କୁ ବାଲୁକା କଳା ରେ ସ୍ବାଗତ କରାଯାଇଥିଲା । ବଣଧୂଳିର ଫୁଲର ଆଦିବାସୀ ନୃତ୍ୟର ତାଳେ ତାଳେ ସ୍ବାଗତ କରିଥିବା ବେଳେ କୋଶମ୍ବ ରାଜା ଭେଷରେ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ସ୍ବାଗତ କରିଥିଲେ । ନୂଆ ବାଲେଶ୍ବର ଉନ୍ନୟନ ପରିଷଦର ସଭାପତି ଭଗବାନଦାସ ଖଣ୍ଡେଲାବାଲ, ଉପସଭାପତି ବଳଭଦ୍ର ଶତପଥୀ, ସହ ସଂପାଦକ ଜୟକୃଷ୍ଣ ସାହୁ, ମୂରଲୀଧର ଦାଶ, କରୁଣାକର ମହାନ୍ତି,ରବିନ୍ଦ୍ର କୁମା ଜୈନ, ଦେବେଶ ପରମାଣିକ, ରତିକାନ୍ତ ବେହେରା, ଚନ୍ଦ୍ରଶେଖର  ପରିଡ଼ା ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ ।  ଶିଳ୍ପୀ କେଶୁଦାସ ଓ କନକଲତା ଦାସ ପାଦ ଧୋଇ ଧୂପଦୀପରେ ଆଳତି କରି ବାଲେଶ୍ବରୀ ହସ୍ତକଳା କେନ୍ଦ୍ର, ଦୁବଲାଗଡ଼କୁ ସ୍ବାଗତ କରିଥିଲେ ।

ହସ୍ତକଳା କେନ୍ଦ୍ରରେ ୨୧ ପ୍ରକାର ଓଡ଼ିଶାର ହଜିଯାଉଥିବା ପାରମ୍ପାରିକ ଖାଦ୍ୟ ପରିବେଷଣ କରିଥିଲେ । ସବୁଥିରୁ ଅଳ୍ପ ଅଳ୍ପ ଚାଖି ବହୁତ ଖୁସି ହୋଇଥିଲେ । ମଞ୍ଚରେ ପରିଷଦ ତରଫରୁ ଆକର୍ଷଣୀୟ ରେମୁଣା କଂସାବାସନ ସହ ଜଉକଣ୍ଢେଇ ଶିଳ୍ପୀ ପରିବାର ତରଫରୁ ଜଉରଥରେ ଜଉଜଗନ୍ନାଥ, ଜୟକୃଷ୍ଣ ସାହୁ ପେନସିଲରେ ଅଙ୍କିତ ରାଜ୍ୟପାଳଙ୍କ ପ୍ରତିଛବି , ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ, ଓଏଲଏମ , ପଏଣ୍ଟ ଆର୍ଟ ଗ୍ରୁପ, ଉପେନ୍ଦ୍ର ଗିରି ପ୍ରମୁଖ ଉପହାର ପ୍ରଦାନ କରି ସ୍ବାଗତ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜୟ ପଲେଇ, ଗୀତାଞ୍ଜଳି ସାହୁ,  ବିଶ୍ବନାଥ ରଣା, ଅଜୟ ମଇକାପ, ନିଶାକର ନାୟକ ପ୍ରମୁଖ ସହଯୋଗ କରିଥିଲେ ।
Published by:Soumya Das
First published: