ବଦଳିବ କି ଖରା ଛୁଟି ଅବଧି! ମେ ମାସରେ ସ୍କୁଲ ବନ୍ଦ କରିବାକୁ ବିଭିନ୍ନ ମହଲରୁ ହେଉଛି ଦାବି

ଖରା କମିବା ସମୟରେ ରାଜ୍ୟ ସରକାର ଦେଇଛନ୍ତି ଖରା ଛୁଟି। ଜୁନ ମାସରେ ସ୍କୁଲ, କଲେଜରେ ଖରା ଛୁଟି ଘୋଷଣା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ।

ଖରା ଛୁଟିକୁ ନେଇ ଦ୍ୱନ୍ଦରେ ଅଛନ୍ତି ସରକାର (ପ୍ରତୀକାତ୍ମକ ଛବି)

ଖରା ଛୁଟିକୁ ନେଇ ଦ୍ୱନ୍ଦରେ ଅଛନ୍ତି ସରକାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଖରା ଛୁଟି ନେଇ ବଢୁଛି ଦ୍ୱନ୍ଦ୍ୱ। ଖରା କମିବା ସମୟରେ ରାଜ୍ୟ ସରକାର ଦେଇଛନ୍ତି ଖରା ଛୁଟି। ଜୁନ ମାସରେ ସ୍କୁଲ, କଲେଜରେ ଖରା ଛୁଟି ଘୋଷଣା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ। ମେ ମାସରେ ସର୍ବାଧିକ ଖରା ହେଉଥିବାବେଳେ ପିଲାଏ କେମିତି ଯିବେ ସ୍କୁଲ ସେ ନେଇ ଭାଲେଣି ପଢ଼ିଛି। ଜୁନ ମାସରେ ପାଠପଢ଼ା ହୋଇ ମେ ମାସରେ ସ୍କୁଲ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ଚଳିତବର୍ଷ ମେ ନୁହେଁ ଜୁନ ମାସରେ ହେବ ଖରା ଛୁଟି। ସାଧାରଣତଃ ମେ ୫ ତାରିଖ ରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ହୁଏ। ହେଲେ ଏଥର ସିଲାଵସ ଶେଷ କରିବା ଓ ପାଠପଢ଼ାକୁ ଲକ୍ଷ୍ୟ ରଖି ମେ ମାସରେ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୁନ ୧ ରୁ ୧୬ ଉଚ୍ଚଶିକ୍ଷାନୁଷ୍ଠାନର ଛୁଟି ଘୋଷଣା ହୋଇଥିବାବେଳେ ଜୁନ ୬ ରୁ ୧୬ ବିଦ୍ୟାଳୟରେ ହେବ ଖରା ଛୁଟି। ଯାହାକୁ ନେଇ ଉତ୍କଳ ଅଭିଭାବକ ସଙ୍ଘ ଅଭିଯୋଗ କରିଛି। ମେ ମାସରେ ରାଜ୍ୟରେ ସବୁଠାରୁ ଅଧିକ ଖରା ଓ ଗୁଳୁଗୁଳି ହୁଏ। ଏଭଳି ସ୍ଥିତିରେ ପିଲା ସ୍କୁଲ ଯିବା ଓ ଫେରିବା କଷ୍ଟକର ହେବ। ଜୁନ ମାସରେ ମୌସୁମୀ ଆସିବା ସମୟରେ ତାପମାତ୍ରା ହ୍ରାସ ପାଏ, ସେହି ସମୟରେ ସ୍କୁଲ ଖୋଲି ମେ ମାସରେ ବନ୍ଦ କରିବାକୁ ଦାବି କରିଛି ସଙ୍ଘ।  ସେପଟେ ଶିକ୍ଷକ ଓ ଅଧ୍ୟାପକ ମାନେ ମଧ୍ୟ ସମାନ କଥା କହିଛନ୍ତି।

"ବର୍ତ୍ତମାନର ଅସହ୍ୟ ଖରା ଆଗକୁ ଏହା ଆଉରି ବଢ଼ିବ। ମେ ମାସରେ ଅଧିକ ଖରା ରୁହେ ଓ ହେବ ମଧ୍ୟ। ସେଭଳି ସ୍ଥିତିରେ ପିଲାମାନେ ସ୍କୁଲ ସାରି ଫେରିବା କଷ୍ଟକର ହେବ। ଏଣୁ ଜୁନରେ ତାପମାତ୍ରା କମିଲେ ସ୍କୁଲ ଖୋଲନ୍ତୁ,ମେ ମାସରେ ବନ୍ଦ କରନ୍ତୁ,"କହିଛନ୍ତି ଉତ୍କଳ ଅଭିଭାବକ ସଙ୍ଘ ସଭାପତି ବୁଲୁ ପତି।

"ଖରା ଛୁଟି କମେଇଲେ ରାଜ୍ୟ ସରକାର, ସିଲାଵସ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି କିନ୍ତୁ ଖରାରେ ପିଲାଙ୍କ ସଂଖ୍ୟା କମିବାରେ ଲାଗୁଛି। ପିଲା ସ୍କୁଲ କଲେଜ ଆସିବେ ନାହିଁ । କେବଳ ଶିକ୍ଷକ, ଅଧ୍ୟାପକ ଚାକିରୀ ଭୟରେ ବାଧ୍ୟ ହୋଇ ଆସିବେ। ଏଣୁ ଖରା କମିଲେ ସ୍କୁଲ କଲେଜ ଖୋଲିବା ନେଇ ସରକାର ଚିନ୍ତା କରନ୍ତୁ,"କହିଛନ୍ତି ଅଧ୍ୟାପକ ବୋଲି ଗୋଲକ ନାୟକ।

ରାଜ୍ୟରେ ଏବେ ଉପରମୁଁହା ତାପମାତ୍ରା। ଦିନକୁ ଦିନ ବଢ଼ିବାରେ ଲାଗିଲାଣି ପାରଦ। ବର୍ତ୍ତମାନ ସମୟରେ ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ମେ ମାସରେ ଏହା ଆଉରି ଅସମ୍ଭାଳ ହେବ। ସକାଳ ୬ ରୁ ୯ କ୍ଳାସ କରିବା ଓ ୯ ଟା ସମୟରେ ସ୍କୁଲରୁ ଫେରିବା କଷ୍ଟକର ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏଣୁ ଖରା ଛୁଟିକୁ ପରିବର୍ତ୍ତନ କଲେ ଭଲ ହେବ ବୋଲି କହିଛନ୍ତି।
Published by:Soumya Das
First published: