ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ; ଖାଦ୍ଯ ମହଜୁଦ ଅଛି: ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି। ବାତ୍ୟାର ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ବି ପ୍ରାକ ପ୍ରସ୍ତୁତି କରିଛନ୍ତି ସରକାର। ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇବା ସହ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତ ରହିଛନ୍ତି (ପ୍ରତୀକାତ୍ମକ ଛବି)

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତ ରହିଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତି ଅଛନ୍ତି। ବାତ୍ୟାର ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ବି ପ୍ରାକ ପ୍ରସ୍ତୁତି କରିଛନ୍ତି ସରକାର। ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇବା ସହ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି।

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, ନୟାଗଡ଼, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।  ଜରୁରୀକାଳୀନ ଅପରେସନ ସେଣ୍ଟର,୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା, ଲୋକଙ୍କୁ ସ୍ଥାନାନ୍ତରିତ କରିବା ଯୋଜନା, ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତି, ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକତା ଭିତ୍ତିରେ ସମ୍ବେଦନଶୀଲ ବର୍ଗର ଲୋକଙ୍କୁ ସ୍ଥାନାନ୍ତର ସହ ମହିଳା,ବୟସ୍କ ଓ ଛୋଟ ପିଲାଙ୍କ ସ୍ଥାନାନ୍ତରଣ ଉପରେ ଗୁରୁତ୍ବ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଏହି ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିସିରେ ଆଲୋଚନା କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।

ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି କହଛନ୍ତି,"ବାତ୍ୟା ପାଇଁ ସରକାର ସବୁବେଳେ ପ୍ରସ୍ତୁତ। ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରୁଛି ଓଡ଼ିଶା। ସବୁ ପ୍ରାକୃତିକ ବିପାର୍ୟୟକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏବେ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ନାହିଁ। ତାହା ସତ୍ତ୍ୱେ ବି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ତୃଣମୂଳ ସ୍ତରରେ ପ୍ରସ୍ତୁତି କରାଯାଇଛି। ତୃଣମୂଳ ସ୍ତରରେ ଯାହା ପ୍ରସ୍ତୁତ ହେବା କଥା ହୋଇଛି। ପାଣିପାଗ ବିଭାଗ ସମ୍ପୁର୍ଣ୍ଣ ବାତ୍ୟାର ଦିଗ ସହ ଲ୍ୟାଣ୍ଡଫଲ ସମୟ , ବର୍ଷା, ପବନର ପ୍ରଭାବ ଉପରେ ସଠିକ ତଥ୍ୟ ଦେବ ତାପରେ ପ୍ରସ୍ତୁତକୁ  ଆହୁରି ଜୋରଦାର କରାଯିବ"।

ସମ୍ଭାବ୍ୟ ବାତ୍ୟା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି,"ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଅଫିସରମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ବାତ୍ୟା ଗତି ବିଧି ଏଯାଏ  ଜଣାପଡିନି। କିନ୍ତୁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ଲୋକେ ଭୟଭୀତ ହୋଇ  କିଣାକିଣି କରନ୍ତୁ ନାହିଁ। ଯାହାଫଳରେ ଅଭାବ ସୃଷ୍ଟି ହେବ ଅସାଧୁ ବ୍ୟବସାୟୀ ଫାଇଦା ନେବେ। ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। ସ୍ଥିତି ଉପରେ ନଜର ରଖାଯାଇଛି"।
Published by:Soumya Das
First published: