ଆଦିବାସୀମାନଙ୍କୁ ପ୍ରତାରଣା କରୁଛନ୍ତି ସରକାର; ଆନ୍ଦୋଳନ ହେବ: ବିଜେପି

ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଓ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ପଦାରେ ପକାଇଛି ।

ସରକାର ଆଦିବାସୀମାନଙ୍କୁ ପ୍ରତାରଣା କରୁଛନ୍ତି (ପ୍ରତୀକାତ୍ମକ ଛବି)

ସରକାର ଆଦିବାସୀମାନଙ୍କୁ ପ୍ରତାରଣା କରୁଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି । ରାଜ୍ୟରେ ପ୍ରତି ୩ ଜଣରେ ୧ ଗରିବ ଅଛନ୍ତି । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଓ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ପଦାରେ ପକାଇଛି । ଏଭଳି ତଥ୍ୟ ରଖି ରାଜ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ କହିଛନ୍ତି," ଦୀର୍ଘ ୨୨ ବର୍ଷ ବିଜେଡି ଶାସନ ପରେ ମଧ୍ୟ ରାଜ୍ୟରେ ଗରିବ ନ ହଟିବା ଅତ୍ୟନ୍ତ ଲଜ୍ଜାଜନକ । ବିଶେଷ ଭାବେ ରାଜ୍ୟର ଆଦିବାସୀବହୁଳ ଜିଲ୍ଲା ମାନଙ୍କରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ନବରଙ୍ଗପୁର ଜିଲ୍ଲାରେ ୫୯.୩୨ ପ୍ରତିଶତ, ମାଲକାନଗିରି ଜିଲ୍ଲାରେ ୫୮.୭୧%, କୋରାପୁଟ ଜିଲ୍ଲାରେ ୫୧.୧୪%, ରାୟଗଡା ଜିଲ୍ଲାରେ ୪୮.୧୪%, କଳାହାଣ୍ଡି ଜିଲ୍ଲାରେ ୪୭.୨୮ ପ୍ରତିଶତ%, ମୟୁରଭଞ୍ଜ ଜିଲ୍ଲାରେ ୪୪.୯%, କନ୍ଧମାଳ ଜିଲ୍ଲାରେ ୪୪.୭% ଜନତା ଗରିବୀ ସୀମା ରେଖା ତଳେ ବାସ କରୁଥିବାର ନୀତି ଆୟୋଗ ରିପୋର୍ଟରେ ଖୁଲାସା ହୋଇଛି"।

ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,"ଆଜି ବି ରାଜ୍ୟର ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷାର ମୌଳିକ ଭିତିଭୁମିର ଘୋର ଅଭାବ ରହିଛି । ଆବଶ୍ୟକୀୟ ଶିକ୍ଷକ ଓ ଡାକ୍ତରୀ ପଦବୀ ବହୁ ସଂଖ୍ୟାରେ ଖାଲି ପଡିଛି ପ୍ରଚାର ସର୍ବସ୍ଵ ରାଜ୍ୟ ସରକାର କେବଳ ମିଛ ପ୍ରଚାର କରି ସରଳ ଓ ନୀରିହ ଆଦାବାସୀମାନଙ୍କୁ ପ୍ରତାରଣା କରୁଛି । ଏହା ବିରୁଦ୍ଧରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ।"

ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଗତ ୪ ବର୍ଷରେ ୪୭୨୨୯ କୋଟି ଟଙ୍କା କେନ୍ଦ୍ରରୁ ଆସିଥିବାବେଳେ ୫୫୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୟୁସି ରାଜ୍ୟ ସରକାର ଦେଇନାହାନ୍ତି । ସେହିପରି ଅନ୍ୟ ଏକ ଯୋଜନାରେ ଗତ ୩ ବର୍ଷରେ କେନ୍ଦ୍ରୀୟ ଅନୁଦାନ ୪୨୮୬୪ କୋଟି ଟଙ୍କାରୁ ୭୦୯୬ କୋଟି ଟଙ୍କାର ୟୁସି ଦେଇନାହାନ୍ତି ରାଜ୍ୟ ସରକାର । ଏହା ରାଜ୍ୟ ସରକାରଙ୍କ ଅବହେଳାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ତଥା ପୁର୍ବତନ ବିଧାୟକ ଶ୍ରୀ ରବି ନାଏକ କହିଛନ୍ତି ।

ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ନିକଟକୁ ଯିବ । ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଦୁର୍ବାର ଆନ୍ଦୋଳନ କରିବ ବୋଲି ଶ୍ରୀ ନାଏକ କହିଛନ୍ତି । ସେପଟେ ଏ ନେଇ ବିଜେଡ଼ି ର ପ୍ରତିକ୍ରିୟା ମିଳିପାରି ନାହିଁ।
Published by:Soumya Das
First published:
)}