ଭୀଷଣ ରୂପ ନେଉଛି ମହାନଦୀ; ସତର୍କ ରହିଛନ୍ତି ଜଳସମ୍ପଦ ଓ ଅଗ୍ନିଶମ ବିଭାଗ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଧୀରେ ଧୀରେ ମହାନଦୀ ଭୀଷଣ ରୂପ ନେଉଛି। ଏନେଇ ସଜାଗ ରହିଛନ୍ତି ରାଜ୍ୟ ଜଳସମ୍ପଦ ଓ ଅଗ୍ନିଶମ ବିଭାଗ।

ଅଗ୍ନିଶମ ବିଭାଗ

ଅଗ୍ନିଶମ ବିଭାଗ

  • Share this:
News18 Odia Digital

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଧୀରେ ଧୀରେ ମହାନଦୀ ଭୀଷଣ ରୂପ ନେଉଛି। ଏନେଇ ସଜାଗ ରହିଛନ୍ତି ରାଜ୍ୟ ଜଳସମ୍ପଦ ଓ ଅଗ୍ନିଶମ ବିଭାଗ।

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଅଧିକ ପ୍ରଭାବିତ ଆଶଙ୍କା ଥିବା ନୟାଗଡ଼, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ପୁରୀ ଓ ଭଦ୍ରକ ଜିଲ୍ଲା ପାଇଁ ୬ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ସହ ସମନ୍ଵୟ ରଖି କାର୍ଯ କରିବେ। ଆଜି ସୁଦ୍ଧା ସମସ୍ତଙ୍କୁ ଜିଲ୍ଲାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ଅନ୍ୟପଟେ ବନ୍ୟାକୁ ନେଇ ସତର୍କ ହୋଇଛି ଅଗ୍ନିଶମ ବିଭାଗ । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ୧୪ଟି ଜିଲ୍ଲାର ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି ବୋଲି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗଜପତି, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ. ବାଲେଶ୍ୱର, ବାରିପଦା ଓ ପୁରୀ ଜିଲ୍ଲାର କୌଣସି ଅଗ୍ନିଶମ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ଛୁଟିକୁ ବାତିଲ କରାଯାଇଛି ।
Published by:Soumya Das
First published: