ପାହାଳ ରସଗୋଲା ଫାଉଣ୍ଡେସନକୁ ଦେଢ଼ ଏକର ଜାଗା ଦେଲେ ସରକାର
News18 Odia Digital
ଭୁବନେଶ୍ୱର : ପାହାଳ ରସଗୋଲା ଫାଉଣ୍ଡେସନକୁ ରାଜ୍ୟ ସରକାର ଦେଲେ ଦେଢ଼ ଏକର ଜାଗା। ଗତ ୫ ତାରିଖରେ ଇଡକୋ ପକ୍ଷରୁ ଏହି ଜାଗା ଯୋଗାଇ ଦିଆଯାଇଛି। ପାହାଳ- ନଖରା ନିକଟ ଅନନ୍ତ ପୁରରେ ପ୍ରଦତ୍ତ ଏହି ଦେଢ଼ ଏକର ଜାଗାରେ ପ୍ରତିଷ୍ଠା ହେବା cfc କମନ ଫ୍ୟାସିଲିଟ ସେଣ୍ଟର୍। ଏହା ଦ୍ବାରା ଆମ ରସଗୋଲା ସାରା ଭାରତ ବର୍ଷ ଓ ବିଦେଶ ଯିବା ପାଇଁ ବାଟ ଫିଟିବ।
ଏହି ସେଣ୍ଟର୍ ରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଦ୍ୟୁତିକ ଉପକରଣ ସାହାଯ୍ୟରେ ମିଠା ବେଶୀ ଦିନ ଷ୍ଟକ୍ ହୋଇ ରହିପାରିବ। ପ୍ୟାକେଜିଙ୍ଗ ସହିତ କୋଲ ଷ୍ଟୋରେଜ ସୁବିଧା ଦ୍ଵାରା ବ୍ୟବସାୟୀ ଲାଭବାନ ହେବେ। ବର୍ତ୍ତମାନ ଯେଉଁ ରସଗୋଲା ହେଉଛି ତାହା ୩ ଦିନ ଭିତରେ ଗ୍ରାହକ ନ ନେଲେ ନଷ୍ଟ ହେଉଛି। କମନ୍ ଫ୍ୟାସଲିଟି ସେଣ୍ଟର୍ ହେବା ପରେ ଏହି ମିଠା ଦୀର୍ଘ ଦିନ ରହିପାରିବ। ଜିଆଇ ଟ୍ୟାଗ ମିଳିବା ପରେ ରସଗୋଲାର ସ୍ଥାନ ଯେଉଁଠିକୁ ସେଇଠି ରହିଯାଇଥିଲା। ଏହି ସେଣ୍ଟର୍ କାର୍ଯ୍ୟକ୍ଷମ ହେବା ପରେ ଏହା ଦ୍ବାରା ସାରା ବିଶ୍ବକୁ ଯାଇପାରିବ ରସଗୋଲା। ଏବେ ଆପଣ ଯେଉଁ ରସଗୋଲା ମେସିନ ଦେଖୁଛନ୍ତି ତାହା ବ୍ୟବସାୟୀକ ଲାଗି ବେଶ ସହାୟକ ହୋଇଚି। ଆଗରୁ ଲୋକ ଲାଗୁଥିଲେ, କିନ୍ତୁ ଅଧିକ ସମୟ ଗଡୁଥିଲା। ଏବେ କମ ସମୟ ଭିତରେ ବେଶୀ ରସଗୋଲା ହୋଇ ପାରୁଛି। ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ ମିଳି ସାରିଛି ।
ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଯେତିକି ପୁରୁଣା ରସଗୋଲା ମଧ୍ୟ ସେତିକି ପୁରୁଣା । ତେଣୁ ଆଜିର ତାରିଖରେ ସେମିତି କୌଣସି ବିବାଦ ନାହିଁ । ତେଣୁ ଆଗାମୀ ଦିନ ମଧ୍ୟ ଠିକ ରେ ଚାଲିବ । ସେଥିପାଇଁ ଏହି ବିବାଦ ରୁ ବାହାରି ଆମେମାନେ ଆଗକୁ ବଢ଼ିବା ଉଚିତ । ରସଗୋଲା କ୍ଲଷ୍ଟର କରିବାକୁ ଘୋଷଣା କରାଯାଇଥିଲା ତାହା କେତେ ବାଟ ଗଲା ପ୍ରଶ୍ନରେ ଏମ ଏସଏମଇ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି,"ଆମେ ସେ ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ । ତାହା ଆଗକୁ ବଢୁଛି । ସେଇଟା ଯେତିକି ସରକାରଙ୍କ ଉପରେ ନୁହେଁ ସେତିକି ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛି । ତାକୁ ସେଇଟା ସେମାନେ କେତେ ପ୍ରସିଦ୍ଧ କରାଇବେ । ସରକାରଙ୍କ କାମ ହେଉଛି ପ୍ରୋତ୍ସାହନ ଦେବା । ସରକାର ସେ କଥା ଆଗରୁ କରିବା ସହ ଘୋଷଣା କରି କାର୍ଯ୍ୟରତ ଅଛନ୍ତି"।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।