• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀ ମନ୍ଦିର ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ; ଏହି ଦିନ ସମସ୍ତଙ୍କ ପାଇଁ ବେଶ ସ୍ମରଣୀୟ: ମୁଖ୍ୟ ମନ୍ତ୍ରୀ

ଶ୍ରୀ ମନ୍ଦିର ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ; ଏହି ଦିନ ସମସ୍ତଙ୍କ ପାଇଁ ବେଶ ସ୍ମରଣୀୟ: ମୁଖ୍ୟ ମନ୍ତ୍ରୀ

ସ୍ୱତନ୍ତ୍ର ବୈଦିକ ରୀତିନୀତିରେ ଓ ବିଧି ଅନୁସାରେ ଗଜପତି ମହାରାଜାଙ୍କ ଦ୍ୱାରା କରାଗଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ। ଏହି ଉତ୍ସବରେ ସାମିଲ ହୋଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ଶ୍ରୀ ମନ୍ଦିର ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ (ପ୍ରତୀକାତ୍ମକ ଛବି)

ଶ୍ରୀ ମନ୍ଦିର ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ସ୍ୱତନ୍ତ୍ର ବୈଦିକ ରୀତିନୀତିରେ ଓ ବିଧି ଅନୁସାରେ ଗଜପତି ମହାରାଜାଙ୍କ ଦ୍ୱାରା କରାଗଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ। ଏହି ଉତ୍ସବରେ ସାମିଲ ହୋଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। କରିଡର ପାଇଁ ଜମି ତ୍ୟାଗ କରିଥିବା ବିସ୍ଥାପିତଙ୍କ ମଧ୍ୟରୁ ୨୫ଜଣଙ୍କୁ ସମ୍ମାନିତ କରିଥିଲେ।

"ଶ୍ରୀ ମନ୍ଦିର ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ପ୍ରକଳ୍ପ ପାଇଁ ୧୭ଏକର ଜମି ଅଧିଗୃହିତ ହୋଇଛି। ଦେଢ଼ ବର୍ଷ ଭିତରେ ଠିକା ସଂସ୍ଥା ଟାଟା ଏହି କାର୍ଯ୍ୟ ସାରିବ,"କହିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରୀଷନ କୁମାର।

୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳାବିଜେ ପରେ ଅତ୍ୟନ୍ତ ଶୁଭ ମୁହୁର୍ତ୍ତ ୧୦ଟା ୧୫ରୁ ସାଢ଼େ ୧୦ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶିଳା ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ସେପଟେ ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ବି ୧୧ଟା ମଧ୍ୟରେ ପୂର୍ଣ୍ଣାହୁତି ଦେଇଥିଲେ ଗଜପତି। ଏହି ଅବସରରେ ବ୍ୟାଟେରୀ ଚାଳିତ ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତଙ୍କ ପାଇଁ  ଏହା ଏକ ସ୍ମରଣୀୟ ଦିନ। ଉତ୍ସବରେ ବିଧାନସଭା ବାଚସ୍ପତି, ଆଇନମନ୍ତ୍ରୀ, ମୁଖ୍ୟ ଶାସନସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ସହ ପିସିସି ସଭାପତି ପ୍ରମୁଖ ସାମିଲ ହୋଇଥିଲେ।

"ଶ୍ରୀ ମନ୍ଦିର ଇତିହାସରେ ଯିଏ ମନ୍ଦିର ତୋଳିଛି ତାର ନାଁ ରହି ନଥିବା ବେଳେ ଏହି ପ୍ରକଳ୍ପରେ ମୁଖ୍ୟ ମନ୍ତ୍ରୀଙ୍କ ନାଁ ରହିନାହିଁ। ଯାହା ତାଙ୍କ ତ୍ୟାଗ ଓ ମହାନତାର ପ୍ରତୀକ,"କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ଅବସରରେ ଐତିହ୍ୟ କରିଡର ପାଇଁ ଜମିଦାନ କରିଥିବା ପରିବାର ଓ ଅନୁଷ୍ଠାନ ମଧ୍ୟରୁ ୨୫ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ସମସ୍ତଙ୍କୁ ଏକ ରୂପା କଏନ୍, ଖଣ୍ଡୁଆ ପାଟ ଓ ମହାପ୍ରସାଦ ଥିବା ଗୋଟିଏ ଲେଖାଏଁ କିଟ୍ ପ୍ରଦାନ କରିଥିଲେ। ମନ୍ଦିର ପାଖରେ ଘରଦ୍ୱାର ଛାଡ଼ିଥିବାରୁ ମନରେ ସାମାନ୍ୟ ଦୁଃଖ ଥିଲେ ବି ଏହା ମହାପ୍ରଭୁଙ୍କ କାମରେ ଲାଗିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଥିଲେ।ଶିଳାନ୍ୟାସ ଉତ୍ସବ ପାଇଁ ଶ୍ରୀମନ୍ଦିରକୁ ବି ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା ଓ ଭକ୍ତଙ୍କ ଦର୍ଶନରେ କୌଣସି ସମସ୍ୟା ସୃଷ୍ଟି ହୋଇ ନ ଥିଲା। ତେଣେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମହାପ୍ରଭୁଙ୍କ କାମରେ ସମସ୍ତଙ୍କ ସହଯୋଗ ରହିଥିବା କହିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆମେ ସମସ୍ତେ ଏ ସବୁ କାମ କରିବା ବୋଲି ସେ କହିଛନ୍ତି। ଆସନ୍ତା ଦେଢ଼ ବର୍ଷରେ ସମ୍ପନ୍ନ ଲକ୍ଷ୍ୟ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରକୃତ ଉଦ୍ଦେଶ୍ୟ ହେଲା, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୁରକ୍ଷା କରିଡର୍‌ ସହ ସୌନ୍ଦର୍ଯ୍ୟକରଣ ଚାରିପାଖେ ଥିବା ପୁରାତନ ମଠ ଓ ମନ୍ଦିରଗୁଡିକର ପୁନଃବିକାଶ ସହ ରଥଯାତ୍ରା ଓ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ପ୍ରସ୍ତୁତ କରିବା। ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ନିର୍ମାଣ, ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ୫୦୦ ବର୍ଗମିଟର ପରିମିତ ଗୃହ ସହ ଶୌଚାଳୟ ନିର୍ମାଣ, ସମସ୍ତ ଦ୍ୱାରରେ ସୂଚନା ଓ ଦାନକେନ୍ଦ୍ର ପ୍ରତିଷ୍ଠା, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର ସହ ୬ ହଜାର ଭକ୍ତଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ହେବ।
Published by:Soumya Das
First published: