News18 Odia Digital
ବଲାଙ୍ଗୀର : ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର । କିନ୍ତୁ ଘଟିଲା କିଛି ଭିନ୍ନ । ପୁଣି ଏକ ମଙ୍ଗୁଳା କନ୍ୟା ବିବାହ ଦିନ ପୂର୍ବରୁ ଘରୁ ଫେରାର । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଯାହା ଏବେ ପୁଣି ଚର୍ଚ୍ଚାର ବିଷୟ ପାଲିଟିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ବୁଢିଷିଣ୍ଢୋଲ ଗାଁର ମାଧବୀ ଗାଏବରିଆଙ୍କ ବିବାହ ସୋନପୁର ଜିଲ୍ଲା ପଟୁଆପାଲି ଗାଁର ଧିରୋଜଙ୍କ ବିବାହ ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଗତକାଲି ୨୭ ଫେବୃୟାରୀ ରାତିରେ ଦୁହିଁଙ୍କର ବିବାହ ହେବାର ସ୍ଥିର ହୋଇଥିଲା । ପୂର୍ବରୁ ସ୍ଥିର ଲଗ୍ନ ଅନୁଯାୟୀ ସକାଳୁ ବରପକ୍ଷ ଲୋକେ ନିର୍ବନ୍ଧ ପାଇଁ କନ୍ୟା ଘରକୁ ଆସିବା ବେଳକୁ ମାଧବୀ ନିଜ ବାପଘରୁ କେଉଁ ଆଡକୁ ପଳାଇ ଯାଇଥିଲେ ।

ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଅପରାହ୍ନରେ ପୁଇଁତଳା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ କହିବା କଥା ଅନୁଯାୟୀ ମାଧବୀ ସେହି ଗାଁର ଜଣେ ଯୁବକଙ୍କ ସହ ୨୭ ତାରିଖ ସକାଳୁ ଘର ପଛ ପଟୁ ଲୁଚି ଚାଲି ଯାଇଛନ୍ତି । ପରିବାର ଲୋକେ ବିବାହ ପାଇଁ ଆବଶ୍ୟକ ସମସ୍ତ ଜିନିଷ କିଣା କିଣି ସାରିଥିବା ବେଳେ ବନ୍ଧୁ ବର୍ଗ ମଧ୍ୟ ଘରକୁ ଆସି ସାରିଥିଲେ । ଏତିକି ବେଳେ କନ୍ୟା ଚମ୍ପଟ ମାରିବା ଯୋଗୁଁ ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ପୁଇଁତଳା ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।
ସେପଟେ କିଛିଦିନି ତଳେ ବିବାହର ଘଣ୍ଟାଏ ପୂର୍ବରୁ ଏକ କନ୍ୟା ଫେରାର ହୋଇଯାଇଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହି କଥା ଶୁଣି ବରପକ୍ଷ ଘରର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ବର ଅନ୍ୟତ୍ର ଏକ ଝିଅକୁ ବିବାହ କରି ଘରକୁ ଫେରିଥିଲା । ଏଭଳି ଅସ୍ବାଭାବିକ ଘଟଣା ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ଏହି ଥାନା ଅଧୀନ ବେଣୀପୁର ଗ୍ରାମର ଜଣେ ଯୁବକଙ୍କ ବିବାହ କଟକ ଜିଲା ଅନ୍ତର୍ଗତ ଅଡଶପୁର ନିକଟସ୍ଥ ଏକ ଗ୍ରାମରେ ହେବାକୁ ସ୍ଥିର ହୋଇଥିଲା। ବିବାହ ତାରିଖ ଧାର୍ଯ୍ୟ ହେବା ପରେ ବୁଧବାର ସକାଳ ୭ଟା ବେଳେ ଯୁବକ ଜଣଙ୍କ ବାଡ଼ୁଅ ପାଣିରେ ଗାଧୋଇ ନୀତିରୀତି ଅନୁସାରେ ପରିବାର ସହ ବରବେଶ ସାଜି ବିବାହ ପାଇଁ ଯାଇଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ ଅଡ଼ଶପୁର ନିକଟସ୍ଥ ଏକ ମନ୍ଦିରରେ ବିବାହ ହେବାର ଥିବାରୁ ବର ସହିତ ପରିବାର ବର୍ଗ ମଧ୍ୟ ସେଠାରେ ପହଞ୍ଚି ଥିଲେ। ମାତ୍ର ବିବାହ ହେବାର ଥିବା ମନ୍ଦିର ନିକଟରେ କନ୍ୟା ପକ୍ଷର କେହି ନ ଥିବାରୁ ବରପକ୍ଷଙ୍କ ସନ୍ଦେହ ହୋଇଥିଲା।
ପଢନ୍ତୁ ଏହି ଖବର :
http://Numerology: ତାରିଖରୁ ଜାଣନ୍ତୁ ଆପଣଙ୍କ ଦିନ ବିଷୟରେ; ପଢ଼ନ୍ତୁ ଆଜିର ଶୁଭ ଦିନ ଓ ଶୁଭ ସଂଖ୍ୟାଦୀର୍ଘ ସମୟ ଅପେକ୍ଷା ପରେ ବର ଶୁଣିବାକୁ ପାଇଲେ ଯେ କନ୍ୟା ଫେରାର ହୋଇଯାଇଛନ୍ତି । ଏହି କଥା ସମସ୍ତଙ୍କୁ ଚକିତ କରିଥିବାବେଳେ ବର ବେଶରେ ଥିବା ବର ମଧ୍ୟ ମନୋବଳ ଭାଙ୍ଗିଯାଇଥିଲା । ପରେ ବର ଶିଶୁପାଳ ହୋଇ ଫେରିବା ନେଇ ଦୀର୍ଘ ଘଣ୍ଟା ଆଲୋଚନା ହେବାପରେ ବନ୍ଧୁବାନ୍ଧବ ଭିତରେ କନିଆଁ ଖୋଜା ଆରମ୍ଭ ହୋଇ ଶେଷରେ ଆଉ ଜଣେ କନ୍ୟାଙ୍କୁ ସାରେ ବିବାହ କରି ଗାଁକୁ ଫେରିଥିଲେ । ଏପରି ଏକ ଘଟଣା ଏବେ ଗୋପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅନ୍ୟପଟେ ବର ଆଉ ଜଣଙ୍କୁ ବିବାହ କରି ସଂସାର ଗଢ଼ି ଥିବାରୁ ଭଗବାନଙ୍କ ସବୁ ଲୀଳା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।