ଦାଉ ସାଧିଲା ଲଗାଣ ବର୍ଷା; ଚାଲିଗଲା ୪ମାସର ଶିଶୁ କନ୍ୟାର ଜୀବନ

ଦାଉ ସାଧିଲା ଲଗାଣ ବର୍ଷା। ଘରେ ଶୋଇ ଥିବା ବେଳେ କାନ୍ଥ ଭାଙ୍ଗି ଶିଶୁ କନ୍ୟାର ଜୀବନ ଯାଇଛି ।

ଦାଉ ସାଧିଲା ଲଗାଣ ବର୍ଷା

ଦାଉ ସାଧିଲା ଲଗାଣ ବର୍ଷା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମାଲକାନାଗିରି: ରାଜ୍ଯରେ ୨ ଦିନ ହେବ ଲାଗି ରହିଛି ବର୍ଷା । ଆଜି ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଏଥିରେ ମା ଓ ବାପା ମଧ୍ଯ ଗୁରୁତର ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମେଟାଗୁଡା ଗ୍ରାମରେ ଘରେ ଶୋଇ ଥିବା ବେଳେ ଘରର କାନ୍ଥ ଭାଙ୍ଗି ଜଣେ ଶିଶୁ କନ୍ୟା ମୃତ୍ୟୁ ବରଣ କରିଥିବା ବେଳେ ଶିଶୁ କନ୍ୟାର ମା ଓ ବାପା ଉଭୟ ଗୁରୁତର ହୋଇଛନ୍ତି। ମେଟାଗୁଡା ଗ୍ରାମରେ ଆଇତା ମାଡକାମି, ତାଙ୍କ ସ୍ତ୍ରୀ ଓ ୪ ମାସର କୁନି ଝିଅ ସ୍ଵାତୀ ନିଜ ଘରେ ଶୋଇଥିବା ବର୍ଷା ଯୋଗୁଁ ଘରର କାନ୍ଥ ଭାଙ୍ଗି ତିନିଜଣଙ୍କ ଉପରେ ପଡିଥିଲା। ଏହି ସମୟରେ ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଏହି ପରିବାରକୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ତୁରନ୍ତ ଆଇତାଙ୍କ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ୪ ମାସର କୁନି ଝିଅ ସ୍ଵାତୀ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛି ।

ଆଜି ବି ପବନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା; ୧୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଅନ୍ଯପଟେ ବର୍ଷା ସହ ପବନ କାରଣରୁ ଅନେକ ସ୍ଥାନରେ କିଛି ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ବିଶେଷକରି କୋରାପୁଟରେ କିଛି କଚ୍ଚା ଘରର ଛପର ଉଡିଯାଇଥିବା ଖବର ମିଳିଛି । ସେହିପରି ରାଜ୍ୟର ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡି ପଡିଥିବାରୁ ଯାତାୟତରେ ସାମାନ୍ୟ ବାଧା ଉପୁଜିଥିଲା । ବିଭିନ୍ନ ସ୍ଥାନରେ ରାସ୍ତା କଡରୁ ଉପୁଡିଥିବା ଗଛକୁ କଟାଯାଇ ଗମନାଗମନ ପାଇଁ ରାସ୍ତାକୁ ସ୍ୱଭାବିକ କରାଯାଉଛି । ତେବେ ବର୍ଷା ସହ କୁଆ ପଥର ମାଡ କାରଣରୁ ରାୟଗଡାରେ ଗତକାଲି ୨ଜଣ ଆହତ ହୋଇଥିଲେ।
Published by:Soumya Das
First published: