ଓଡ଼ିଶା କୃଷି ଯନ୍ତ୍ରୀ ସେବା ସଂଘର ସାଧାରଣ ଅଧିବେଶନ: ଜୈବିକ କୃଷି ଉପରେ ଦିଆଗଲା ଗୁରୁତ୍ୱ

ଜୈବିକ କୃଷି ଦ୍ୱାରା କେବଳ ଯେ ସ୍ୱାସ୍ଥ୍ୟକର ଖାଦ୍ୟଶସ୍ଯ ଉତ୍ପାଦନ କରିହେବ ତାହା ନୁହେଁ, ଏହା ଦ୍ବାରା ମୃତ୍ତିକା, ଜଳ ଓ ବାୟୁରେ ବଢୁଥିବା କ୍ରମାଗତ ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରିବ ବୋଲି ଓଡ଼ିଶା କୃଷି ଯନ୍ତ୍ରୀ ସେବା ସଂଘର ସାଧାରଣ ଅଧିବେଶନରେ ମତ ପ୍ରକାଶ ପାଇଛି ।

ଓଡ଼ିଶା କୃଷି ଯନ୍ତ୍ରୀ ସେବା ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)

ଓଡ଼ିଶା କୃଷି ଯନ୍ତ୍ରୀ ସେବା ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜୈବିକ କୃଷି ଦ୍ୱାରା କେବଳ ଯେ ସ୍ୱାସ୍ଥ୍ୟକର ଖାଦ୍ୟଶସ୍ଯ ଉତ୍ପାଦନ କରିହେବ ତାହା ନୁହେଁ, ଏହା ଦ୍ବାରା ମୃତ୍ତିକା, ଜଳ ଓ ବାୟୁରେ ବଢୁଥିବା  କ୍ରମାଗତ ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରିବ। ମୋଟ ଉପରେ ଏହା ଏକ ସୁସ୍ଥ ପରିବେଶ ଗଠନ ଦିଗରେ ସହାୟକ ହୋଇପାରିବ। ଓଡ଼ିଶା କୃଷି ଯନ୍ତ୍ରୀ ସେବା ସଂଘର ସାଧାରଣ ଅଧିବେଶନରେ ଜୈବିକ କୃଷିର ଗୃରୁତ୍ୱ ଓ କୃଷି ଯନ୍ତ୍ରୀଙ୍କ ଭୂମିକା ଉପରେ ଆଲୋଚନା ପ୍ରସଙ୍ଗରେ ଏଭଳି ମତ ପ୍ରକାଶ ପାଇଛି।

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏବେ ବି ଓଡ଼ିଶାର ୭୦ ପ୍ରତିଶତ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦେଖାଯାଉଛି ଯେ, କୃଷି ଉପରେ ନିର୍ଭର କରୁଥିବା ଚାଷୀମାନେ ଅଧିକ ଉତ୍ପାଦନ ପାଇଁ ମାତ୍ରାଧିକ ପରିମାଣର ସାର ଓ କୀଟ ନାଶକ ପ୍ରୟୋଗ କରୁଛନ୍ତି ଯାହା ଆମ ଶରୀର ପାଇଁ ଅନୁପଯୋଗୀ ହେବା ସହିତ ପରିବେଶ ପ୍ରଦୂଷଣ ବୃଦ୍ଧିର କାରଣ ହୋଇଛି। ଏଭଳି ସମୟରେ ଏହାର ବିକଳ୍ପ ଭାବେ ଉଭା ହୋଇଛି ଅର୍ଗାନିକ ଫାର୍ମିଂ ବା ଜୈବିକ କୃଷି।

ଜୈବିକ କୃଷି କରି ସଫଳ ହୋଇ ଥିବା ବରଗଡ଼ ଜିଲ୍ଲା ଚାଷୀ ମାଧବ ବେହେରା କହନ୍ତି,"କେବଳ ଜୈବିକ କୃଷି ପାଇଁ ଆଗ୍ରହୀ ହୋଇ ସେ ଏବେ ଏହା ଉପରେ ଅଧିକ ନିର୍ଭରଶୀଳ ହୋଇଛି। ପିଲାବେଳୁ ଜୈବିକ କୃଷି ପ୍ରତି ପ୍ରଚୁର ଆଗ୍ରହ ଥିଲା। ତେବେ ଟ୍ୟାକ୍ସ କନସଲଟାଣ୍ଟଭାବେ କାମ କରିବା ପରେ ତାଙ୍କର ଏହି ଆଗ୍ରହ ଅଧିକ ବଢ଼ିଲା। ଏବେ ମୁଁ ଜୈବିକ କୃଷି ଉପରେ ଅଧିକ ମନ ନିବେଶ କରୁଛି"।

ତେବେ ଏହି ଉଦ୍ୟମ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମତ ରଖିଥିଲେ ବରିଷ୍ଠ କୃଷି ଵିଜ୍ଞାନୀ ସଞ୍ଜୟ ଦାସ। ସେ କହିଛନ୍ତି,"ପୂର୍ଵ ଅପେକ୍ଷା ଏବେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁଛି। ଏହାକୁ ଆମେ ୧୦୦ ପ୍ରତିଶତ କରିବାକୁ ପଡ଼ିବ"।

ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫୦ ଜଣ କୃଷି ଯନ୍ତ୍ରୀ ଏହି ସାଧାରଣ ଅଧିବେଶନରେ  ଉପସ୍ଥିତ ଥିଲେ। ମୁଖ୍ୟତଃ ଜୈବିକ କୃଷିର ପ୍ରଚାର ପ୍ରସାର ସହିତ ଏହାର ସଫଳ ରୂପାୟନ ଦିଗରେ କୃଷି ଯନ୍ତ୍ରୀଙ୍କ ଭୂମିକା କଣ ତାହା ଉପରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଓଡ଼ିଶା କୃଷି ଯନ୍ତ୍ରୀ ସେବା ସଂଘର ଉପଦେଷ୍ଟା ତଥା ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଶିକ୍ଷଣ ଓ ପରିକ୍ଷଣ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଇଞ୍ଜିନିୟର ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଯନ୍ତ୍ରୀଙ୍କ ଭୂମିକା ଓ କର୍ତ୍ତବ୍ୟ ନିଷ୍ଠା ଉପରେ ମତ ଦେଇଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଯୋଗଦେବା ସହିତ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ କୃଷି ଯନ୍ତ୍ରୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ।
Published by:Soumya Das
First published: