ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶିକ୍ଷିତ ଯୁବକଙ୍କ ଅଭିନବ ପ୍ରୟାସ; ୭୦ ଏକର ଜମିରେ ତିଆରି କଲେ ଇକୋ ଟୁରିଯିମ

ଶିକ୍ଷିତ ଯୁବକଙ୍କ ଅଭିନବ ପ୍ରୟାସ; ୭୦ ଏକର ଜମିରେ ତିଆରି କଲେ ଇକୋ ଟୁରିଯିମ

ଚାଷ କ୍ଷେତ୍ରକୁ ଗୋଟିଏ ପର୍ଯ୍ୟଟନ ସ୍ଥାନ ଭାବେ ତିଆରି କରିହେବ ନେଇ ପ୍ରମାଣ କରିଛନ୍ତି ସୁଶାନ୍ତ। ଗାଁ ନିକଟରେ ଥିବା ପ୍ରାୟ ୭୦ ଏକର ଜମିରେ ଭଳିକି ଭଳି ଚାଷ କାର୍ଯ୍ୟ ସହ ମାଛ ଯାଆଁଳା ଚାଷ ଆରମ୍ଭ କରିଛନ୍ତି ।

ଶିକ୍ଷିତ ଯୁବକଙ୍କ ଅଭିନବ ପ୍ରୟାସ; ୭୦ ଏକର ଜମିରେ ତିଆରି କଲେ ଇକୋ ଟୁରିଯିମ
ସୁଶାନ୍ତ ଇକୋ ଟୁରିଜିମ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 10, 2021, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ମଣିଷ ବ୍ୟସ୍ତ ଜୀବନରେ ଖୁସି ମନଇବା ପାଇଁ କୌଣସି ଝରଣା ବା ପାର୍କକୁ ବୁଲିବାକୁ ଯାଇଥାଏ। ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟୋକାଗଣ୍ଡା ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ସୁଶାନ୍ତ କୁମାର ପ୍ରଧାନ ଚାଷ କାର୍ଯ୍ୟକୁ ମଧ୍ୟ ପର୍ଯ୍ୟଟନ ଭାବେ ଗ୍ରହଣ କରିବା ପାଇଁ ନିଜର ୭୦ ଏକର ଜମିରେ ଏକ ପାର୍କ ନିର୍ମାଣ କରିଛନ୍ତି।

ସତେ ଯେମିତି ଏଠାରେ ପର୍ଯ୍ୟଟନ ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ସେ ମଧ୍ୟ ଯାଅଁ।ଳା ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଇ ଏକ ସ୍ଵତର୍ନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଇଚ୍ଛା ଥିଲେ ଉପାୟ ଆସେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଭଞ୍ଜନଗରର ଶିକ୍ଷିତ ଯୁବକ ସୁଶାନ୍ତ କୁମାର ପ୍ରଧାନ। ଚାଷ କ୍ଷେତ୍ରକୁ ଗୋଟିଏ ପର୍ଯ୍ୟଟନ ସ୍ଥାନ ଭାବେ ତିଆରି କରିହେବ ନେଇ ପ୍ରମାଣ କରିଛନ୍ତି ସୁଶାନ୍ତ। ହୋଟେଲ ମ୍ୟାନେଜମେଣ୍ଟରେ ଦକ୍ଷତା ହାସଲ ପରେ ଗୋଆରେ ଚାକିରି କରୁଥିଲେ। ହେଲେ ସେ ଉଚ୍ଚ ଦରମାର ଚାକିରୁକୁ ବାଏ ବାଏ କରି ଜଗନ୍ନାଥପ୍ରସାଦ ଦୁବ ଗାଁ ନିକଟରେ ଥିବା ପ୍ରାୟ ୭୦ ଏକର ଜମିରେ ଭଳିକି ଭଳି ଚାଷ କାର୍ଯ୍ୟ ସହ ମାଛ ଯାଆଁଳା ଚାଷ ଆରମ୍ଭ କରିଥିଲେ। ହେଲେ ମାଛ ଚାଷ ସାଙ୍ଗକୁ ନିଜ ଚାଷ କାର୍ଯ୍ୟ କିଭଳି ଲୋକଙ୍କ ମନକୁ ଜିଣି ପାରିବ ସେଥି ନେଇ ବନାଇଛନ୍ତି ଏକ ପାର୍କ। ଯେଉଁ ପାର୍କରେ ଭଳିକିଭଳି ମାଛ ଚାଷ ଦେଖିପାରିବା ସହ ବିଭିନ୍ନ ପ୍ରଜାତିର ପକ୍ଷୀକୁ ମଧ୍ୟ ଦେଖିବାକୁ ମିଳିବ। ଖାଲି ସେତିକି ନୁହଁ ବୋଟରେ ବୁଲି ମଜା ଉଠାଇବା ସହ ରାତ୍ରି ଯାପନ ପାଇଁ ମଧ୍ୟ ଭଙ୍ଗା ଗାଡ଼ିରେ ଘରର ମଧ୍ୟ ବ୍ୟବସ୍ଥା ହୋଇଛି।

ସୁଶାନ୍ତ ଇକୋ ଟୁରିଜିମରେ ଚାଷ ହେଉଥିବା ମାଛ (ପ୍ରତୀକାତ୍ମକ ଛବି)


“ଏହା କରିବାର ଉଦ୍ଦେଶ୍ୟ କେବଳ ଯେ ସରକାର ପାର୍କ ନିର୍ମାଣ କରିପାରିବେ ତାହା ନୁହେଁ, ଜଣେ ଚାହିଁଲେ ଇକୋ ଟୁରିଜିୟମ ତିଆରି କରିପାରିବ। ଜଣେ ସାଧାରଣ ମଣିଷ ମଧ୍ୟ ଏହି ଭଳି କାର୍ଯ୍ୟକୁ ନିଜର ରୋଜଗାର ଭାବେ ଗ୍ରହଣ କରିପାରିବ ସେଥିରେ ମଧ୍ୟ ଅବକାଶ ନାହିଁ। ତଥାପି ଆଜିକାର ଯୁବପିଢିମାନେ ଏହିଭଳି ଚାଷ କାର୍ଯ୍ୟରେ ପଛରେ ପଡ଼ିବା ସହ ଏହିଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଛି," କହିଛନ୍ତି ସଫଳ ଚାଷୀ ସୁଶାନ୍ତ କୁମାର ପ୍ରଧାନ।

ସୁଶାନ୍ତଙ୍କ ପାର୍କ କେବଳ ବୁଲିବା ଉପଯୋଗୀ ନୁହେଁ ବରଂ ଏଠାରୁ ହିଁ ପ୍ରାୟ ଦଶ ପ୍ରଜାତିର ଯାଆଁଳାକୁ ବ୍ରିଡ଼ କରାଯାଇ ରାଜ୍ୟର ସମସ୍ତ ଅଞ୍ଚଳକୁ ଯୋଗାଉ ଥିବା ବେଳେ ରାଜ୍ୟ ବାହାରକୁ ମଧ୍ୟ ଏଠାରୁ ଯାଆଁଳା ଯାଇଥାଏ। ଏଥିସହ ଏହି ପାର୍କରେ ଆଖପାଖ ତଥା ଜିଲ୍ଲା ବାହାର ପ୍ରାୟ ୨୦ ଅଧିକ ପରିବାର ଆଜି କାମ ପାଇ ରୋଜଗାରକ୍ଷମ ହୋଇପାରିଥିବା ବେଳେ ଏହି ଉଦ୍ୟମ ପାଇଁ ସୁଶାନ୍ତ ମଧ୍ୟ ସରକାରୀସ୍ଥରରେ ମଧ୍ୟ ବହୁ ପ୍ରଂଶସାପତ୍ର ପାଇ ସାରିଛନ୍ତି।

ଇକୋ ଟୁରିଜିମକୁ ନେଇ ସୁଶାନ୍ତ ଚାରିଆଡେ ପ୍ରଶଂସିତ ହୋଇଛନ୍ତି (ପ୍ରତୀକାତ୍ମକ ଛବି)


“ଏଠାରେ ସୁଶାନ୍ତ କେବଳ ପାର୍କ କରିନାହାନ୍ତି । ବଂର ଏଠାରେ ଅନେକ ପରିବାରକୁ ରୋଜଗାର ଯୋଗାଇ ଦେଇଛନ୍ତି। ପାଖ ତଥା ଜିଲ୍ଲା ବାହାରର ଲୋକମାନେ ମଧ୍ୟ ଏଠାରେ ଆଜି କାମ ପାଇ ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି,"କହିଛନ୍ତି ଅଭିରାମ ବେହେରା ।

ସତରେ ସୁଶାନ୍ତ କୁମାର ପ୍ରଧାନ ଙ୍କ ଉଦ୍ୟମ ଆଜିକାଲିର ଯୁବ ପିଢିମାନଙ୍କ ପାଇଁ ଏକ ଉଦହାରଣ ସଦୃଶ କହିଲେ କିଛି ଭୁଲ ହେବ ନାହିଁ ।
Published by: Soumya Das
First published: October 10, 2021, 4:59 PM IST