ବାତ୍ୟାକୁ ନେଇ ପ୍ରସ୍ତୁତ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ; ଚିନ୍ତାରେ ମତ୍ସ୍ୟଜୀବୀ

ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜାରି ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭୟଭୀତ ନ ହୋଇ ସଚେତନ ରହିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜାରି ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭୟଭୀତ ନ ହୋଇ ସଚେତନ ରହିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜାରି ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭୟଭୀତ ନ ହୋଇ ସଚେତନ ରହିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

  • Share this:
News18 Odia Digital

ଗଞ୍ଜାମ: ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜାରି ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଦୁଇ ଦିନ ହେଲା ଜିଲ୍ଲାପାଳ ନିଜେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କୁ ବାତ୍ୟାକୁ ନେଇ ସଜାଗ କରାଯାଇଛି । ଯଦି ଲଗାଣ ବର୍ଷା ହୁଏ ଅଥବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ କିଭଳି ଭାବେ ସଫଳ ମୁକାବିଲା କରାଯିବ ସେ ନେଇ ସାଜଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଭୟଭୀତ ନ ହୋଇ ସଚେତନ ରହିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ସେପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ପଶିଛି ଛନକା।

ଗଞ୍ଜାମ ଜିଲ୍ଲାକୁ ପୁଣି ଆଉ ଏକ ବାତ୍ୟା ଭୟ। ତଥାପି ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ। ଗତ ଦୁଇ ଦିନ ପୂର୍ବରୁ ଏସଆରସି ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲେ। ଏହାପରେ ଜିଲ୍ଲାର ସମସ୍ତ ବ୍ଳକ ଓ ଏନଏସିର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ ଜିଲ୍ଲାପାଳ। ପାଣିପାଗ ବିଭାଗ ପୂର୍ବାନୁମାନ ଓ ଏସଆରସିଙ୍କ ଯେଉଁ ପ୍ରକାରର ନିର୍ଦ୍ଦେଶ ଆସିଛି ସେହିପ୍ରକାରେ ସାମ୍ଭାବ୍ୟ ବାତ୍ୟା ମୁକାବିଲାର ପ୍ରସ୍ତୁତି ଜାରି ରହିଛି । ବାତ୍ୟା ସମୟରେ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ତାହାକୁ ସଂଗ୍ରହ କରାଯାଇଛି ।

‘‘ସାମ୍ଭାବ୍ୟ ବାତ୍ୟାକୁ ନେଇ ମେସିନଠାରୁ ପାନୀୟ ଜଳର ବ୍ୟବସ୍ଥା ଭଳି ସାମଗ୍ରୀର ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ରହିଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଯଦି ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନରେ ଆହୁରି ଅଧିକ ବର୍ଷା ହୁଏ ତେବେ ସେହି ଅନୁସାରେ ତଳିଆ ଓ ସମୁଦ୍ର କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ପଦକ୍ଷେପ ନିଆଯବ । ତେବେ ଜିଲ୍ଲାବାସୀ ଭୟଭୀତ ନ ହୋଇ ସଜାଗ ହୋଇ ରହିବାର ଆବଶ୍ୟକତା ରହିଛି,‘‘ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

‘‘ସାମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବୀ। କାରଣ ବାତ୍ୟା ଆସିଲେ ସେମାନଙ୍କୁ ସମୁଦ୍ରକୁ ମାଛ ମାରିବାକୁ ଯିବା ନିମନ୍ତେ ବାରଣ କରାଯିବ। ଯାହାଫଳରେ ସେମାନଙ୍କର ପରିବାର ପ୍ରତିପୋଷରେ ବାଧା ସୃଷ୍ଟି ହେବ। ଯେତେଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ସେତେଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯାଇପାରିବେ ନାହିଁ। ତେଣୁ ଯଦି ଲଗାଣ ବର୍ଷା ହୁଏ ଅଥବା ବାତ୍ୟା ହୁଏ ତେବେ ସହାୟତା ପ୍ରଦାନ କରିବା ଦାବି କରିଛନ୍ତି,‘‘ ମତ୍ସ୍ୟଜୀବୀ ସୀମାଦ୍ରି।

‘‘ସାମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବାତ୍ୟା ଆଶ୍ରୟସ୍ଥଲୀ ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଯେଉଁ ସବୁ ସାମଗ୍ରୀ ରହିଛି ତାହାକୁ ତଦାରଖ କରାଯାଉଛି । ବିଶେଷ କରି ଆସିକା ଲାଇଟ୍‌, ଡ଼ାକବାଜି ଯନ୍ତ୍ର, ସହ ଅନ୍ୟ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ସାମ୍ଭାବ୍ୟ ବାତ୍ୟା ସମୟରେ କିଭଳି ଲୋକଙ୍କୁ ରୋଷେଇ ଖାଦ୍ୟ ଯୋଗାଇ ଦିଆଯାଇପାରିବ ସେ ନେଇ ରହିଥିବା ସାମଗ୍ରୀକୁ ମଧ୍ୟ ଯାଞ୍ଚ କରାଯାଉଛି । ସାମ୍ଭାବ୍ୟ ବାତ୍ୟାକୁ ନେଇ ଆବଶ୍ୟକ ରହିଥିବା ସାମଗ୍ରୀ କାମ କରୁଛି ନା କୌଣସି ମରାମତିର ଆବଶ୍ୟକତା ରହିଛି ସେ ନେଇ ତଦାରଖ ସରିଛି,’’ କହିଛନ୍ତି ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ବରେ ରହିଥିବା ଚନ୍ଦନ ବେହେରା ।

ଆସନ୍ତା ୧୦ ତାରିଖରୁ ଗଞ୍ଜାମ ଜିଲ୍ଳାରେ ଲଗାଣ ବର୍ଷା ହେବାକୁ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ପାଗରେ ପରିବର୍ତ୍ତନ କେତେ ପରିମାଣରେ ହେଉଛି ତାହାକୁ ଦେଖି ଜିଲ୍ଲା ପ୍ରଶାସନ ଆଗାମୀ ପଦକ୍ଷେପ ନେବ ।
Published by:Soumya Das
First published: