ଏଣିକି ଚାରି ଚକିଆ ଯାନରେ ନେଇହେବ ୬ଟି ଏୟାର ବ୍ୟାଗ; ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ ରାଜ୍ୟ ପରିବହନ ମନ୍ତ୍ରୀ

ଆସନ୍ତା ଅକ୍ଟୋବରରୁ ୮ ସିଟ୍ରୁ କମ୍ ଥିବା କାରଗୁଡ଼ିକରେ ଅତିକମରେ ୬ଟି ଲେଖାଏଁ ଏୟାରବ୍ୟାଗ୍ ନେବା ନିୟମ ଲାଗୁ ହେବ। କେନ୍ଦ୍ର ପରିବହନ ବିଭାଗର ନିଷ୍ପତ୍ତିପରେ ଏହାକୁ ସ୍ୱାଗତ କରିଛି ରାଜ୍ୟ ପରିବହନ ବିଭାଗ ।

ଏଣିକି ଚାରି ଚକିଆ ଯାନରେ ୬ଟି ଏୟାର ବ୍ୟାଗ ନେଇହେବ (ପ୍ରତୀକାତ୍ମକ ଛବି)

ଏଣିକି ଚାରି ଚକିଆ ଯାନରେ ୬ଟି ଏୟାର ବ୍ୟାଗ ନେଇହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତା ଅକ୍ଟୋବରରୁ ୮ ସିଟ୍‌ରୁ କମ୍ ଥିବା କାରଗୁଡ଼ିକରେ ଅତିକମ୍‌ରେ ୬ଟି ଲେଖାଏଁ ଏୟାରବ୍ୟାଗ୍ ନେବା ନିୟମ ଲାଗୁ ହେବ। କେନ୍ଦ୍ର ପରିବହନ ବିଭାଗର ନିଷ୍ପତ୍ତିପରେ ଏହାକୁ ସ୍ୱାଗତ କରିଛି ରାଜ୍ୟ ପରିବହନ ବିଭାଗ । କେନ୍ଦ୍ର ପରିବହନ ବିଭାଗରେ ଏଭଳି ନିଷ୍ପତ୍ତି ସଡ଼କ ଦୁର୍ଘଟଣାକୁ କମ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା।

ଚାରିଚକିଆ ଗାଡ଼ିରେ ୬ଟି ଏୟାରବ୍ୟାଗ୍ ବ୍ୟବହାର ପାଇଁ ନିଷ୍ପତିକୁ ସ୍ୱାଗତ କରି ରାଜ୍ୟର ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,"ଏହା ଏକ ସ୍ୱାଗତଯୋଗ୍ୟ ଉଦ୍ୟମ । କାରଣ କେବଳ ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ୩୦ ହଜାରରୁ ଅଧିକ ଆହତ ହେଉଛନ୍ତି । ମୃତାହତଙ୍କ ଭିତରେ ୧୫ରୁ ୪୫ ବର୍ଷ ଲୋକଙ୍କ ସଂଖ୍ୟା ସର୍ବାଧିକ।

ସେ କହିଛନ୍ତି ଯେ ଏପରି କି କୋଭିଡ୍ କାରଣରୁ ହୋଇଥିବା ଲକ୍‌ଡ଼ାଉନ ଓ ସଟ୍‌ଡ଼ାଉନ ସମୟରେ ବି ସଡ଼କ ଦୁର୍ଘଟଣା ଘଟିବା ସହିତ ମୃତାହତଙ୍କ ସଂଖ୍ୟା କମ୍ ହେଉନାହିଁ । ଏଭଳି ସ୍ଥିତି କାରଣରୁ ବାଧ୍ୟତାମୂଳକ ଏୟାରବ୍ୟାଗ କାର୍‌ରେ ଲଗାଯିବା ନିଷ୍ପତି ସ୍ୱାଗତଯୋଗ୍ୟ । ଏହାଦ୍ୱାରା ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ୍ ହେବା ଆଶା କରାଯାଇପାରେ । ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ ପରିବହନ ବିଭାଗ ତର୍ଜମା କରିବା ପରେ ନୀତିଗତ ନିଷ୍ପତି ନେବେ ।

ଏ ନେଇ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଟୁଇଟ ଯୋଗ୍ୟ ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।  ଟୁଇଟ ଅନୁସାରେ, ଆଗକୁ ଏମ୍‌-୧ ସେଗମେଣ୍ଟ ଗାଡ଼ି ଅର୍ଥାତ୍ ୮ ସିଟ୍‌ରୁ କମ୍ ଥିବା ଚାରିଚକିଆ ଗାଡ଼ିରେ ସୁରକ୍ଷା ଦୃଷ୍ଟିରୁ ଏଭଳି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯିବ । ଆସନ୍ତା ଅକ୍ଟୋବରରୁ ନୀତିଗତ ଭାବେ ଏହା ଲାଗୁ କରାଯିବ । ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ମତ ରଖିଛନ୍ତି ଉଭୟ କାର ବ୍ୟବସାୟୀ ତଥା ରୋଡ଼ ସେଫ୍ଟି ଏକ୍ସପର୍ଟ ।

ସ୍କାଏ ଅଟୋ ମୋବାଇଲସର ବିଜନେସ ମୁଖ୍ୟ ଦେଵ ସେନାପତି କହିଛନ୍ତି,"ଛୋଟ ସେଗମେଣ୍ଟ କାରଗୁଡ଼ିକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ଦୁଇଟି ଏୟାରବ୍ୟାଗ୍ ପ୍ରଚଳନ ହୋଇ ଆସୁଛି । ଏବେ କେନ୍ଦ୍ର ପରିବହନ ବିଭାଗ ସାନି ନିଷ୍ପତ୍ତି ନେବା ପରେ ଅଧିକ ୪ଟି ଏୟାରବ୍ୟାଗ ଲଗାଇବା ଉଚିତ୍ ନିଷ୍ପତି । ଏହାଦ୍ୱାରା କାରଗୁଡ଼ିକର ଦାମ୍ ୨୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ହୋଇପାରେ । କିନ୍ତୁ ନିଜ ପରିବାରର ସୁରକ୍ଷା କାରଣରୁ କ୍ରେତାମାନେ ଏହାକୁ ଗ୍ରହଣ କରିବେ ବୋଲି ଆଶା କରାଯାଇପାରେ । ଏହାଦ୍ୱାରା କାର ବ୍ୟବସାୟ ପ୍ରଭାବିତ ହେବ ନାହିଁ ବୋଲି ଆଶା କରାଯାଇପାରେ ନାହିଁ"।
Published by:Soumya Das
First published: