ରାଜଧାନୀରୁ କାବୁ ହୋଇଥିବା ହାତୀ ସୁସ୍ଥ ଅଛି; ମୁଣ୍ଡରେ ଆଘାତ ଲାଗିଥିବା କଥାକୁ ଖଣ୍ଡନ କଲା ବନ ବିଭାଗ

ଭୁବନେଶ୍ୱରରୁ କାବୁ ହୋଇଥିବା ହାତୀକୁ ଦିନ ସାରା ବୁଲାଇ ବୁଲାଇ ଖୋର୍ଦ୍ଧା କେତକୀଝର କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରକୁ ଅଣାଯାଉଥିବା ବେଳେ ହାତୀ ମୁଣ୍ଡରେ ବାଜିଥିଲା ଏକ ବିରାଟ ବର ଗଛର ଡାଳ । ଘଟଣା ସମ୍ପର୍କରେ ବନବିଭାଗ ମାନିବାକୁ ନାରାଜ ।

ରାଜଧାନୀରୁ କାବୁ ହୋଇଥିବା ହାତୀ ସୁସ୍ଥ ଅଛି; ମୁଣ୍ଡରେ ଆଘାତ ଲାଗିଥିବା କଥାକୁ ଖଣ୍ଡନ କଲା ବନ ବିଭାଗ

ରାଜଧାନୀରୁ କାବୁ ହୋଇଥିବା ହାତୀ ସୁସ୍ଥ ଅଛି; ମୁଣ୍ଡରେ ଆଘାତ ଲାଗିଥିବା କଥାକୁ ଖଣ୍ଡନ କଲା ବନ ବିଭାଗ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର; ରାଜଧାନୀରୁ କାବୁ ହୋଇଥିବା ଦନ୍ତାହାତୀର ଅବସ୍ଥା ଭଲ ଅଛି । ହାତୀକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ରଖାଯାଇଛି । ଦୁଇ ଦିନ ନିରୀକ୍ଷଣ ରଖିବା ପରେ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । କିନ୍ତୁ ବନଖଣ୍ଡ ଅଧିକାରୀଙ୍କ ଏହି ସୂଚନାକୁ ନେଇ ଉପୁଜିଛି ଦ୍ୱନ୍ଦ । କାରଣ ହାତୀକୁ ଟାଙ୍ଗୀରୁ ଫେରାଇ ଅଣାଯାଉଥିବା ବେଳେ ତା ମୁଣ୍ଡରେ ବିରାଟ ଗଛଡାଳ ବାଜିବା ଘଟଣାକୁ ଗୁଜବ ବୋଲି କହୁଛନ୍ତି ବନ ଅଧିକାରୀ । ସେପଟେ ଦୁଇ ଦୁଇ ଥର ଟ୍ରାଙ୍କୁଲାଇଜ କରାଯିବା ସହ ଯେଉଁଭଳି ଭାବେ ହାତୀକୁ ଦିନସାରା ଖରାରେ ବୁଲାଯାଇଥିଲା, ତାହା ହାତୀର ଜୀବନ ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।



ବୁଧବାର ଭୁବନେଶ୍ୱରରୁ କାବୁ ହୋଇଥିବା ହାତୀକୁ ଦିନ ସାରା ବୁଲାଇ ବୁଲାଇ ଖୋର୍ଦ୍ଧା କେତକୀଝର କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରକୁ ଅଣାଯାଉଥିବା ବେଳେ ହାତୀ ମୁଣ୍ଡରେ ବାଜିଥିଲା ଏକ ବିରାଟ ବର ଗଛର ଡାଳ । କେତକୀଝର କେନ୍ଦ୍ରରେ ହାତୀକୁ ପ୍ରାୟ ୨ ଘଣ୍ଟା ରଖି ପ୍ରାଥମିକ ଚିକିତ୍ସା କରାଯିବା ପରେ ଚନ୍ଦକା ଅଣାଯାଇଥିଲା । କିନ୍ତୁ  ଆଶ୍ଚର୍ଯ୍ୟର କଥା, ବନ ବିଭାଗର ବଡ଼ ଅଧିକାରୀ କହୁଛନ୍ତି, ହାତୀ ମୁଣ୍ଡରେ କିଛି ଆଘାତ ଲାଗି ନ ଥିଲା । ଘଟଣାକୁ ଗୁଜବ କହି ଖଣ୍ଡନ କରିଛି ବନ ବିଭାଗ । ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ହାତୀ ମୁଣ୍ଡରେ ଆଘାତ ଲାଗିଥିବା କଥାକୁ ଗୁଜବ ବୋଲି କହୁଛନ୍ତି ଚନ୍ଦକା ଡିଏଫଓ ? ଏ ସଂପର୍କରେ ବନଖଣ୍ଡ ଅଧିକାରୀ କିଛି ଲୁଚାଇବାକୁ ଚାହୁଁଛନ୍ତି କି ? ଅପରପକ୍ଷରେ ଡିଏଫଓ ସ୍ପଷ୍ଟ କରୁଛନ୍ତି ଯେ ହାତୀକୁ ଆଣି ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ରଖାଯାଇଛି । ପ୍ରାଣୀ ଚିକିତ୍ସକ ଦଳ ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ହାତୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସ୍ୱାଭାବିକ ଭାବେ ଖାଇବା ପିଇବା କରୁଛି । ହାତୀକୁ ଆସନ୍ତା ୨ ଦିନ ନିରୀକ୍ଷଣରେ ରଖାଯିବ ।  ତା ପରେ ହାତୀକୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯିବ । ଏପଟେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ କହିଛନ୍ତି, ଦନ୍ତାହାତୀକୁ କାବୁ କରିବା ସହ ଦୁଇ ଦୁଇ ଥର ନିଶ୍ଚେତକ ଦେଇ ଯେଉଁଭଳି ଭାବେ ୧୦୦ କିଲୋମିଟର ବୁଲାଗଲା, ସେଥିରୁ ଜଣାପଡୁଛି ବନ ବିଭାଗର ପ୍ଲାନ୍ କେତେ ଭୁଲ୍ ଥିଲା । ନିକଟରେ ଚନ୍ଦକା ରେସ୍କ୍ୟୁ ସେଣ୍ଟର ଥିବା ସତ୍ତ୍ୱେ ହାତୀକୁ ଖରାରେ ଏତେ ଦୂରକୁ କାହିଁକି ନିଆଯାଇଥିଲା, ଏ ଘଟଣାକୁ ନେଇ ବନ ବିଭାଗର ଭୂମିକା ଆସିଛି ସନ୍ଦେହଘେରକୁ । ନିଶ୍ଚେତକ ପ୍ରଭାବରେ ନିସ୍ତେଜ ଅବସ୍ଥାରେ ଥିବା ବେଳେ ହାତୀ ମୁଣ୍ଡରେ ବାଜିଥିଲା ବିରାଟ ବରଡ଼ାଳ । ବିଶେଷଜ୍ଞଙ୍କ ମତରେ, ହାତୀ ମୁଣ୍ଡରେ କୌଣସି ଆଘାତ, ତାର ଶରୀରକୁ ବିଶେଷ ଭାବେ ପ୍ରଭାବିତ କରିପାରେ । ଏବେ ବନ ବିଭାଗ ଗଛଡ଼ାଳ ବାଜିବା କଥାକୁ ଗୁଜବ କହି ଏଡ଼ାଇ ଯିବା, ହାତୀର ଜୀବନ ପ୍ରତି ଥିବା ଆଶଙ୍କା ସୃଷ୍ଟି କରୁଛି ।
Published by:Soubhagya Mishra
First published: