ବଣୁଆ ହାତୀର ମୃତ୍ୟୁ ଦେହ ଠାବ; ମୃତ୍ଯୁର କାରଣ ତଦନ୍ତ କରୁଛି ବନ ବିଭାଗ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପନାଡ଼ ଗାଁ ନିକଟ ଏକ ଧାନ ଜମିରେ ଏକ ବଣୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ହାତୀଟିର ମୃତ୍ୟୁ କିଭଳି ହୋଇଛି ସେ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ହାତୀଟିର ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ।

ହାତୀର ମୃତ୍ୟୁ କାରଣକୁ ନେଇ ତଦନ୍ତ କରୁଛି ବନ ବିଭାଗ (ପ୍ରତୀକାତ୍ମକ ଛବି)

ହାତୀର ମୃତ୍ୟୁ କାରଣକୁ ନେଇ ତଦନ୍ତ କରୁଛି ବନ ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପନାଡ଼ ଗାଁ ନିକଟ ଏକ ଧାନ ଜମିରେ ଏକ ବଣୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ବୁଧବାର ସକାଳୁ ଏକ ଅଣ୍ଡିରା ହାତୀ ବୟସ ପ୍ରାୟ ୪-୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଜମି ମଝିରେ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ପ୍ରାଣୀ ବିଭାଗ ସହାୟତାରେ ହାତୀଟିର ମୃତ୍ୟୁ କିଭଳି ହୋଇଛି ସେ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ହାତୀଟିର ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ।

ଗତ କିଛି ଦିନ ହେଲା ଭଞ୍ଜନଗର ଘୁମୁସର ବନ ଜିଭିଜନରୁ ଏକ ୧୩ ଜଣିଆ ବଣୁଆ ହାତୀ ପଲ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ଘୁରିବୁଲୁଛନ୍ତି । ଗତ ଏକ ସପ୍ତାହ ହେଲା ଏହି ହାତି ପଲ ଚିକିଟି ବ୍ଲକ ଅନ୍ତର୍ଗତ ପନାଡ଼ ଗାଁ ନିକଟରେ ଥିବା ଜଙ୍ଗଲରେ ବୁଲୁଛନ୍ତି । ଏହା ସହ ଗାଁ ନିକଟରେ ଥିବା ଧାନ ଫସଲ ନଷ୍ଟ କରୁଛନ୍ତି  ।

‘‘ଗତ କାଲି ରାତିରେ ମଧ୍ୟ ଏହା ହାତୀ ପଲ ଗାଁ ନିକଟ ଧାନ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ବୁଧବାର ସକାଳୁ ଏକ ଛୋଟ ହାତୀର ମୃତ ଦେହ ପନାଡ଼ ଗାଁର ହେମ ଗୌଡ଼ ନାମକ ଜଣେ ଚାଷୀର ଧାନ ଜମି ମଝିରେ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ ।  ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି,‘‘ କହିଛନ୍ତି ପାନାଡ଼ ଗାଁର ଚାଷୀ ରାଜେନ୍ଦ୍ର ପ୍ରଧାନ।

‘‘ହାତୀ ମୃତ ଦେହ ଜମିରେ ପଡ଼ିଥିବା ନେଇ ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ବନ ବିଭାଗ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ ସହ ବ୍ରହ୍ମପୁର ଡିଏଫଓ  । ଘଟଣାସ୍ଥଳରେ ଆବଶ୍ୟକ ବନ ବିଭାଗ କର୍ମଚାରୀ ମୁତୟନ କରିବା ସହ ୧୩ ଜଣିଆ ବଣୁଆ ହାତୀ ପଲଙ୍କୁ ଘଉଡାଇବା ଲାଗି ଉଦ୍ୟମ କରାଯାଉଛି  । ଗତ କାଲି ରାତିରେ ଏହି ହାତୀ ପଲଙ୍କ ମଧ୍ୟରେ ସଂଘର୍ଷ ହୋଇ ଏହି ୪ ରୁ ୫ ବର୍ଷର ଅଣ୍ଡିରା ହାତୀଟି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ,‘‘ କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ ଅମ୍ଳାନ ନାୟକ ।

‘‘ପ୍ରାଣୀ ବିଭାଗ ସହାୟତାରେ ହାତୀଟିରେ କିଭଳି ମୃତ୍ୟୁ ହୋଇଛି ସେ ନେଇ ଯାଞ୍ଚ ମଧ୍ୟ କରାଯାଉଛି । ଏହା ସହ ହାତୀଟିରେ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ହାତୀ ପଲଙ୍କ ମଧ୍ୟରେ ସଂଘର୍ଷ ହିଁ ହାତୀ ମୃତ୍ୟୁର କାରଣ ହୋଇପାରେ । ଏହାଛଡ଼ା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ମିଳିପାରିବ,‘‘ କହିଛନ୍ତି ପ୍ରାଣୀ ଚିକିତ୍ସକ କୈଳାସ ଚନ୍ଦ୍ର ସାମନ୍ତରାୟ ।
Published by:Soumya Das
First published: