କିଏ ମାରୁଛି ମେଣ୍ଢା? ଅଜଣା ଜନ୍ତୁ ନା ଆଉ କିଏ.. 

କିଏ ମାରୁଛି ମେଣ୍ଢା ? କ୍ୟାମେରା ଲାଗିବା ପରେ ଆଉ ଦେଖିବାକୁ ମିଳୁ ନାହିଁ ମେଣ୍ଢା ମୃତ୍ୟୁ।

କିଏ ମାରୁଛି ମେଣ୍ଢା?

କିଏ ମାରୁଛି ମେଣ୍ଢା?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର :  ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରିଛି ନା ଏହା ପଛରେ ଆଉ କିଛି ରହସ୍ୟ ହୋଇ ରହିଛି। ବନ ବିଭାଗ ପକ୍ଷରୁ ଗାଁରେ ଟ୍ରାପ କ୍ୟାମେରା ଲାଗିବା ପରେ ଆଉ ମେଣ୍ଢା ମୃତ୍ୟୁ ଦେଖିବାକୁ ମିଳୁ ନାହିଁ।

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଚାରି ଦିନରେ ୩୦ ମେଣ୍ଢା ମୃତ୍ୟକୁ ନେଇ ଚିନ୍ତାରେ ବନ ବିଭାଗ ଓ ଗୁଣାଦୋଳ ଗ୍ରାମବାସୀ। ଅଜଣା ଜନ୍ତୁର ଆତଙ୍କ ଏବେବି ଲୋକଙ୍କୁ ଆତଙ୍କିତ କରି ରଖିଛି। ସଞ୍ଜ ନଇଁଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି।  ତେବେ ବନ ବିଭାଗ ପକ୍ଷରୁ ଗାଁରେ ଟ୍ରାପ କ୍ୟାମେରା ଲାଗିବା ପରେ ଆଉ ମେଣ୍ଢା ମୃତ୍ୟୁ ଦେଖିବାକୁ ମିଳୁ ନାହିଁ। ଗାଁର ବିଭିନ୍ନ ଜାଗାରେ ବନ ବିଭାଗ ସଞ୍ଜ ନଇଲେ ଟ୍ରାପ କ୍ୟାମେରା ଲଗା ଯାଉଛି। ତାସହ ରାତିରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ ମଧ୍ୟ କରୁଛନ୍ତି।

ସେପଟେ ଏହି ଘଟଣାକୁ ନେଇ ଏବେ ସତର୍କ ହୋଇ ରହିଛନ୍ତି ଗ୍ରାମବାସୀ। ସଞ୍ଜ ନଇଁଲେ ମେଣ୍ଢା ଗୁହାଳରେ ପହରା ଦେବା ଆରମ୍ଭ କରି ଦେଉଛନ୍ତି। ପାଳି କରି ମେଣ୍ଢା ଗୁହାଳ ଆଗରେ ଜଗୁଛନ୍ତି ପରିବାର ଲୋକ।

ଆତଙ୍କ ଖେଳାଇଲା ଅଜଣା ଜନ୍ତୁ! ୨୦ରୁ ଅଧିକ ମେଣ୍ଢାଙ୍କର ନେଲାଣି ପ୍ରାଣ

ଅନ୍ଯପଟେ ଜଗତସିଂହପୁର ବିରିଡି ବ୍ଲକରେ ଦେଖିବାକୁ ମିଳିଛି ସମାନ ଘଟଣା। ଚାରି ଦିନରେ ୩୦ ମେଣ୍ଢା ମୃତ୍ୟଙ୍କ ମୃତ୍ୟୁ ପରେ ବିରିଡିରେ ଗୋଟିଏ ଦିନରେ ୪ ମେଣ୍ଢା ମରିଛନ୍ତି। ତେବେ ଏହି ଅଜଣା ଜନ୍ତୁ ଆକ୍ରମଣରେ ଗତ ଛଅ ବର୍ଷ ତଳେ ହଜାର ହଜାର ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ମେଣ୍ଢାଙ୍କୁ କେଉଁ ଅଜଣା ଜନ୍ତୁ ଆକ୍ରମଣ କରୁଛି ଏହା ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ମେଣ୍ଢାଙ୍କ ବ୍ୟବଚ୍ଛଦ କରିବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।
Published by:Soumya Das
First published: