ଦିନ ସାରା ବନ ବିଭାଗକୁ କର୍ମଚାରୀଙ୍କୁ ନାକେଦମ କଲା ହାତୀ; ଏବେ ଗୋଡ଼ିବାରିରେ

ଦିନ ସାରା ହାତୀକୁ ଧରି ବୁଲିଥିଲେ ବନ ବିଭାଗ କର୍ମଚାରୀ। ଆଣିବା ବାଟରେ ଏକ ବଡ଼ ବରଗଛର ଡାଳରେ ହାତୀ ମୁଣ୍ଡକୁ ଲାଗିଥିଲା ଶକ୍ତ ଆଘାତ।

ନାକେଦମ କଲା ହାତୀ (ପ୍ରତୀକାତ୍ମକ ଛବି)

ନାକେଦମ କଲା ହାତୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପିପିଲି ପଟୁ ଆସି ରାଜଧାନୀ ଭିତରେ ପଶିଥିବା ଦନ୍ତା ହାତୀକୁ କାବୁ କରିବା ପରେ ବି ସରିଲାନି ବନ ବିଭାଗର ଚିନ୍ତା । ହାତୀକୁ ହାଇୱାରେ ନେଇ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛାଡ଼ିବା ପାଇଁ କରାଯାଇଥିଲା ଯୋଜନା ଫେଲ୍ ମାରିଲା । ଟାଙ୍ଗୀ ପାଖରେ ଲୋକେ ବିରୋଧ କରିବାରୁ ସେଠାରୁ ହାତୀକୁ ଫେରାଇ ଅଣାଯାଇଥିଲା ଚନ୍ଦକା ଜଙ୍ଗଲ । ଦିନସାରା ପ୍ରାୟ ୧୦୦ କିଲୋମିଟର ହାଇୱାରେ ଲଦି ହାତୀକୁ ବୁଲାଇବା ପରେ ଶେଷରେ ଗୋଡ଼ିବାରୀ ଜଙ୍ଗଲକୁ ଆଣିଛି ବନ ବିଭାଗ ।

ବୁଧବାର, ରାତି ପ୍ରାୟ ୩। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ପାଖ ମାର୍କେଟ୍ କଂପ୍ଲେକ୍ସରେ ଏକ ହାତୀ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଆଶ୍ଚର୍ଯ୍ୟ ହେବାକୁ ପଡ଼ିଲା ଯେ ରାଜଧାନୀ ଭିତରକୁ ହାତୀ ଆସିଲା କେମିତି ?  ଖବର ପାଇବା ପରେ ହାତୀ ଉପରେ ନଜର ରଖିଥିଲା ବନ ବିଭାଗ । ଜଣାପଡ଼ିଲା, ଦୁଇ ଦିନ ତଳେ ପିପିଲି ଅଞ୍ଚଳରେ ଘୂରି ବୁଲୁଥିବା ହାତୀଟି ଧଉଳି, ସାମନ୍ତାରପୁର ଦେଇ ପଶି ଆସିଥିଲା ଭୁବନେଶ୍ବର ସହର ଭିତରକୁ । ଭୋର ହେବା ବେଳକୁ ଦନ୍ତା ହାତୀ ଯଦୁପୁର ଦେଇ ଖଣ୍ଡଗିରି ଆଇଗିଣିଆ ପାଖ ଶନି ମନ୍ଦିର ପାଖରେ ପହଞ୍ଚିଥିଲା।ଖଣ୍ଡଗିରି ଆଇଗିଣିଆ ଶନି ମନ୍ଦିରଏଥର ବନ ବିଭାଗ ପ୍ରସ୍ତୁତ ହୋଇଯାଇଥିଲା ହାତୀକୁ କାବୁ କରିବା ପାଇଁ

ସାଜସରଞ୍ଜାମ ଧରି ଟ୍ରାଙ୍କୁଲାଇଜ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ ବିଶେଷଜ୍ଞ ଟିମ୍ । ପ୍ରାୟ ଶହେ କର୍ମଚାରୀ ଚାରିଆଡୁ ହାତୀକୁ ଘେରି ଯାଇଥିଲେ ।ହାତୀକୁ ସଫଳତାର ସହ କରାଯାଇଥିଲା ଟ୍ରାଙ୍କୁଲାଇଜ। ଏହା ପରେ ଗଛ ପାଖରେ ପ୍ରାୟ ନିସ୍ତେଜ ଅବସ୍ଥାରେ ଛିଡ଼ା ହୋଇ ରହିଥିଲା ବିରାଟକାୟ ଦନ୍ତା। ଏଥର ବନ ବିଭାଗ ପ୍ଲାନ କରିଥିଲା ହାତୀ ନେଇ ଜଙ୍ଗଲରେ ଛାଡ଼ିବା ପାଇଁ।

ବନ କର୍ମଚାରୀମାନେ ହାତୀ ଗୋଡ଼ରେ ଦଉଡ଼ି ବାନ୍ଧିବା ପରେ କ୍ରେନ୍ ସାହାଯ୍ୟରେ ହାତୀକୁ ହାଇୱା ଉପରକୁ ଉଠାଯାଇଥିଲା । ସକାଳ ପ୍ରାୟ ସାଢ଼େ ୯ଟା ବେଳକୁ ହାତୀକୁ ହାଇୱାରେ ଧରି ବନ ବିଭାଗ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ପଟିଆ ଜଙ୍ଗଲ ଅଭିମୁଖେ ବାହାରିଥିଲା  ।

ପାତ୍ରପୁର ପାଖରେ ହାଇୱାକୁ ଅଟକାଇ ହାତୀ ଉପରେ ଜଳ ସିଞ୍ଚନ କରାଯାଇଥିଲା। ଓଭରବ୍ରିଜ ଉପରେ ହାତୀ ମୁଣ୍ଡରେ ପାଣି ଢ଼ାଳି ଥଣ୍ଡା କରାଯାଇଥିଲା। ପ୍ରବଳ ଖରାରୁ ଶରୀରକୁ ଶୀତଳ କରିବା ପାଇଁ ହାତୀ ଉପରେ ପାଣି ଢଳାଯାଇଥିଲା। ହାତୀକୁ ଧରି ଆଗେଇ ଚାଲିଥିଲା ବନ ବିଭାଗର ଗାଡ଼ି । ନ୍ୟୁଜ୍ ୧୮ କ୍ୟାମେରାରେ କଏଦ ହୋଇଥିଲା ହାଇୱା ଉପରେ ହାତୀ ଯିବାର ଏକ୍ସକ୍ଲୁସିଭ ଭିଜୁଆଲ । ବନ ବିଭାଗ ନିଶ୍ଚିତ ହୋଇଯାଇଥିଲା ଯେ ଜଙ୍ଗଲରେ ହାତୀ ମେଳରେ ଦନ୍ତାକୁ ଛାଡ଼ି ଦେବ । ଟାଙ୍ଗୀରୁ ପଟିଆ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଅର୍ଜୁନପୁର ପାଖରେ ବିରୋଧ କରିଥିଲେ ଲୋକେ। ହାତୀ ଆସୁଥିବା ହାଇୱାକୁ ଅଟକାଇଥିଲେ। ସେଠାରୁ ବାଧ୍ୟ ହୋଇ ଫେରିଥିଲା ବନ ବିଭାଗ ଟିମ୍।ନାଲସିଂ ଜଙ୍ଗଲରେ ପହଞ୍ଚିବା ପରେ ସେଠି ମଧ୍ୟ ବିରୋଧ କରିଥିଲେ ଲୋକେ । ଏଥର ଗୁଡୁମ୍ ହୋଇଯାଇଥିଲା ବନ ବିଭାଗର ଅକଲ ।

ହାତୀକୁ କୁଆଡ଼େ ନେବ ଆଉ ଚିନ୍ତା କରି ପାରି ନ ଥିଲା ବନ ବିଭାଗ । ସ୍ଥିର ହୋଇଥିଲା, ହାତୀକୁ ନିଆଯିବ ଖୋର୍ଦ୍ଧା କେତକୀଝରରେ ଥିବା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରକୁ । ହାତୀକୁ ଆଣିବା ବାଟରେ ଏକ ବଡ଼ ବରଗଛର ଡାଳ ହାତୀ ମୁଣ୍ଡକୁ ଦେଇଥିଲା ଶକ୍ତ ଆଘାତ। କେତକୀଝରରେ ହାତୀର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ପ୍ରାଣୀ ଚିକିତ୍ସକ। କେତକୀଝରରେ ପ୍ରାୟ ୨ ଘଣ୍ଟା କାଳ ହାତୀକୁ ରଖାଯିବା ପରେ ସେଠାରୁ  ଚନ୍ଦକା ଜଙ୍ଗଲ ଅଭିମୁଖେ ନିଆଯାଇଥିଲା।
Published by:Soumya Das
First published: