ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ; କହିଲେ ଅଚ୍ଛେ ଦିନ କାହିଁ

ଦରବୄଦ୍ଧି ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଛନ୍ତି। ଅଚ୍ଛେ ଦିନର ୱଦା ଦେଇ ସରକାରକୁ ଆସିଥିବା ମୋଦି ସରକାରର କୁଆଡେ ଗଲା ଅଚ୍ଛେଦିନ ବୋଲି ପ୍ରଶ୍ନ କରିଛନ୍ତି।

ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବଢୁଛି ଦରଦାମ ବଢୁଛି ଅସନ୍ତୋଷ। ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସଠୁ ନେଇ ଖାଇବା ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁଦିନ ବେକାବୁ ହେଲାଣି। ଦରବୄଦ୍ଧି ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଛନ୍ତି। ଅଚ୍ଛେ ଦିନର ୱଦା ଦେଇ ସରକାରକୁ ଆସିଥିବା ମୋଦି ସରକାରର କୁଆଡେ ଗଲା ଅଚ୍ଛେଦିନ ବୋଲି ପ୍ରଶ୍ନ କରିଛନ୍ତି।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି, "ସତର୍କ ହୋଇଯାଅ କେନ୍ଦ୍ର ସରକାର। ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଫଳ ହୋଇଛ। ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ। ପେଟ୍ରୋଲ ଦରର ଡିଭିଜିବୁଲ ପୁଲ ଅସ୍ଥିର ହୋଇଛି। ରାଜ୍ୟ ହାତରେ କିଛି ନାହିଁ। ତୁରନ୍ତ ତା ଉପରେ ଲଦି ଦିଆଯାଇଥିବା ଅହେତୁକ ଟିକସ ହ୍ରାସ କରନ୍ତୁ। ଦର ଦାମ କମାଇବା ନାଁରେ ସେମାନେ କ୍ଷମତାକୁ ଆସିଥିଲେ। ଡିଜେଲ ଦର ବଢିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢିଛି। ସମାଧାନର ବାଟ ନ ବାହାର କଲେ, ଆହୁରି ଦର ବଢିବ। ଯାହାର ଫଳ ଭୋଗିବେ କେନ୍ଦ୍ର ସରକାର" ।

ବିଜେପି ନେତା ପୄଥୀରାଜ ହରିଚନ୍ଦନ କହିଛନ୍ତି," ସମାଜବାଦୀ ମନ୍ତବ୍ୟ ଦେଉଥିବା ନେତା ନିଷ୍ପତ୍ତି ନିଅନ୍ତୁ ସମାଜବାଦୀ ଚିନ୍ତାଧାରାରେ ଚଳୁଛନ୍ତି ନା ନାହିଁ। ଉତ୍ତର ଦାଇତ୍ୱ ଭୁଲି ଯାଇଛନ୍ତି ରାଜ୍ୟ ସରକାର। ଦରଦାମ ନିୟନ୍ତ୍ରଣ କରିବାର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଦାଇତ୍ୱ। କେନ୍ଦ୍ର ସରକାରଙ୍କ ସିଧାସଳଖ ଦାଇତ୍ୱ ନୁହେଁ। ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ। ରାଜ୍ୟ ସରକାର ନିଜ ଆଡୁ ପେଟ୍ରୋଲ ଡିଜେଲ ଜିଏସଟି ପରିସର ଭୁକ୍ତ କରିବାକୁ କୁହନ୍ତୁ।ଜିଏସଟି କାଉନ୍ସିଲ ବୈଠକରେ କଣ ପାଇଁ ରାଜ୍ୟ ସରକାର ବିରୋଧ କଲେ ପେଟ୍ରୋଲ ଡିଜେଲ ଜିଏସଟି ପରିସର ଭୁକ୍ତ କରିବାକୁ ।ଲୋକଙ୍କୁ ଜବାବ ଦେବା ଆବଶ୍ୟକ କି ଜିଏସଟି ପରିସର ଭୁକ୍ତ ହେଲେ ରାଜ୍ୟ ସରକାରଙ୍କ ଟ୍ୟାକ୍ସେସନ କମି ଯାଇପାରେ କିନ୍ତୁ ଲୋକ ସୁବିଧାରେ ରହିବେ। ରାଜ୍ୟରେ ପନିପରିବାଠୁ ଆରମ୍ଭ କରି ଅତ୍ୟାବଶକୀୟ ସାମଗ୍ରୀ ଦରବୃଦ୍ଧି ହୋଇଛି। ରାଜନୈତିକ ଡ୍ରାମା ବନ୍ଦ କରନ୍ତୁ।"

ଦରଦାମ ବୃଦ୍ଧି ଉପନିର୍ବାଚନ ପରାଜୟର କାରଣ ବୋଲି ପ୍ରଶ୍ନରେ ପୄଥୀରାଜ କହିଛନ୍ତି," ଯେଉଁ ନିର୍ବାଚନ ମଣ୍ଡଳୀର ଦଳ ହାରିଛି ସେଠି ତର୍ଜମା ହେବ। ଯଦି ଦରଦାମ ବୃଦ୍ଧି ଯୋଗୁଁ ଏଭଳି ଫଳାଫଳ ହୋଇଥାନ୍ତା ମଧ୍ୟପ୍ରଦେଶ ଓ ଆସାମରେ ବିପୁଳ ବିଜୟ ହୋଇ ନଥାନ୍ତା। କେଉଁ କଥାକୁ ନେଇ କେଉଁ କଥାରେ ଥୋଇ ନିଜର ଦୋଷ ଦୁର୍ବଳତାକୁ ଲୁଚେଇବାକୁ ଅପଚେଷ୍ଟା ବନ୍ଦ କରନ୍ତୁ। ଦରଦାମ ଯେପରି ବଢ଼ିଛି ଯେତିକି ବାଧିଛି। ଆଇନ ଶୃଙ୍ଖଳା ଯେପରି ହୋଇଛି ତାର ଉତ୍ତର ରଖନ୍ତୁ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି," ତେଲ ଦର ଆକାଶ ଛୁଆଁ। ଦରଦାମ ବୃଦ୍ଧି ଉପରେ ବିଜେଡି ଏଯାଏଁ ଚୁପ ଥିଲା। ଦିବ୍ୟଶଙ୍କର କେସ ଉଠିବାରୁ ଏବେ ବିରୋଧ ଆରମ୍ଭ କରିଛି ବିଜେଡି। ବିଜେଡି-ବିଜେପି ଏକ। ଦୁଇ ଦଳ ଡ୍ରାମା କରୁଛନ୍ତି। ୟୁପି ଖେରି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେଲା ବିଜେପି। ଏଠି କିନ୍ତୁ ମମିତା କେସରେ ବିକ୍ଷୋଭ କରୁଛନ୍ତି। ମମିତାକୁ ନ୍ୟାୟ କେବଳ କଂଗ୍ରେସ ଦେବ। ଇନ୍ଦିରା ଆବାସକୁ ନାଁ ବଦଳେଇଲେ ହେଲେ ଅଧିକ ଘୋଟଲା ରହିଛି। ନିଯୁକ୍ତି ନାହିଁ। ଉଭୟ ବିଜେପି-ବିଜେଡି ସରକାରରେ ରହିବାର ଅଧିକାର ନାହିଁ। ତୈଳ ଦଳ ହୁ ହୁ ହୋଇ ବଢୁଛି। ଅତ୍ୟାବଶକୀୟ ସାମଗ୍ରୀ ସାଧାରଣ ଲୋକଙ୍କୁ ବଢୁଛି। ନିକଟରେ ଉପ ନିର୍ବାଚନରେ ବି ବିଜେପି ଏହାର ଫଳ ଭୋଗିଛି।" ୟୁପିଏ ଓ ଏନଡିଏ ସରକାର ସମୟରେ ଦରଦାମକୁ ତୁଳନା କରି କେନ୍ଦ୍ର ଉପରେ ବର୍ଷିଛନ୍ତି ତାରା ବାହିନୀପତି।

ଭାରତର କମ୍ୟୁନିଷ୍ଟ ପାର୍ଟି ଭୁବନେଶ୍ୱର ଆଞ୍ଚଳିକ କମିଟି ତରଫରୁ ଆସନ୍ତାକାଲି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଆକାଶ ଛୁଆଁ ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ଭୁବନେଶ୍ୱର ରେ ସି ପି ଆଇ (ଏମ )ର ପ୍ରତିବାଦ କରିବାକୁ ଘୋଷଣା କରିଛି।
Published by:Soumya Das
First published: