ରାଜ୍ୟରେ ମହଙ୍ଗା ହେବାରେ ଲାଗିଛି ଖାଦ୍ୟସାମଗ୍ରୀ ବଜାର; ବ୍ୟବସାୟୀ ମହାସଂଘ- ନିୟନ୍ତ୍ରଣକୁ ଆସିବାକୁ ସମୟ ଲାଗିବ

ରାଜ୍ୟରେ ବିଭିନ୍ନ କମ୍ପାନୀ ପ୍ରସ୍ତୁତ ଶୋରିଷ ତେଲର ଦାମ ଲିଟର ପିଛା ଥିଲା ୯୦ ରୁ ୯୫ ଟଙ୍କା ଥିବା ବେଳେ ଏବେ ସେହି ଦାମ ୧୪୦ ଟଙ୍କା ଉପରେ ପହଞ୍ଚିଛି । ପାମୋଲିନର ଦାମ ଲିଟର ପିଛା ୭୦ ଟଙ୍କାରୁ ବୃଦ୍ଧି ପାଇ ୧୦୦ଟଙ୍କା ଉପରେ ପହଞ୍ଚିଛି ।

ରାଜ୍ୟରେ ମହଙ୍ଗା ହେବାରେ ଲାଗିଛି ଖାଦ୍ୟସାମଗ୍ରୀ ବଜାର; ବ୍ୟବସାୟୀ ମହାସଂଘ- ନିୟନ୍ତ୍ରଣକୁ ଆସିବାକୁ ସମୟ ଲାଗିବ
ରାଜ୍ୟରେ ମହଙ୍ଗା ହେବାରେ ଲାଗିଛି ଖାଦ୍ୟସାମଗ୍ରୀ ବଜାର
  • News18 Odia
  • Last Updated: November 15, 2020, 7:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଗତ କିଛି ସପ୍ତାହଧରି ଅତ୍ୟାବଶକ ଖାଦ୍ୟ ସାମଗ୍ରୀ ଦ୍ୱାରା ଅହତୁକ ବୃଦ୍ଧି ପାଇ ଚାଲିଛି ଯାହା କମିବାର ନା ଧରୁନି । ବଜାରରେ ଆଳୁ, ପିଆଜ ତଥା ବିଭିନ୍ନ ପ୍ରକାର ଖାଇବା ତେଲ ଓ ଡାଲିର ଦର ମଧ୍ୟ କ୍ଷିପ୍ର ଗତିରେ ବୃଦ୍ଧି ପାଇଛି । ଗୋଟିଏ ପଟେ କୋଭିଡ ମହାମାରୀର ପ୍ରକୋପ ଓ ଅନ୍ୟପଟେ ବଜାରରେ ଆକାଶ ଛୁଆଁ ଦର ସମସ୍ୟା ବଢ଼ାଇ ଚାଲିଛି । ଆଳୁ, ପିଆଜ ଭଳି ଡାଲି, ଖାଇବା ତେଲ ଆଦି ବିଭିନ୍ନ ପ୍ରକାର ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣରେ ଚିନ୍ତା ବଢୁଛି । ଦର ବୃଦ୍ଧି ସ୍ଥିତିରେ ସୁଧାର ପାଇଁ ରାଜ୍ୟ ବ୍ୟବସାୟୀ ମହାସଂଘ ସମୟ ଲାଗିବ ବୋଲି ମତ ରଖିଥିବା ବେଳେ, ସାମାଜିକ କର୍ମୀ ଓ କୃଷି ଅର୍ଥନୀତିଜ୍ଞ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ରଖିଛନ୍ତି ।

ରାଜ୍ୟ ବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ, ଗତ ୪ ସପ୍ତାହରୁ ଅଧିକ ସମୟ ଧରି କ୍ରମାଗତ ଭାବେ ରାଜ୍ୟରେ ଆଳୁ, ପିଆଜ ଭଳି ସାମଗ୍ରୀର ଦର ବୃଦ୍ଧି ହୋଇ ଚାଲିଛି । ଏହି ସମୟ ଭିତରେ ଆଳୁର ଦାମ କେଜି ପିଛା ୪୦ ଟଙ୍କା ଉପରେ ନିୟମିତ ରହୁଥିବା ବେଳେ ପିଆଜର କେଜି ପିଛା ଦାମ ୭୦ ଟଙ୍କା ପାଖାପାଖି ରହୁଛି । ସେହିପରି କିଛି ମାସ ତଳେ ରାଜ୍ୟରେ ବିଭିନ୍ନ କମ୍ପାନୀ ପ୍ରସ୍ତୁତ ଶୋରିଷ ତେଲର ଦାମ ଲିଟର ପିଛା ଥିଲା ୯୦ ରୁ ୯୫ ଟଙ୍କା ଥିବା ବେଳେ ଏବେ ସେହି ଦାମ ୧୪୦ ଟଙ୍କା ଉପରେ ପହଞ୍ଚିଛି । ପାମୋଲିନର ଦାମ ଲିଟର ପିଛା ୭୦ ଟଙ୍କାରୁ ବୃଦ୍ଧି ପାଇ ଲ ୧୦୦ଟଙ୍କା ଉପରେ ପହଞ୍ଚିଛି । ସେହିଭଳି ସନ ଫ୍ଲାୱାର ତେଲର ଦାମ ୯୦ ଟଙ୍କାରୁ ବୃଦ୍ଧି ପାଇ ୧୩୫ ଟଙ୍କା ଉପରେ ବିକ୍ରୀ ହେଉଛି । ଆଳୁ, ପିଆଜ, ତେଲ, ଡ଼ାଲି ଅବଶ୍ୟକୀୟ ଜାତୀୟ ସାମଗ୍ରୀର ଦାମ ମଧ୍ଯ ୩୫ ରୁ ୪୦ ପ୍ରତିଶତ ବଢିଛି । ରାଜ୍ୟ ବ୍ୟବସାୟୀ ମହାସଂଘ ମତରେ, କୋଭିଡ ସମୟରେ ବିଭିନ୍ନ ସାମଗ୍ରୀର ଦାମ ବୃଦ୍ଧି ଲୋକଙ୍କ ପକେଟକୁ ବାଧୁଛି । ଡିସେମ୍ବରରେ ପିଆଜ ଦର ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଥିବାବେଳେ ଆଳୁ ଓ ବିଭିନ୍ନ ପ୍ରକାର ସାମଗ୍ରୀର ଦର ନିୟନ୍ତ୍ରଣକୁ ଆସିବାକୁ ଅଧିକ ସମୟ ଲାଗିବ । ୨୦୨୧ ମାର୍ଚ୍ଚ ମଧ୍ୟ ହୋଇପାରେ ।

ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ, "ବାରମ୍ବାର ଏଭଳି ସ୍ଥିତି ଉପୁଜିବା କାରଣ ହେଲା, ଓଡ଼ିଶା ଏକ ଉପଯୋଗକାରୀ ରାଜ୍ୟ ହୋଇଥିବାରୁ ବିଭିନ୍ନ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ଓଡିଶାକୁ ନିର୍ଭର କରିବାକୁ ପଡୁଛି । ତାଛଡ଼ା ପ୍ରାକୃତିକ ବିପର୍ଯ୍ୟୟ ତଥା ଉତ୍ପାଦନ କମ କାରଣରୁ ସାମଗ୍ରୀ ଯୋଗାଣ ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି । ସରକାରଙ୍କ ନୀତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ଏହି ସମସ୍ୟା ପ୍ରତିବର୍ଷ ଉପୁଜିଛି । ସରକାର ବା ପ୍ରଶାସନ ଏହାକୁ ଗୁରୁତ୍ୱ ଦେବା ଦରକାର । ବିଶେଷ କରି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ନହେଲେ ଏହା ଏକ ନିୟମିତ ସମସ୍ୟା ପାଲଟିଯିବ ।"

ବାରମ୍ବାର ଏଭଳି ସ୍ଥିତି ପାଇଁ, ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି ଉଭୟ ସାମାଜିକ ଜର୍ମୀ ଓ କୃଷି ଅର୍ଥନୀତିଜ୍ଞ। ସାମାଜିକ କର୍ମୀ ଅଶୋକ ପାଲଟାସିଂଙ୍କ ମତରେ, "ବାସ୍ତବରେ ସରକାର ଏ ପର୍ଯ୍ୟନ୍ତ ଏହି ଗମ୍ଭୀର ସମସ୍ୟାକୁ ଅତି ହାଲକା ଭାବରେ ନେଇ ଆସିଛନ୍ତି । କିନ୍ତୁ ସରକାର ଏହାକୁ ଗୁରୁତ୍ବର ସହିତ ବିଚାର କରିବା ଦରକାର । କେତେ ଦିନ ଯାଏଁ ଆମେ ଏଭଳି ପର ଉପରେ ନିର୍ଭରଶୀଳ ହୋଇ ରହିବା । ଏହାର ଅନ୍ତ ହେବା ଦରକାର । "

ସେହିଭଳି କୃଷି ଅର୍ଥନୀତିଜ୍ଞ ଡ଼ଃ ସର୍ବନାରାୟଣ ମିଶ୍ରଙ୍କ ମତରେ, "ବାରମ୍ବାର ଏହି ସମସ୍ୟାରୁ ବାହାରିବା ପାଇଁ ଆନ୍ତରିକ ଉଦ୍ୟମ ଲୋଡା । ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ସୃଷ୍ଠି ପାଇଁ ଉଦ୍ୟମ କରିବା ସହିତ ଏ ଦିଗରେ ଯୁବ ଉଦ୍ୟୋଗୀଙ୍କୁ ଅଧିଜ ଉତ୍ସାହିତ କରିବା ଦରକାର । "

ତେବେ ପ୍ରତିବର୍ଷ ଏହି ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ଏଭଳି ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏଥିରେ ପୂର୍ଣ୍ଣଛେଦ ପଡିବା ଦରକାର ବୋଲି ଅନେକଙ୍କ ମତ ।
Published by: Jagdish Barik
First published: November 15, 2020, 6:42 PM IST
corona virus btn
corona virus btn
Loading