ଆଉ ଚାରି ଦିନ ଲାଗି ରହିବ ବନ୍ୟା ସ୍ଥିତି: ସ୍ବତନ୍ତ୍ର ରିଲିଫ କମିଶନର

ରାଜସ୍ବ ମନ୍ତ୍ରୀ ଓ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବନ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଆଉ ଚାରି ଦିନ ଲାଗି ରହିବ ବନ୍ୟା ସ୍ଥିତି (ପ୍ରତୀକାତ୍ମକ ଛବି)

ଆଉ ଚାରି ଦିନ ଲାଗି ରହିବ ବନ୍ୟା ସ୍ଥିତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ରାଜସ୍ବ ମନ୍ତ୍ରୀ ଓ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବନ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ରାଜସ୍ୱ ମନ୍ତ୍ରୀ କହିଛନ୍ତି,"ରେସକ୍ୟୁ ଅପରେସନ ଚାଲିଛି। ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି । ଘାଇ ମରାମତି ପାଇଁ ଜଳ ସମ୍ପଦ ବିଭାଗକୁ କୁହାଯାଇଛି"।

ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରାନଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ ୪ଟି ଘାଇ ହୋଇଛି। ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡଳୀରୁ ଖସୁଛି । ସନ୍ଧ୍ୟା ସୁଦ୍ଧା ଘଣ୍ଟାକୁ ୨୫ ହଜାର କ୍ୟୁସେକକୁ ଖସିବ। ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ  ମୁଣ୍ଡଳୀଠାରେ କାଲି ସକାଳୁ ପହଞ୍ଚିବ। ପ୍ରାୟ ୯ ରୁ ୧୦ ଲକ୍ଷ କ୍ୟୁସେକ ପାଣି ପାସ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ ହୋଇଛି। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆଜି  ଓଡ୍ରାଫ, NDRF, ଫାୟାର ସର୍ଭିସ ଅତିରିକ୍ତ ଟିମ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି। କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି। ପାର୍ଯ୍ୟାପ୍ତ କିଟ ପାଇଁ କୁହାଯାଇଛି । ଏହା ବ୍ୟତୀତ ଆଣ୍ଟି ଭେନମ କିଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ସୁରକ୍ଷା ନିମନ୍ତେ ବିଭାଗ ପକ୍ଷରୁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଭାବିତ ଯାଗାରେ ତୁରନ୍ତ ଚିକିତ୍ସା ନିମନ୍ତେ ପ୍ରତ୍ୟେକ ବ୍ଲକ୍‌ରେ ଗୋଟିଏ ଲେଖାଏଁ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଟିମ୍‌ରେ ଏକ ଗାଡି ସହ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ଓ ସହାୟକ ରହିବେ। ସିଡ଼ିଭିଓଙ୍କୁ ଆବଶ୍ୟକ ଟୀକା ଓ ଜରୁରୀ ଔଷଧ ପ୍ରାଣୀ ଚିକିତ୍ସାଳୟ, ଭେଟେରିନାରୀ ଡିସ୍‌ପେନ୍‌ସାରୀ ଓ ଲାଇଭଷ୍ଟକ୍‌ କେନ୍ଦ୍ରରେ ଆଗୁଆ ପଠାଇବା ସହ ପର୍ଯ୍ୟାପ୍ତ ପରିମାଣରେ ଜରୁରୀ ଔଷଧ ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଠାରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (ଫୋନ୍‌ ନଂ-୦୬୭୧-୨୪୧୪୩୧୦, ୭୨୦୫୫୯୮୧୨୫) ଖୋଲାଯାଇଛି।

ମତ୍ସ୍ୟ ସମ୍ପଦର ସୁରକ୍ଷା ପାଇଁ ସମସ୍ତ ମାଛ ଚାଷୀଙ୍କୁ ଜଳାଶ୍ରୟର ବନ୍ଧକୁ ମଜବୁତ୍‌ କରି ଜଳସ୍ତରକୁ କମ ରଖିବାକୁ ପରାମର୍ଶ ଦିଆଯାଇଛି। ଯେପରି ମାଛ, ଚିଙ୍ଗୁଡ଼ି କିମ୍ବା ଜାଅଁଳ ଭାସି ନ ଯାଆନ୍ତି ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
Published by:Soumya Das
First published: