ମାଲକାନାଗିରିରେ ବନ୍ୟା ପରିସ୍ଥିତି ଅସମ୍ଭାଳ; ଚାଷରେ ବ୍ୟାପକ କ୍ଷତି ସହ ଯୋଗାଯୋଗ ବାଧାପ୍ରାପ୍ତ

ମାଲକାନାଗିରିରେ ବନ୍ୟା ପରିସ୍ଥିତି ଅସମ୍ଭାଳ

ମାଲକାନାଗିରିରେ ବନ୍ୟା ପରିସ୍ଥିତି ଅସମ୍ଭାଳ

  • News18 Odia
  • Last Updated :
  • Malkangiri
  • Share this:
News 18 Odia Digital

ମାଲକାନାଗିରି; ଅତି ପ୍ରବଳ ବର୍ଷା ଯୋଗୁ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ, ସାବେରୀ, ସିଲେ ନଦୀର ଜଳସ୍ତର ବୃଦ୍ଧି ହେବାରୁ ଅନେକ ଗାଁ ପାଣି ଘେରରେ ବୁଡ଼ି ରହିଛି । ଫଳରେ ଯାତାୟତ ସମେତ ଚାଷୀଙ୍କ ଫସଲ ଉଜୁଡି ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଜିଲ୍ଲାର ମୋଟୁ ଗାଁରେ ସ୍ଥିତି ଅସମ୍ଭାଳ ହୋଇଥିବା ଦେଖିବାକୁ ମିଳିଛି । ଗାଁରୁ ୬୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଗାଁ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ମଧ୍ୟ ପାଣିଘେରରେ ଅଛି । ମାଲକାନାଗିରି ସୀମାନ୍ତ ଆନ୍ଧ୍ରର ଅନେକ ଅଞ୍ଚଳ ମଧ୍ୟ ଜଳମଗ୍ନ ରହିଛି । ଅନେକ ଅଞ୍ଚଳକୁ ଯାନବାହନ ଯିବା ସମ୍ଭବପର ହେଉନାହିଁ ।

ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବନ୍ୟାଞ୍ଚଳ ବୁଲି ଦେଖିବା ସହ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଏଥିସହ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ବନ୍ୟାଞ୍ଚଳରେ ଲୋକଙ୍କ ସୁବିଧା ନିମନ୍ତେ କାର୍ଯ୍ୟ କରୁଛନ୍ତି । ବନ୍ୟା ଜଳରେ ହଜାର ହଜାର ଚାଷଜମି ବୁଡ଼ି ରହିଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି । ଆଦିବାସୀ ଓ ଅବହେଳିତ ବର୍ଗର ଲୋକଙ୍କ କଚ୍ଚାଘର ଭାଙ୍ଗିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସୂଚନା ମିଳିଛି ।​
Published by:Soubhagya Mishra
First published: