ଭଦ୍ରକ ଧାମରାର ମତ୍ସଜୀବୀଙ୍କ ମନ ଖୁସି; ଜାଲରେ ପଡ଼ୁଛନ୍ତି କୁଢ଼ କୁଢ଼ ଇଲିସି

ଜାଲରେ ପଡ଼ୁଛନ୍ତି କୁଢ଼ କୁଢ଼ ଇଲିସି

ଜାଲରେ ପଡ଼ୁଛନ୍ତି କୁଢ଼ କୁଢ଼ ଇଲିସି

  • Share this:
News 18 Odia Digital

ଭଦ୍ରକ; କଥାରେ ଅଛି, ମାଛ ଖାଇବ ଇଲିସି ଚାକିରି କରିବ ପୋଲିସି । ଇଲିସି ମାଛର ଦର ଅଧିକା ଥିବାରୁ ସାଧାରଣ ଲୋକଙ୍କ ପାଇଁ ଅନ୍ୟ ଦିନ ଗୁଡ଼ିକରେ ଖାଇବା ସମ୍ଭବ ହୋଇନଥାଏ । କିନ୍ତୁ ବର୍ଷା ଦିନରେ ସାମାନ୍ୟ ଦର କମିଲେ ମାଛ ବଜାରରେ ଇଲିସି କିଣିବାକୁ ଲାଗେ ଲୋକଙ୍କ ଭିଡ଼ ।

ଲଗାତାର କିଛିଦିନ ହେବ ଭଦ୍ରକ ଧାମରା ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ୁଛନ୍ତି ଟନ୍ ଟନ୍ ଇଲିସି । ହେଲେ ନୂଆ ଇଲିସି ପଡିବା କାରଣରୁ ଦର ମଧ୍ୟ ଆକାଶ ଛୁଆଁ ରହିଛି । ବିଗତ ବର୍ଷ ଗୁଡ଼ିକରେ ଇଲିସି ଏତେଟା ଦେଖା ଦେଇନଥିଲା । ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଧାମରା ଅଂଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି ମାଛ ପଡୁଛି । ଯାହାକୁ ନେଇ ମତ୍ସ୍ୟଜୀବୀ ବେସ ଖୁସି ଅଛନ୍ତି । ଛୋଟ ଇଲିସି କମ୍ ପଡୁଥିବେ ବେଳେ ଅଧିକ ବଡ଼ ଇଲିସି ଗୁଡ଼ିକ ଜାଲରେ ପଡୁଛନ୍ତି । ବଡ଼ ଇଲିସିର ଚାହିଦା ମଧ୍ୟ ସବୁଠି ଅଧିକ ରହିଛି । ୧ କେଜିରୁ ଦେଢ଼ କିଲୋ ଓଜନର ଇଲିସି ଗୁଡ଼ିକ ୧୫ଶହରୁ ୨ହଜାର ଟଙ୍କାରେ ବିକ୍ରି ହେଉଛି । ୧ କେଜିରୁ କମ୍ ଓଜନର ଇଲିସି ୧୨ଶହ ଓ ଅଧକିଲୋରୁ ୬ଶହ ଓଜନର ଇଲିସି ୬ଶହ ଟଙ୍କାରେ ବିକ୍ରି ହେଉଛିମ।

ବର୍ଷା ଋତୁ ସମୟରେ ଇଲିସି ଆମଦାନୀ ହେଉଥିବାରୁ ଇଲିସି ଖାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଆକାଶ ଛୁଆଁ ଦର ଯୋଗୁଁ କିଛି ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସିକୁ କଲିକତା, ଖଡ଼ଗପୁର, ମେଛଦା ଆଦି ଅଂଚଳକୁ ବିକ୍ରି ପାଇଁ ପଠାଇଥାନ୍ତି । ପୂର୍ବାଳି ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି ଆଉ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ନ୍ତି ବୋଲି କୁହିଛନ୍ତି ଧାମରା ମତ୍ସ୍ୟଜୀବୀ । ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ ତେବେ ଆହୁରି ଅଧିକ ଇଲିସି ଜାଲରେ ପଡ଼ିବେ ଏବଂ ଦର ମଧ୍ୟ ଶସ୍ତା ହେବ ବୋଲି କହିଛନ୍ତି ମତ୍ସ୍ୟଜୀବୀ ।

ଧାମରା ଚନ୍ଦନୀ ପାଳ ଅଂଚଳରେ ପାଖାପାଖି ୫ହଜାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାର ଓ ୧୨ଶହ ବୋଟ୍ ପ୍ରତିଦିନ ଧାମରା ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ସମୁଦ୍ରରେ ମାଛ ମାରି ରାଜ୍ୟ ବାହାରକୁ ରପ୍ତାନି କରି ଭଲ ଅର୍ଥ ରୋଜଗାର କରୁଛନ୍ତି ।
Published by:Soubhagya Mishra
First published: