ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁଣି ଚଳଚଞ୍ଚଳ ହେଲା କଲେଜ; ଆରମ୍ଭ ହେଲା ଏକାଦଶ ପ୍ରଥମ ଅଫଲାଇନ କ୍ଲାସ

ପୁଣି ଚଳଚଞ୍ଚଳ ହେଲା କଲେଜ; ଆରମ୍ଭ ହେଲା ଏକାଦଶ ପ୍ରଥମ ଅଫଲାଇନ କ୍ଲାସ

ଆରମ୍ଭ ହୋଇଛି ଯୁକ୍ତ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା। ପ୍ରଥମ ଦିନରେ କଲେଜରେ ଇଣ୍ଡକ୍ସନ କ୍ଳାସ ଆୟୋଜିତ ହୋଇଛି।

ପୁଣି ଚଳଚଞ୍ଚଳ ହେଲା କଲେଜ; ଆରମ୍ଭ ହେଲା ଏକାଦଶ ପ୍ରଥମ ଅଫଲାଇନ କ୍ଲାସ
ପ୍ରଥମ ଦିନରେ ଅଫଲାଇନ କ୍ଲାସ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 21, 2021, 7:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କ୍ୟାମ୍ପସ ଚଳ ଚଞ୍ଚଳ ହୋଇ ଉଠିଛି। ଆରମ୍ଭ ହୋଇଛି ଯୁକ୍ତ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା। ପ୍ରଥମ ଦିନରେ କଲେଜରେ ଇଣ୍ଡକ୍ସନ କ୍ଳାସ ଆୟୋଜିତ ହୋଇଛି।

କରୋନା ମହାମାରୀ ସମୟରେ ସ୍କୁଲ କଲେଜ ଖୋଲିବା ଚ୍ୟାଲେଞ୍ଜ ପାଲଟିଛି। ଏସବୁ ମଧ୍ୟରେ ଏକାଦଶ ପିଲାମାନଙ୍କ ପାଇଁ ଅଫଲାଇନରେ କଲେଜ ଆରମ୍ଭ ହୋଇଛି। ପ୍ରଥମ ଦିନରେ କଲେଜ ତରଫରୁ ପିଲାମାନଙ୍କ ପାଇବ ଇଣ୍ଡକ୍ସନ କ୍ଲାସ ଆୟୋଜନ ହୋଇଥିଲା। ଅଧିକାଂଶ କଲେଜର ଅଧ୍ୟକ୍ଷ କଲେଜ ପରିସର ବୁଲି ନୂଆ ପିଲାଙ୍କ ସହ ମିଶିଛନ୍ତି। ଅନେକ ଦିନ ପରେ ସ୍କୁଲ କୁ ଫେରି ଉତ୍ସାହିତ ଛାତ୍ରଛାତ୍ରୀ।

ଗଣଶିକ୍ଷା ବିଭାଗର ଗାଇଡ଼ଲାଇନ ଅନୁଯାୟୀ ଇଣ୍ଡକ୍ସନ କ୍ଳାସରେ ପିଲାଙ୍କୁ ଦିଆଯାଇଥିଲା କ୍ୟାମ୍ପସ ସମ୍ବନ୍ଧିତ ସୂଚନା। ସିଲାଵସ, ୟୁନିଫର୍ମ ଓ ସି.ଏଚ.ଏସ.ଇ ର ନୂଆ ଫର୍ମାଟ ପରୀକ୍ଷା ନେଇ ଅବଗତ କରାଯାଇଛି।  ଆସନ୍ତାକାଲିଠାରୁ ଆରମ୍ଭ ହେବ ପାଠପଢା। ତେବେ ବିଗତ ବର୍ଷ ମାତ୍ର ୮୦ଦିନ କ୍ଳାସ ହୋଇଥିବାବେଳେ ବାକି ଅନଲାଇନରେ ହୋଇଥିଲା ପାଠପଢା। ଏବର୍ଷ ଅଫଳାଇନ କ୍ଳାସକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ।

"ଆମେ ଏତେ ଦିନ ହେବ ଅନଲାଇନରେ ପାଠ ପଢୁଥିଲୁ ଭଲ ଲାଗୁ ନଥିଲା। ଏବେ ଅଫଲାଇନରେ ପଢ଼ିବୁ। ଖୁସି ଲାଗୁଛି ଆଉ ପ୍ରଥମ ଦିନରେ ସାଙ୍ଗସାଥିମାନଙ୍କୁ ଦେଖି ବହୁତ ଭଲ ଲାଗୁଛି। ଅଫଲାଇନ ପାଠପଢା ନିହାତି ଜରୁରୀ,"କହିଛନ୍ତି ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲର ବିଜ୍ଞାନ ବିଭାଗ ଛାତ୍ରୀ ସାଇ ସ୍ମିତା।

"ଏକାଦଶ ଛାତ୍ରଙ୍କ ଭିତରେ କ୍ଲାସ କରିବାକୁ ଆଗ୍ରହ ଅଛି। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଏହି ଫିଡବ୍ୟାକ ଆସିଛି। ଆଡ଼ମିଶନ ପରେ ପ୍ରଥମ କ୍ଲାସ ହେଉଛି। ତେଣୁ ପିଲମାନଙ୍କ ମଧ୍ୟରେ ଉତ୍ସାହ ଅଛି। ଯାହା SOP ଅଛି, ତାହା ପାଳନ ହେଉଛି। କରନା ଯେହେତୁ ସମ୍ପୂର୍ଣ୍ଣ ଭାବେ ଯାଇନି, ସେଥିପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି। ମନିଟରିଂ ଟିମ ହୋଇଛି। ଯେଉଁଠି ପିଲାଙ୍କ ଭିତରେ କିଛି ଲକ୍ଷଣ ଦେଖାଗଲା, ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଦେହ ଭଲ ନ ଲାଗିଲେ, ସ୍କୁଲ ନ ଆସନ୍ତୁ। ସେହିପରି ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋକିବାକୁ ପ୍ରସ୍ତୁତି ହୋଇଛି," ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

କ୍ୟାମ୍ପସରେ କୋଭିଡ କଟକଣା ଭିତରେ କେମିତି ହେବ ପାଠପଢା ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ଅଧ୍ୟକ୍ଷ। ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ ସାଙ୍ଗକୁ ସାନିଟାଇଜେସନ ଓ ମାସ୍କ ଚେକିଂ ଚାଲିଥିଲା। ଅଭିଭାବକଙ୍କ ଅନୁମତି ପରେ ପିଲାଙ୍କୁ କ୍ଳାସ କରିବାକୁ ଅନୁମତି ଦିଆଯାଇଛି। ଅନେକ ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ଆସିଥିବାବେଳେ ନଭେମ୍ବର ୧ ରୁ ୟୁନିଫର୍ମ ବାଧ୍ୟତାମୂଳକ ହୋଇଛି। ସେପଟେ ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସ୍କୁଲ ରେ ଚାଲିଛି ପ୍ରସ୍ତୁତି। ନବମ ଶ୍ରେଣୀ ସମୟ ସହିତ ଅଷ୍ଟମ ଶ୍ରେଣୀ ଆରମ୍ଭ ହେବ। ହଷ୍ଟେଲ ମଧ୍ୟ ଖୋଲିବ ପିଲାଙ୍କ ପାଇଁ।

"ଆଜି ପିଲା ଆସିଛନ୍ତି। ଆମେ ତାଙ୍କୁ ଇଣ୍ଡକ୍ସନ କ୍ଳାସ ମାଧ୍ୟମରେ ସମସ୍ତ ବିଷୟ ଅବଗତ କଲୁ। ଖାସ କରି ଏ ମହାମାରୀ ପାଠପଢା ଓ ପରୀକ୍ଷାର ଗୁରୁତ୍ୱ ବୁଝାଇଛୁ। ପିଲାଙ୍କର ଅନେକ ଆଗ୍ରହ ଅଛି। ପ୍ରଥମ ଦିନରେ ୯୦% ପିଲା ଆସି କ୍ଳାସ କରିଛନ୍ତି," କହିଛନ୍ତି ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବଳ।

"ଆମକୁ ସରକାର ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର ନୋଟିସ ହୋଇଛି। ସେ ହିସାବରେ ଆଜି ଅଭିଭାବକ ବୈଠକ ନେବୁ ଅନଲାଇନ ମାଧ୍ୟମରେ। ପିଲାମାନେ କେବେ କେମିତି କେତେବେଳେ ଆସିବେ ଓ କଣ ଆବଶ୍ୟକତା ରହିଛି ସେ ବିଷୟରେ କହିବୁ। ପିଲାଙ୍କ ବିଷୟ ବୁଝିବୁ। ତା ପରେ ତାଙ୍କୁ ଆସିବାକୁ କହିବୁ। ଆମର ସ୍କୁଲ ସଫେଇ ଚାଲିଛି, ବି.ଇ.ଓ, ଡ଼ି.ଇ.ଓ ବି ବୁଝୁଛନ୍ତି ସବୁ। ଆମେ ପିଲାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ"କହିଛନ୍ତି ୟୁନିଟ ୧ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା।

ଆସନ୍ତାକାଲି ଠାରୁ ବିଧିବଦ୍ଧ ଆରମ୍ଭ ହେବ ପାଠପଢା। ଯେଉଁମାନେ ସ୍କୁଲ ଆସିବେ ନାହିଁ ସେମାନେ ୟୁଟ୍ୟୁବ ଲାଇଭ କ୍ଳାସରୁ ପଢି ପାରିବେ। ପୂର୍ବ ପରି ଜାରି ରହିବ ଅନଲାଇନ କ୍ଳାସ।
Published by: Soumya Das
First published: October 21, 2021, 7:52 PM IST