ବି.ଏମ.ସିର ବସିଲା ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ; ୭ଦିନ ମଧ୍ୟରେ ହେବ ଅଧ୍ୟକ୍ଷ ଚୟନ

ପୌର ନିୟମ ଅନୁଯାୟୀ ବୁଧବାର ବସିଥିଲା ବିଏମ୍ସିର ସ୍ବତନ୍ତ୍ର ତଥା ଗୁରୁତ୍ତ୍ବପୂର୍ଣ୍ଣ ବୈଠକ। ବୈଠକରେ ଗଠନ ହୋଇଛି ୧୦ଟି ଷ୍ଟାଣ୍ଡିଂ କମିଟି । ୭ଦିନ ମଧ୍ୟରେ ବିଭିନ୍ନ କମିଟିର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ ।

ବି.ଏମ.ସିର ବସିଲା ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ

ବି.ଏମ.ସିର ବସିଲା ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ

  • Share this:
News18 Odia Digital

ଭୁବନେଶ୍ୱର: ପୌର ନିୟମ ଅନୁଯାୟୀ ବୁଧବାର ବସିଥିଲା ବିଏମ୍ସିର ସ୍ବତନ୍ତ୍ର ତଥା ଗୁରୁତ୍ତ୍ବପୂର୍ଣ୍ଣ ବୈଠକ। ବୈଠକରେ ଗଠନ ହୋଇଛି ୧୦ଟି ଷ୍ଟାଣ୍ଡିଂ କମିଟି । ୭ଦିନ ମଧ୍ୟରେ ବିଭିନ୍ନ କମିଟିର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ଯାହାକୁ ନେଇ କର୍ପୋରେଟରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା।

ପୌର ନିର୍ବାଚନ ସରିବା ପରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି । ତଥାପି ପୌର ନିୟମରେ ରହିଛି ଅନେକ ବ୍ୟବସ୍ଥା । ନିୟମ ପ୍ରକାରେ ଦାୟିତ୍ୱ ଗ୍ରହଣର ମାସକ ମଧ୍ୟରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ । ଯାହାକୁ ନେଇ ଆଜି ଭୁବନେଶ୍ବର ମହାନଗର ନିଗମରେ ମେୟରଙ୍କ ଅଧ୍ୟକ୍ଷତାରେ ବସିଥିଲା ସ୍ବତନ୍ତ୍ର ତଥା ଗୁରୁତ୍ତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ ଉପସ୍ଥିତ ଥିଲେ କମିଶନରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ  ୬୭ଜଣ କର୍ପୋରେଟର । ଗଠନ ହୋଇଥିଲା ଶିକ୍ଷା, ସଂସ୍କୃତି ଓ ଆମୋଦ, ଏଷ୍ଟାବ୍ଲିସମେଣ୍ଟ, ପବ୍ଲିକ ହେଲ୍ଥ, ବିଦ୍ୟୁତ, ଜଳଯୋଗାଣ, ପରିବେଶ ଓ ଡ୍ରେନେଜ, ଯୋଜନା ଓ ଉନ୍ନୟନ, ପୂର୍ତ୍ତ, ଅଭିଯୋଗ ଓ ସାମାଜିକ ସୁରକ୍ଷା, ବସ୍ତି ଥଇଥାନ, ବିତ୍ତ ଓ କର ଏବଂ ଲାଇସେନ୍ସ ଓ ଅପିଲ ଭଳି ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି । ପ୍ରତ୍ୟେକ କମିଟିରେ ୭ରୁ ୮ଜଣ ଲେଖାଏଁ କର୍ପୋରେଟରଙ୍କୁ ସାମିଲ କରାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ କମିଟିର ଅଧ୍ୟକ୍ଷ ପଦବୀ ପାଇଁ ପୁଣି ଏକ ସ୍ବତନ୍ତ୍ର କମିଟିରେ ନିର୍ବାଚନ କରାଯିବ ।

ସମସ୍ତ କମିଟିର ରହିଛି ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଓ କ୍ଷମତା । ଏଣୁ ଜଣେ ଜଣେ କର୍ପୋରେଟର ଭାବେ ସମସ୍ତଙ୍କର ଆଶା କମିଟିର ଅଧ୍ୟକ୍ଷ ପଦ ହାତେଇବାକୁ । କମିଟି ଗଠନ ବେଳେ ଦଳ ମତ ନିର୍ବିଶେଷରେ ସମସ୍ତ କର୍ପୋରେଟରଙ୍କୁ ସାମିଲ କରାଯାଇଥାଏ । ବିଏମ୍ସିରେ ଯଦିଓ କଂଗ୍ରେସର ଜଣେ ମଧ୍ୟ କର୍ପୋରେଟର ନାହିଁ ତଥାପି ବିଜେଡି ସହିତ ଉଭୟ ବିଜେପି ଓ ସ୍ବାଧୀନ କର୍ପୋରେଟରମାନଙ୍କୁ ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଛନ୍ତି । ନିଜ ନିଜ ଦାୟିତ୍ତ୍ବ ସୁଚାରୁ ରୁପେ ତୁଲାଇବାକୁ ଚେଷ୍ଟା କରିବେ ବୋଲି କହିଥିବା ବେଳେ ଆଗକୁ ହେବାକୁ ଥିବା ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଅନେକ ଆଶାୟୀ ଥିବା ଜଣାପଡ଼ିଛି।

ସମସ୍ତ ଷ୍ଟାଣ୍ଡିଂ କମିଟିରେ ୭ରୁ ୮ଜଣ କର୍ପୋରେଟର ଥିବା ବେଳେ ଯେଉଁ କମିଟିରେ ଯେଉଁ ଦଳର ଅଧିକ ସଦସ୍ୟ ଥିବେ ଉକ୍ତ କମିଟିର ଅଧ୍ୟକ୍ଷ ପଦ ସମ୍ପୃକ୍ତ ଦଳକୁ ଯିବା ସ୍ବାଭାବିକ । ତେବେ ନିର୍ବାଚନରେ ସ୍ବାଧୀନ କର୍ପୋରେଟରଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ ରହିବ।
Published by:Soumya Das
First published: