ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପ୍ରଥମ ରୋଵୋଟିକ ଅସ୍ତ୍ରୋପଚାର ସଫଳ

ଡାକ୍ତରଙ୍କ ମତରେ ବର୍ତ୍ତମାନ ସମୟରେ ଏଭଳି ରୋଵୋଟିକ ଲାପ୍ରୋସ୍କୋପି ସର୍ଜରୀର ଉପଯୋଗିତା ବଢ଼ିଛି। ବିଶେଷ କରି ଅସ୍ତ୍ରୋପଚାର ସମୟରେ ଜଟିଳତା କମ୍ ରହୁଛି, ଯେଉଁ କାରଣରୁ ଅସ୍ତ୍ରୋପଚାର ହେଉଥିବା ରୋଗୀମାନଙ୍କ ସୁସ୍ଥ ପ୍ରତିଶତ ବଢୁଛି।

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପ୍ରଥମ ରୋଵୋଟିକ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପ୍ରଥମ ରୋଵୋଟିକ ଅସ୍ତ୍ରୋପଚାର ସଫଳ

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ସଫଳତା। ପ୍ରଥମ ଥର ପାଇଁ ରାଜ୍ୟରେ ଡା ଭିନସ ରୋଵୋଟିକ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରାଯାଇପାରିଲା। ଆପୋଲ ହସ୍ପିଟାଲ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ଜି.ଏସ.ଏସ ମହାପାତ୍ର ଓ ହାଇଦ୍ରାବାଦ ଆପୋଲ ହସ୍ପିଟାଲ ବରିଷ୍ଠ ଚିକିତ୍ସକ ଡକ୍ଟର ରୋମା ସିହ୍ନାଙ୍କ ଦ୍ଵାରା ଏହି ସଫଳ ଅସ୍ତ୍ରୋପଚାର କରାଯାଇ ଟ୍ୟୁମରକୁ ସମ୍ପୂର୍ଣ୍ଣ ବାହାର କରାଯାଇଛି।

ମହିଳାଙ୍କ ଟ୍ୟୁମର ଅସ୍ତ୍ରୋପଚାର ପରେ ତାଙ୍କ ଗର୍ଭାଶୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ମହିଳା ଜଣଙ୍କ ମଧ୍ୟ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ଜି.ଏସ.ଏସ. ମହାପାତ୍ର ଓ ଆପୋଲୋ ହସପିଟାଲ ହାଇଦ୍ରାବାଦର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ରୁମା ସିନାଙ୍କ ଦ୍ୱାରା ମିଳିତ ଉଦ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଡ଼ାକ୍ତର ମହାପାତ୍ରଙ୍କ କହିବା ଅନୁସାରେ, ଗତ କିଛି ଦଶନ୍ଧି ଧରି ସ୍ତ୍ରୀ ରୋଗର ଅସ୍ତ୍ରୋପଚାରରେ ଅନେକ ବିକାଶ ହୋଇଛି। ବିଶେଷ କରି ଗତ ତିନି ଦଶନ୍ଧି ଭିତରେ ଲାପ୍ରୋସ୍କୋପି ସର୍ଜରୀ ସବୁ ପ୍ରକାର ଅସ୍ତ୍ରୋପଚାରରେ ପ୍ରାଥମିକତା ପାଇଛି। ଆଉ ଏଥିରେ ରୋଵୋଟିକ ପ୍ରୟୋଗ ଅଧିକ ଉପଯୋଗୀ ହୋଇଛି।

ସେ ଆହୁରି କହିଛନ୍ତି ଯେ ପାରମ୍ପରିକ ଭାବରେ ଅସ୍ତ୍ରୋପଚାର କାରଣରୁ ଅନେକ ସମୟରେ ଶରୀରରେ ସୃଷ୍ଟି ହେଉଥିବା କ୍ଷତ, ରକ୍ତ କ୍ଷୟ ଆଦି ସମସ୍ୟା ସୃଷ୍ଟି ହେଉଥିଲା। ତାଛଡ଼ା କୌଣସି ଅସ୍ତ୍ରୋପଚାର ଶରୀର ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ବି ଲାଗୁଥିଲା। ଏହା ସହିତ ଅନେକ ସମୟରେ ଶରୀରରେ ଜଟିଳତା ମଧ୍ୟ ସୃଷ୍ଟି ହେଉଥିଲା, ଯାହାର ଚିକିତ୍ସା ଦୀର୍ଘ ଦିନ ଧରି ଚାଲିବା ସହ ରୋଗୀଟି ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲା। କିନ୍ତୁ ରୋବୋଟିକ ଲାପ୍ରୋସ୍କୋପି ସର୍ଜରୀ ଆସିବା ପରେ ଶରୀରରେ କ୍ଷତ କମ ହେବା ସହିତ ଯନ୍ତ୍ରଣା ମଧ୍ୟ କମ ରହୁଛି। ଏଥିପାଇଁ କମ୍ ସମୟ ମଧ୍ୟ ଲାଗୁଛି ଓ ରୋଗୀଟିଏ ତୁରନ୍ତ ହସ୍ପିଟାଲରୁ ଡ଼ିସ୍‌ଚାର୍ଜ ମଧ୍ୟ ହୋଇପାରୁଛି।

ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ଏଭଳି ରୋଵୋଟିକ ଲାପ୍ରୋସ୍କୋପି ସର୍ଜରୀର ଉପଯୋଗିତା ବଢ଼ିଛି। ବିଶେଷକରି ଅସ୍ତ୍ରୋପଚାର ସମୟରେ ଜଟିଳତା କମ୍ ରହୁଛି, ଯେଉଁ କାରଣରୁ ଅସ୍ତ୍ରୋପଚାର ହେଉଥିବା ରୋଗୀମାନଙ୍କ ସୁସ୍ଥ ପ୍ରତିଶତ ବଢୁଛି। ସାଧାରଣତଃ ନିୟମିତ ଅସ୍ତ୍ରୋପଚାର ସମୟରେ ମୁତ୍ରାଶୟ, ଅନ୍ତନଳୀ ଓ ୟୁରେଟର ସଲଗ୍ନ ଅଂଶରେ ଅସ୍ତ୍ରୋପଚାର କରାଯାଇଥାଏ। ଯେହେତୁ ରୋବୋଟିକ୍ ସର୍ଜରୀ ଅତ୍ୟନ୍ତ ସଠିକ୍ ଓ ନିୟନ୍ତ୍ରତ ଢ଼ଙ୍ଗରେ କାର୍ଯ୍ୟକରେ ଏହାଦ୍ୱାରା ସର୍ଜରୀରେ ନକରାତ୍ମ ପ୍ରତିକ୍ରିୟ। ରହେ ନାହିଁ।

ସେହିଭଳି ହାଇଦ୍ରାବାଦ ଆପୋଲୋ ହସ୍ପିଟାଲର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ରୁମାସିନା କହିଛନ୍ତି, ‘‘ରୋବୋଟିକ୍ ଲାପ୍ରୋସ୍କୋପି ସର୍ଜରୀ ଚିକିତ୍ସା ଦୁନିଆକୁ ଏକ ବରଦାନ ସଦୃଶ। ଏହାଦ୍ୱାରା ଅତି ସୁକ୍ଷ୍ମ ସ୍ଥାନକୁ ମଧ୍ୟ ଥ୍ରୀ-ଡ଼ି ଭିଜ୍ୟୁଆଲାଇଜେସନ ମାଧ୍ୟମରେ ଦେଖିବା ସହିତ ଅସ୍ତ୍ରୋପଚାର ସଠିକ୍ ହୋଇଥାଏ। ଆପୋଲୋ ହସ୍ପିଟାଲର କେନ୍ଦ୍ରୀୟ ଆଞ୍ଚଳିକ ସିଇଓ ସୁଧୀର ଏମ. ଡ଼ିଗକର କହିଛନ୍ତି ଯେ, ଏହି ସର୍ଜରୀ ଦ୍ୱାରା ଆପୋଲୋ ହସ୍ପିଟାଲକୁ ନୂଆ ପରିଚୟ ମିଳିପାରିଛି। ଖୁବ୍ ଶୀଘ୍ର ଏଭଳି ରୋବୋଟିକ୍ ଲାପ୍ରୋସ୍କୋପି ସର୍ଜରୀ ସବୁକ୍ଷେତ୍ରରେ ପ୍ରୟୋଗ କରାଯିବାକୁ ଉଦ୍ୟମ କରାଯିବ।
Published by:Lipina Das
First published: