ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନ ଦାବି ଉପରେ ପଡ଼ିଲା ପୂର୍ଣ୍ଣଛେଦ; ଆରମ୍ଭ ହେଲା ରିଙ୍ଗ୍ ରୋଡ କାମ

ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନ ଦାବି ଉପରେ ପଡ଼ିଲା ପୂର୍ଣ୍ଣଛେଦ; ଆରମ୍ଭ ହେଲା ରିଙ୍ଗ୍ ରୋଡ କାମ

ବ୍ରହ୍ମପୁରରେ ଆଉ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ । ଟ୍ରାଫିକକୁ ନେଇ ସହରବାସୀଙ୍କୁ ଅସନ୍ତୋଷ ମଧ୍ୟ ହେବାକୁ ପଡ଼ିବ ନାହିଁ । କାରଣ ଖୁବ୍ ଶୀଘ୍ର ସହର ଦେଇ ଯାଉଥିବା ଭାରିଯାନ ଆଉ ସହରରେ ପ୍ରବେଶ କରିବ ନାହିଁ । ଏଥି ପାଇଁ ମଙ୍ଗଳବାର ବ୍ରହ୍ମପୁର ଉପକଣ୍ଠ କୁସୁମୀ ନିକଟରେ ରିଙ୍ଗ୍ ରୋଡ଼ର କାମ ଆରମ୍ଭ ହୋଇଛି ।

ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନ ଦାବି ଉପରେ ପଡ଼ିଲା ପୂର୍ଣ୍ଣଛେଦ; ଆରମ୍ଭ ହେଲା ରିଙ୍ଗ୍ ରୋଡ କାମ
ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନ ଦାବି ଉପରେ ପଡ଼ିଲା ପୂର୍ଣ୍ଣଛେଦ
  • News18 Odia
  • Last Updated: November 10, 2021, 12:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ସହରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ରିଙ୍ଗ୍‌ ରୋଡ଼ର କାମ । କୁକୁଡ଼ାଖଣ୍ଡି ବ୍ଳକର କୁସୁମି ନିକଟରେ ରିଙ୍ଗ୍ ରୋଡ଼ର କାମ ଆରମ୍ଭ କରାଯାଇଛି । ପୂର୍ବରୁ ଯେଉଁ ସମୟସୀମା ରହିଥିଲା ସେହି ସମୟସୀମା ମଧ୍ୟରେ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ସମୁଦାୟ ୪୬ କିଲୋମିଟର ପର୍ଯ୍ୟନ୍ତ ରିଙ୍ଗ୍ ରୋଡ଼ ହେବ ।

ମୋଟ ୧୧ଟି ରାଜସ୍ବ ଗାଁ ଦେଇ ରିଙ୍ଗ୍ ରୋଡ଼ ଯିବ । ୪୬ କିଲୋମିଟର ମଧ୍ୟରୁ ରାସ୍ତା ପୂର୍ତ୍ତ ବିଭାଗ ୧ ଓ ୨ ପକ୍ଷରୁ ଜମି ଅଧିଗ୍ରହର ଶେଷ ହୋଇନଥିବା ବେଳେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଛି । ତେଣୁ ଜାତୀୟ ରାଜପଥ ବିଭାଗ ଅଧିନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟର ରିଙ୍ଗ୍ ରୋଡ଼ର କାମ ମଙ୍ଗଳବାରଠୁ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ରିଙ୍ଗ୍ ରୋଡ଼ କାର୍ଯ୍ୟ ଶେଷ ହେଲେ ବିଶେଷ କରି ବ୍ରହ୍ମପୁର ସହରବାସୀ ଉପକୃତ ହେବେ । ସହରରେ ଆଉ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ । କାରଣ ରିଙ୍ଗ୍ ରୋଡ଼ ଦେଇ ଭାରିଯାନ ଯାତାୟତ କରିବ ଆଉ ସହର ମଧ୍ୟକୁ ପ୍ରବେଶ କରିବ ନାହିଁ । ତେବେ ଧାର୍ଯ୍ୟ ସମୟରେ କିଭଳି ରିଙ୍ଗ୍ ରୋଡ଼ର କାର୍ଯ୍ୟ ଶେଷ ସେ ନେଇ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ବାସିନ୍ଦା ।

ବ୍ରହ୍ମପୁରରେ ଆଉ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ । ଟ୍ରାଫିକକୁ ନେଇ ସହରବାସୀଙ୍କୁ ଅସନ୍ତୋଷ ମଧ୍ୟ ହେବାକୁ ପଡ଼ିବ ନାହିଁ । କାରଣ ଖୁବ୍ ଶୀଘ୍ର ସହର ଦେଇ ଯାଉଥିବା ଭାରିଯାନ ଆଉ ସହରରେ ପ୍ରବେଶ କରିବ ନାହିଁ । ଏଥି ପାଇଁ ମଙ୍ଗଳବାର ବ୍ରହ୍ମପୁର ଉପକଣ୍ଠ କୁସୁମୀ ନିକଟରେ ରିଙ୍ଗ୍ ରୋଡ଼ର କାମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ରିଙ୍ଗ୍ ରୋଡ଼ର କାମ ଆରମ୍ଭ ହୋଇଛି ।

ଆରମ୍ଭ ହେଲା ରିଙ୍ଗ୍ ରୋଡ କାମ


ଜାତୀୟ ରାଜପଥ ବିଭାଗ ପକ୍ଷରୁ ରିଙ୍ଗ୍ ରୋଡ଼ର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଥିବା ବେଳେ ଏଥିରେ ସରକାରୀ ଜମିକୁ ବାଦ ଦେଲେ ରିଙ୍ଗ୍ ରୋଡ଼ରେ ନିମନ୍ତେ ଲାଗିବ ୭୧ ପ୍ରତିଶତ ଜମି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରେଡ଼ମ୍ୟାପ ଅନୁସାରେ ରିଙ୍ଗ୍ ରୋଡ଼ ନିମନ୍ତେ ମୋଟ ୧୩୭.୯୫୪ ଏକର ଜମି ଆବଶ୍ୟକ । ଏଥିରେ ୧୧.୪୬୩ ସରକାରୀ ଜମି ରହିଥିବା ବେଳେ ୧୨୬.୪୯୧ ଏକର ଘରୋଇ ଜମି ରହିଛି । ଅନଲାଇନ ମାଧ୍ୟମରେ ୭୭.୧୧୯ ଏକର ଜମି ପାଇଁ ଓ ଅଫ୍‌ଲାଇନ ମାଧ୍ୟମରେ ୪୯.୩୭୧ ଏକର ଜମି ପାଇଁ ଟଙ୍କା ପ୍ରଦାନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ‘‘ଅନେକ ଜମି ଘରୋଇ ଜମି ରହିଥିବା ଯୋଗୁଁ ଜମି ଅଧିଗ୍ରହଣରେ ବେଶ ସମସ୍ୟା ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଜମି ଅଧିଗ୍ରହଣ ଶେଷ ହୋଇଥିବା ଯୋଗୁଁ କାମ ଆରମ୍ଭ ହୋଇଛି । ରିଙ୍ଗ୍ ରୋଡ଼ର ପ୍ରଥମ ପର୍ଯ୍ୟାୟ କାମ ନିମନ୍ତେ ଜମି ଅଧିଗ୍ରହଣ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କାମ ନିମନ୍ତେ ମଧ୍ୟ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ଶେଷ ହେବ । ପ୍ରଥମ ପର୍ଯ୍ୟାୟ କାମ ଶେଷ ହେବା ବେଳକୁ ଦ୍ବିତୀୟ ପର୍ଯ୍ୟାୟ କାମ ନିମନ୍ତେ ଜମି ଅଧିଗ୍ରହଣ ଶେଷ ହୋଇସାରିଥିବ । ଯାହା ଦ୍ବାରା ପୂର୍ବରୁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ଉଚିତ୍ ସମୟ ମଧ୍ୟରେ ରିଙ୍ଗ୍ ରୋଡ଼ କାର୍ଯ୍ୟ ଶେଷ ହେବ ।’’

ବ୍ରହ୍ମପୁରରେ ଆଉ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ


ରିଙ୍ଗ୍ ରୋଡ଼ ନିମନ୍ତେ ସମୁଦାୟ ୪୬ କିମି ରାସ୍ତା ମଧ୍ୟରୁ ୧୫ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଡିଭିଜନ-୧ ଓ ୧୭ କିମି ରାସ୍ତା ପୂର୍ତ୍ତ ବିଭାଗ ଡିଭିଜନ-୨ କରିବାକୁ ଥିବା ବେଳେ ଅବଶିଷ୍ଟ ୧୩.୦୫ କିମି ରାସ୍ତା ଜାତୀୟ ରାଜପଥ ବିଭାଗ ନିର୍ମାଣ କରିବ । ପ୍ରଥମ ପର୍ଯ୍ୟାୟ ରିଙ୍ଗ୍ ରୋଡ ରାସ୍ତା ରତ୍ନପୁର ଠାରୁ ହଳଦିଆପଦର ପର୍ଯ୍ୟନ୍ତ ୧୫ କିମି ରାସ୍ତା ନିର୍ମାଣ ପରେ ଦ୍ବିତୀୟ ପର୍ଯ୍ୟାୟ ବା ଅବଶିଷ୍ଟ କାମ ଯାହାକି ହଳଦିଆପଦର ଠାରୁ ଜଗନ୍ନାଥପୁରକୁ ସଂଯୋଗ କରିବ ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ହେବ।

ବ୍ରହ୍ମପୁର ବାସିନ୍ଦା ଅବନୀ ଗୟା କହିଛନ୍ତି, ‘‘ରିଙ୍ଗ୍ ରୋଡ଼ ନିମନ୍ତେ ଦୀର୍ଘ ୨୦ ବର୍ଷ ହେଲା ଦାବି ହୋଇ ଆସୁଛି । ସହରବାସୀଙ୍କ ବାରମ୍ବାର ଦାବି ପରେ ୨୦୧୩ ମସିହାରେ ରାଜ୍ୟ ସରକାର ବ୍ରହ୍ମପୁରରେ ରିଙ୍ଗ୍ ରୋଡ଼ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ୨୦୧୩ରୁ ପ୍ରସ୍ତାବ ରହିଥିବା ବେଳେ ଆଜି ରିଙ୍ଗ୍ ରୋଡ଼ର କାମ ଆରମ୍ଭ ହୋଇଛି । ରିଙ୍ଗ୍ ରୋଡ଼ର କାମ ଆରମ୍ଭ ହୋଇଥିବା ବେଳେ କେବଳ ଗୋଟିଏ ବିଭାଗର ଜମି ଅଧିଗ୍ରହଣ ପରେ କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ରାସ୍ତା ପୂର୍ତ୍ତ ବିଭାଗ ୧ ଓ ୨ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇନାହିଁ । ତେଣୁ ତୁରନ୍ତ ରାସ୍ତା ପୂର୍ତ୍ତ ବିଭାଗର ଜମି ଅଧଗ୍ରହଣ ଶେଷ ହେଲେ ହିଁ ଖୁବ୍ ଶୀଘ୍ର ରିଙ୍ଗ୍ ରୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ଦେବାର ଆବଶ୍ୟକତା ରହିଛିଯ’’

‘‘ଖୁବ୍ ଶୀଘ୍ର ରିଙ୍ଗ୍ ରୋଡ଼ ହେବା ଦ୍ବାରା ସହରରେ ଆଉ ଭାରିଯାନ ପ୍ରବେଶ କରିବ ନାହିଁ । ଯାହାଫଳରେ ପ୍ରତିଦିନ ସହରରେ ଛୋଟ ବଡ଼ ଯେଉଁ ଦୁର୍ଘଟଣା ହେଉଥିଲା ତାହା ମଧ୍ୟ ଆଉ ହେବ ନାହିଁ । ତେଣୁ ରିଙ୍ଗ୍ ରୋଡ଼ର କାମ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହାର କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ପଦକ୍ଷେପ ନେବା ଜରୁରୀ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ପ୍ରଦୀପ ପଣ୍ଡା ।

ଗତ ଦୁଇ ମାସ ପୂର୍ବରୁ ମୁଖ୍ୟ ଶାସନ ସଚିବ ବ୍ରହ୍ମପୁର ଗସ୍ତ କରିବା ସହ ରିଙ୍ଗ୍ ରୋଡ଼ର ସମୀକ୍ଷା କରିବା ପରେ ଅକ୍ଟୋବର ମାସରେ କାମ ଆରମ୍ଭ ହେବା ନେଇ ପ୍ରତିଶୃତି ଦେଇଥିବା ବେଳେ ମଙ୍ଗଳବାର ଠାରୁ ଏହାର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଛି । ତେବେ ରାସ୍ତା ପୂର୍ତ୍ତି ବିଭାଗ ୧ ଓ ୨ ପକ୍ଷରୁ କେବେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେଉଛି ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ କେବେ ଆରମ୍ଭ ହେବ ଏବେ ତାହା ଦେଖିବା ବାକି ଅଛି ।
Published by: Lipina Das
First published: November 10, 2021, 12:22 PM IST