ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ ଓମିକ୍ରନ ରୋଗୀ

ଓମିକ୍ରନକୁ ନେଇ କଟକରୁ ଆସିଛି ଏକ ଆସ୍ବସ୍ଥିକର ଖବର । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଡାକ୍ତର ସମ୍ପଦ ଦାସ (ପ୍ରତୀକାତ୍ମକ ଛବି)

ଡାକ୍ତର ସମ୍ପଦ ଦାସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: କୋଭିଡର ପରିବର୍ତ୍ତିତ ରୂପ ଓମିକ୍ରନକୁ ନେଇ ସମଗ୍ର ବିଶ୍ବରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ଭୁତାଣୁ ଦ୍ବାରା ସଂକ୍ରମଣର ଶିକାର ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବା ମଧ୍ୟ ଆରମ୍ଭ କରିଛି । ତେବେ ଏହାରି ଭିତରେ ଓମିକ୍ରନକୁ ନେଇ କଟକରୁ ଆସିଛି ଏକ ଆସ୍ବସ୍ଥିକର ଖବର । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ପୃକ୍ତ ଆକ୍ରାନ୍ତ ଜଣଙ୍କ ପାଖରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିବା ବେଳେ ତାଙ୍କର ଓମିକ୍ରନ ଆକ୍ରାନ୍ତଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ୧୦ଦିନର ଆଇସୋଲେସନ ଓ ଚିକିତ୍ସା କରାଯାଇଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଦୁଇ ଦୁଇ ଥର RTPCR ପରିକ୍ଷା କରାଯାଇଥିଲା । ତେବେ ଉଭୟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚର୍ଜ କରାଯାଇଛି । କିନ୍ତୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ରୋଗୀ ଜଣଙ୍କ ହୋମ ଆଇସୋଲେସନରେ ରହିବେ ଓ ତା'ପରେ ପୁଣି ଥରେ ତାଙ୍କର କୋଭିଡ ପରୀକ୍ଷା କରାଯିବ  ।

"ଆମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କୁ ଚିକିତ୍ସା କରିବା ସମୟରେ ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିଥିଲୁ । ଏହି ଚିକିତ୍ସା କାର୍ଯ୍ୟରୁ ଆମେ ହାସଲ କରିଥିବା ଅଭିଜ୍ଞତା ଆଗକୁ ଏହି ଭଳି ରୋଗୀଙ୍କ ଚିକିତ୍ସା ସମୟରେ ଆମକୁ ସାହାଯ୍ୟ କରିବ," କହିଛନ୍ତି ଓମିକ୍ରନ ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ସମ୍ପଦ ଦାସ ।

ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ଘର ଜଗତସିଂପୁର ଅଞ୍ଚଳରେ ଓ ଗତ ୧୪ ତାରିଖ ଦିନ ସେ ନାଇଜେରିଆରୁ ଫେରି କଟକର ଏକ ହୋଟେଲରେ ଆଇସୋଲେସନରେ ଥିଲେ । ୧୫ ତାରିଖ ଦିନ ସିଏମସି ତାଙ୍କର ଜିନମକୁ ସିକ୍ବେନସିଂ ପାଇଁ ପଠାଇବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରବର୍ତ୍ତୀ ସମୟରେ ଗତ ୨୧ ତାରିଖ ଦିନ ତାଙ୍କ ଶରୀରରେ ଓମିକ୍ରନ୍ ଭାଇରସ ଚିହ୍ନଟ ହୋଇଥିଲା ।

ସେପଟେ ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଜାଗ ହୋଇଯାଇଛି ପ୍ରଶସାନ । ଓମିକ୍ରନ ରୋଗୀଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏସସିବି କୋଭିଡ ଓ୍ବାର୍ଡରେ ମୋଟ ୬ ଶହଟି ବେଡ ରହିଥିବା ବେଳେ ଓମିକ୍ରନ ଆକ୍ରନ୍ତଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।
Published by:Soumya Das
First published:
)}