ଉତ୍କଳ ଗ୍ୟାଲେରିଆରେ ଖୋଲିଲା ‘ଶୱର୍ମା ହଟ୍‌’ର ପ୍ରଥମ ଆଉଟଲେଟ

ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ଉଦ୍‌ଘାଟିତ ହୋଇଯାଇଛି ‘ଶୱର୍ମା ହଟ୍‌’ ଫୁଡ଼୍ ଆଉଟ୍‌ଲେଟ୍ । ଭୁବନେଶ୍ୱରରେ ଏହା ହେଉଛି ‘ଶୱର୍ମା ହଟ୍‌'ର ପ୍ରଥମ ଆଉଟଲେଟ ।

ଉତ୍କଳ ଗ୍ୟାଲେରିଆରେ ଖୋଲିଲା ‘ଶୱର୍ମା ହଟ୍‌’ର ପ୍ରଥମ ଆଉଟଲେଟ

ଉତ୍କଳ ଗ୍ୟାଲେରିଆରେ ଖୋଲିଲା ‘ଶୱର୍ମା ହଟ୍‌’ର ପ୍ରଥମ ଆଉଟଲେଟ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ଉଦ୍‌ଘାଟିତ ହୋଇଯାଇଛି ‘ଶୱର୍ମା ହଟ୍‌’ର ଫୁଡ଼୍ ଆଉଟ୍‌ଲେଟ୍ । ଭୁବନେଶ୍ୱରରେ ଏହା ହେଉଛି ‘ଶୱର୍ମା ହଟ୍‌'ର ପ୍ରଥମ ଆଉଟଲେଟ। ପ୍ରଥମ ଆଉଟଲେଟ ଲୋକଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଦେବାରେ ସକ୍ଷମ ହେବ ବୋଲି ଆଉଟଲେଟର ପରିଚାଳନା ଟିମ ପକ୍ଷରୁ କୁହାଯାଇଛି ।

ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଛନ୍ତି, "ଭୁବନେଶ୍ୱରକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ସେହି ଅନୁଯାୟୀ 'ରେଡି ଟୁ ଇଟ' ଖାଦ୍ୟର ଅନେକ ଚାହିଦା ବଢିଛି । କୋଭିଡ ସମୟରେ ଉପୁଜିଥିବା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ମଲ୍‌ର ଏହି ଫୁଡ଼୍ ଆଉଟ୍‌ଲେଟ୍‌ ଲୋକମାନଙ୍କ ଚାହିଦା ପୂରଣ ସହ ନୂତନ ବ୍ୟଞ୍ଜନର ମଜା ନେବାରେ ସହାୟକ ହେବ ।"

ଉଦଘାଟନ କରୁଛନ୍ତି ଅଭିନେତା ଆକାଶ ଦାସନାୟକ


ଆଉଟ୍‌ଲେଟର ମୁଖ୍ୟ ହରି ପ୍ରସାଦ ପଣ୍ଡା କହିଛନ୍ତି, "ସାରା ଭାରତରେ ‘ଶୱର୍ମା ହଟ୍‌’ର ୧୦୦ରୁ ଉର୍ଦ୍ଧ୍ୱ ଆଉଟଲେଟ୍ ରହିଛି । କିନ୍ତୁ ଭୁବନେଶ୍ୱରରେ ଏହା ପ୍ରଥମ ଥର ଲାଗି ଖୋଲାଯାଇଛି । ଏଠାରେ ଖୋଲା ହୋଇଥିବା ଫୁଡ଼୍ ଆଉଟ୍‌ଲେଟ୍ ଖାଦ୍ୟ ପ୍ରେମୀଙ୍କୁ ନୂଆ ଅନୁଭୂତି ଦେବ । ମଲ୍‌କୁ ବୁଲି ଆସୁଥିବା ଗ୍ରାହକମାନେ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ଆଉଟ୍‌ଲେଟ୍‌ରେ ଖାଦ୍ୟର ଗୁଣାବତ୍ତା, ହାଇଜେନିକ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ହାଇଦ୍ରାବାଦରୁ ସ୍ୱତନ୍ତ୍ର ସେଫ୍ ଅଣାଯାଇଛି । ଏଠାରେ ଶୱର୍ମା ରୋଲ, ସାଣ୍ଡୱିଚ୍‌, ମକଟେଲ୍‌, ସ୍ୱତନ୍ତ୍ର ଶୱର୍ମା ଥାଳି, ଆରୋବିକ୍ ପନିର୍‌, ଶୱର୍ମା ସାଲାଡ଼୍‌, ପ୍ଲାଟର, ବକେଟ୍ ଶୱର୍ମା, ଜମ୍ବୋ ଶୱର୍ମା, ମିଲ୍ ଶୱର୍ମା, ମିଲ୍ସ ସହ ୧୦୦ରୁ ଉର୍ଦ୍ଧ୍ୱ ଖାଦ୍ୟ ମିଳିବ । ଲୋକଙ୍କ ଟେଷ୍ଟ ଓ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଏଠାରେ ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି।"
Published by:Sujit Swain
First published: