ରାଜୀବ ଭବନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବସିଲା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୫୮ତମ ବୈଠକ। ଅସିତ ତ୍ରିପାଠୀ ଅଧକ୍ଷ ଦାୟତ୍ଵ ନେବା ସହ କମିଟି ଗଠନ ହେବା ପରେ ଏହା ଥିଲା ପ୍ରଥମ ବୈଠକ। ବୈଠକରେ ସାମାଜିକ ଅର୍ଥନୈତିକ ସହ ଦୀର୍ଘ ମିଆଦୀ ଯୋଜନା ଉପରେ ଆଲୋଚନାରେ ହୋଇଛି।

ରାଜୀବ ଭବନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବସିଲା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜୀବ ଭବନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବସିଲା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ

  • Share this:
News18 Odia Digital

ଭୁବନେଶ୍ବର: ରାଜୀବ ଭବନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ପରିଷଦର ଅଧକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। କମିଟି ଗଠନ ହେବା ପରେ ଏହା ହେଉଛି ପ୍ରଥମ ବୈଠକ। ସାମାଜିକ, ଆର୍ଥିକ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ପରିଷଦର ସଦସ୍ୟ ବିଭିନ୍ନ ପ୍ରସ୍ତାବ ରଖିଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୫୮ତମ ବୈଠକ। ଅସିତ ତ୍ରିପାଠୀ ଅଧକ୍ଷ ଦାୟତ୍ଵ ନେବା ସହ କମିଟି ଗଠନ ହେବା ପରେ ଏହା ଥିଲା ପ୍ରଥମ ବୈଠକ। ବୈଠକରେ ସାମାଜିକ ଅର୍ଥନୈତିକ ସହ ଦୀର୍ଘ ମିଆଦୀ ଯୋଜନା ଉପରେ ଆଲୋଚନାରେ ହୋଇଛି।

ବୈଠକ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି, "୨୦୧୮-୧୯ରୁ ସରକାର ଦେଇଥିବା ଆର୍ଥିକ ସାହାଯ୍ୟର ବିନିଯୋଗ ନେଇ ତଥ୍ୟ ପ୍ରଦାନ କରାଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ପ୍ରସ୍ତୁତ ହୋଇଥିବା ଭିଜନ ବିଷୟରେ ଆଲୋଚନା ହୋଇଛି। ସାମାଜିକ, ଆର୍ଥିକ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ବିଷୟରେ ସର୍ଭେ କରାଯାଇଛି। ପାଞ୍ଚ ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଦୀର୍ଘ ମିଆଦୀ ଯୋଜନାରେ କିଭଳି ପଶ୍ଚିମ ଓଡ଼ିଶାର ଉନ୍ନତି ହୋଇପାରିବ ସେନେଇ ଆଲୋଚନା ହୋଇଛି। ପ୍ରତି ଜିଲ୍ଲାରେ wodcର କାର୍ଯ୍ୟାଳୟ ହୋଇଛି। ବିଧାୟକ ଓ ସାଂସଦ ଦେଇଥିବା ପ୍ରସ୍ତାବ ଅନୁସାରେ କାର୍ଯ୍ୟ କରାଯିବ। wodcର ବିଭିନ୍ନ ଜିଲ୍ଲା ଓ ସବ୍ ଡିଭିଜନରେ ଅଡିଟୋରୀୟମ ନିର୍ମାଣ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି।’’

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରଥମ ବୈଠକ ପରେ ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, "୧୯୯୭-୯୮ ମସିହାରୁ ବିକାଶ ପରିଷଦ ଗଠନ ହେଲାଣି। ଯାହା ଆମେ କଳ୍ପନା କରିଥିଲୁ ଏହା ସେ ପରିଷଦ ନୁହେଁ। ବର୍ଷକୁ ୧୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ନାଁରେ ଅନୁଦାନ ଦିଆଯାଉଛି ତାହା ଯଥେଷ୍ଟ ନୁହେଁ। ବିକାଶ ପରିଷଦକୁ ଅଧିକ କ୍ଷମତା ଦିଆଯାଉ। ଜିଲ୍ଲାର ପ୍ରଶାସାନିକ ଅଧିକାରୀଙ୍କ ଆଡ଼ମିନିଷ୍ଟ୍ରେଟିଭ କଣ୍ଟ୍ରୋଲ ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଅଧୀନରେ ରହୁ। ୧୦୦ କୋଟି ଟଙ୍କା ପର୍ଯ୍ୟାପ୍ତ ନୁହେଁ। ଡାର୍ଜିଲିଂ ହିଲ କାଉନସେଲିଂ ଲାଇନରେ ଆମ ବିକାଶ ପରିଷଦ ହେବା କଥା। ସଂଘୀୟ ବ୍ୟବସ୍ଥାରେ ସେଭଳି ବିକାଶ ପରିଷଦ ହେଲେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ମିଳିପାରିବ। ଦୀର୍ଘ ମିଆଦୀ ଯୋଜନା, ଅଧିକ ଅଟକଳ ଓ ସାମଗ୍ରିକ ବିକାଶ ନେଇ ପ୍ରଥମ ବୈଠକରେ ଦାବି କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶା ସ୍ଥାନାନ୍ତର ନେଇ ମଧ୍ୟ ଦାବି କରାଯାଇଛି। ନିର୍ବାଚିତ ପ୍ରତିନିଧିମାନଙ୍କର ବିକାଶ ପରିଷଦରେ ସହଭାଗିତା ରହିବା ଆବଶ୍ୟକ ଅଛି।’’

ସେହିପରି ବିଧାୟକ ଦେବେଶ ଆଚାର୍ଯ୍ୟ ନିଜ ଦାବି ରଖି କହିଛନ୍ତି, "ପଶ୍ଚିମ ଓଡ଼ିଆ ବିକାଶ ପରିଷଦର ଲଙ୍ଗଟର୍ମ ପଲିସି କରାଯାଉ। ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନ୍ୟ ଦେଇ ସମ୍ପୂର୍ଣ୍ଣ କରାଯାଉ। କ୍ରୀଡ଼ାର ଗୁରୁତ୍ୱ ବଢୁଥିବାରୁ ସବୁ ଜିଲ୍ଲା ମୁଖ୍ୟାଳୟରେ କ୍ରିଡାଷ୍ଟାଡିୟମ କରାଯିବା ସହ ବଡ଼ ବଡ଼ ଅଡିଟୋରିୟମ କରାଯାଉ। ଆଗାମୀ ପାଞ୍ଚ ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି, ଯେଉଁ ଥିରେ ଜିଲ୍ଲାର ଭୌଗଳିକ ସ୍ଥିତି ଓ ସଂସ୍କୃତି ଅଲଗା ଅଲଗା ରହିଛି। ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଡ଼ବ୍ଲୁଓଡିଷି ପାଣ୍ଠି କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଆଲୋଚନା ହୋଇଛି। ତେବେ ସେ ସ୍ଵତନ୍ତ୍ର ଭାବରେ ଏକ ପ୍ରସ୍ତାବ ଦେଇଛି ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ପର୍ଣ ଅଞ୍ଚଳ ହୋଇଥିବାରୁ କଳାକାରମାନେ ସାର୍ଟିଫିକେଟ ପାଇ କିଭଳି ଭଳ କଳା ପ୍ରଦର୍ଶନ କରିପାରିବେ ସେଥିପାଇଁ ଏକ ଅନୁଷ୍ଠାନ ଖୋଲାଯାଉ।’’

ପଶ୍ଚିମ ଓଡ଼ିଶାକୁ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ଦେବେଶ କହିଛନ୍ତି ଯେ ଅଧକ୍ଷ ସମସ୍ତଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ। ଅଧକ୍ଷଙ୍କ ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷରେ ୨୬ ଜଣ ସଦସ୍ୟ ରହିଥାନ୍ତି। ସିଇଓ ଏହାର ମେମ୍ବର ସେକ୍ରେଟାରୀ । ଦୁଇ ଜଣ ସାଂସଦ ସମେତ ୧୧ ଜଣ ବିଧାୟକ ଏହାର ସଦସ୍ୟ ଅଛନ୍ତି । ସମ୍ବଲପୁର ଆରଡ଼ିସିବି ଏହାର ସଦସ୍ୟ।
Published by:Lipina Das
First published:
)}