ଶ୍ରାବଣର ପ୍ରଥମ ସୋମବାରରେ ପ୍ରଥମ ବନ୍ୟାଜଳ ଛାଡ଼ିବ ହୀରାକୁଦ; ତଳିଆ ଅଞ୍ଚଳକୁ ସତର୍କ ସୂଚନା

ଜୁଲାଇ ୧୮ ରେ ହୀରାକୁଦ ଜଳଭଣ୍ଡାରୁ  ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ।

ଜୁଲାଇ ୧୮ ରେ ହୀରାକୁଦ ଜଳଭଣ୍ଡାରୁ  ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ।

  • News18 Odia
  • Last Updated :
  • Hirakud | Odisha (Orissa)
  • Share this:
News 18 Odia Digital

ସମ୍ୱଲପୁର; ଆସନ୍ତାକାଲି ଅର୍ଥାତ ଜୁଲାଇ ୧୮ ରେ ହୀରାକୁଦ ଜଳଭଣ୍ଡାରୁ  ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମେ ୭ନଂ ସ୍ଲୁଇସ ଗେଟ ଖୋଲି ଜଳ ନିସ୍କାସନ କରାଯିବ ।  ଏନେଇ ହୀରାକୁଦ, ବୁର୍ଲା ଓ ସମ୍ବଲପୁର ମହାନଗର ନିଗମ ଅଂଚଳରଲ ଜନସାଧାରଣଙ୍କୁ ସତର୍କ ମଧ୍ୟ କରାଯାଇଛି । ଦିନ ୧୦ଟା ପରେ ମହାନଦୀ ଅବବାହିକାରେ ବୁଲା ବୁଲି ନକରିବା  ସହ ଗୃହପାଳିତ ପଶୁକୁ ନ ଛାଡିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ସୂଚିତ କରାଯାଉଛି ।

ଜଳ ଭଣ୍ଡାରର ଜଳ ପତନ ବୃଦ୍ଧି ପାଉ ଥିବାରୁ ହୀରାକୁଦ ଜଳ ଭଣ୍ଡାର କତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି । ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ୬୦୮ ଫୁଟ ଅତିକ୍ରମ କରିଛି ।  ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୨ ଲକ୍ଷ ୧୮ ହଜାର ୪୭୪ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ କେନାଲ ଦେଇ ୨୭ ହଜାର ୯୪୩ ଘନ ଫୁଟ ଜଳ ନିଷ୍କାସିତ ହେଉଛି ।  ଜଳ ଭଣ୍ଡାରର ସ୍ଲୁଇସ ଗେଟ ଖୋଲାଯିବା ପୂର୍ବରୁ ପ୍ରଥମେ ବାଜିବ ସାଇରନ । ତୁହାକୁ ତୁହା ସାଇରନ ବାଜିବା ପରେ କରାଯିବ ପୂଜାର୍ଚ୍ଚନା । ପୂଜାର୍ଚ୍ଚନା ପରେ ଗେଟ ଖୋଲଯିବ । ପ୍ରଥମେ ବାମ ପାର୍ଶ୍ୱ ସ୍ପିଲ ୱେ ର ୭ନଂ ସ୍ଲୁଇସ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯିବ । ଏହା ପରେ ପର୍ଯ୍ୟାୟ କ୍ରମେ ବାମ ପାର୍ଶ୍ୱ ସ୍ପିଲୱେର ୩ ଟି ସ୍ଲୁଇସ ଗେଟ  ଓ ଦକ୍ଷିଣ ପାର୍ଶ୍ୱ ସ୍ପିଲୱେର ୨ଟି ସ୍ଲୁଇସ ଗେଟକୁ ମିଶାଇ ସମୁଦାୟ  ୫ ଟି ସ୍ଲୁଇସ ଗେଟ ଖୋଲାଯିବ ।

ଗତ ୨୦୨୧ ମସିହାରେ ଜୁଲାଇ ୧୧ ତାରିଖ ଦିନ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା । ସେହି ସମୟରେ ଜଳଭଣ୍ଡାର ଜଳସ୍ତର ୬୧୧ ଫୁଟ୍ ରହିଥିଲା । ଆସନ୍ତା ୧୮ ତାରିଖ ଦିନ ଜଳଭଣ୍ଡାର ଜଳସ୍ତର ୬୧୫ ଫୁଟ୍‌ରେ ପହଂଚିବ ବୋଲି ଆକଳନ କରାଯାଇଛି । ‘‘ହୀରକୁଦ ଜଳ ଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ନିସ୍କାସନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପୂଜାର୍ଚ୍ଚନା ପରେ ପ୍ରଥମେ ବାମ ପାର୍ଶ୍ୱ ସ୍ପିଲୱେର ୭ନଂ ସ୍ଲୁଇସ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ  ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି । ’’ ପ୍ରଥମ ବନ୍ୟା ଜଳ ନିଷ୍କାସନ ପୂର୍ବରୁ ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ।
Published by:Soubhagya Mishra
First published: