ଦିନ ୧୧ଟାରେ ସାଇରନ୍ ବାଜିବା ପରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ

ହୀରାକୁଦ ଡ୍ଯାମରୁ ଆଜି ଛଡାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ। ପୂର୍ବାହ୍ନ ୧୧ ଟାରେ ପ୍ରଥମେ ୭ନଂ ସ୍ଲୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯିବ । ତୁହାକୁ ତୁହା ସାଇରନ ବାଜିବା ପରେ ପୂଜାର୍ଚ୍ଚନା କରାଯାଇ ଖୋଲଯିବ ଗେଟ ।

ସାଇରନ୍ ବାଜିବା ପରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ (ପ୍ରତୀକାତ୍ମକ ଛବି)

ସାଇରନ୍ ବାଜିବା ପରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସମ୍ବଲପୁର: ହୀରାକୁଦ ଡ୍ଯାମରୁ ଆଜି ଛଡାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ। ପୂର୍ବାହ୍ନ ୧୧ ଟାରେ ପ୍ରଥମେ ୭ନଂ ସ୍ଲୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯିବ । ଏଥିପାଇଁ ହୀରାକୁଦ, ବୁର୍ଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମାଇକ ଯୋଗେ ଘନ ଘନ ପ୍ରଚାର କରାଯାଉଛି । ଏହି ସମୟରେ ମହାନଦୀ ଭିତରକୁ ଯିବା ପାଇଁ ମନା କରିବା ସହ ଗୃହପାଳିତ ପଶୁକୁ ନ ଛାଡ଼ିବା ପାଇଁ ଡାକବାଜୀ ଯନ୍ତ୍ର ଯୋଗେ ସୂଚିତ କରାଯାଉଛି ।

ଜଳ ଭଣ୍ଡାରର ଜଳ ପତନ ବୃଦ୍ଧି ପାଉଥିବାରୁ କତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଦିନ ୧୧ଟା ବେଳେ ପ୍ରଥମେ ବାଜିବ ସାଇରନ । ତୁହାକୁ ତୁହା ସାଇରନ ବାଜିବା ପରେ ପୂଜାର୍ଚ୍ଚନା କରାଯାଇ ଖୋଲଯିବ ଗେଟ । ପ୍ରଥମେ ବାମ ପାର୍ଶ୍ବ ସ୍ପିଲ ୱେର ୭ନଂ ସ୍ଲୁଇସ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯିବ । ଏହା ପରେ ପର୍ଯ୍ୟାୟ କ୍ରମେ ବାମ ପଟ ସ୍ପିଲ ୱେର ୩ଟି ସ୍ଲୁଇସ ଗେଟ  ଓ ଡାହଣ ପଟ ସ୍ପିଲ ୱେର ୨ଟି ସ୍ଲୁଇସ ଗେଟକୁ ମିଶାଇ ସମୁଦାୟ ୫ ଟି ସ୍ଲୁଇସ ଗେଟ ଖୋଲାଯିବ । ତେବେ ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବା ପୂର୍ବରୁ ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ।

"ହୀରାକୁଦ ଜଳ ଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମହାନଦୀର ତଳ ମୁଣ୍ଡରେ ଥିବା ୧୨ ଟି ଜିଲ୍ଲାପାଳଙ୍କୁ ଏ ବିଷୟରେ ସୁଚନା ପ୍ରଦାନ କରାଯାଇଛି । ଏଥି ସହ ମହାନଦୀ ନିକଟବର୍ତ୍ତୀ ଅଞ୍ଚଳରେ ମାଇକ ଦ୍ବାରା ସତର୍କ ସୂଚନା ଦିଆଯାଉଛି," କହିଛନ୍ତି ହୀରାକୁଦ ଜଳ ଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।

ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ୬୧୨ ଫୁଟ ଅତିକ୍ରମ କରିଛି । ପ୍ରତି ସେକେଣ୍ଡରେ ଜଳ ୧ ଲକ୍ଷ ୪୮ ହଜାର ୬୨ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ କେନାଲ ଦେଇ ୩୯ ହଜାର ୭୩୫ ଘଟ ଫୁଟ ଜଳ ନିଷ୍କାସିତ ହେଉଛି  । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ୬୪ଟି ସ୍ଲୁଇସ ଗେଟ ଓ ୩୪ ଟି କ୍ରେଷ୍ଟ ଗେଟ ମିଶାଇ ସମୁଦାୟ ୯୮ଟି ଗେଟ ରହିଛି ।
Published by:Soumya Das
First published: