ବସିଲା ବିଏମସିର ପ୍ରଥମ କାଉନସିଲ ବୈଠକ; ଫୋକସରେ ସ୍ୱାସ୍ଥ୍ୟ, ପରିମଳ, ଭତ୍ତା ବଣ୍ଟନ

ପ୍ରାୟ ଅଢ଼େଇ ବର୍ଷ ପରେ ବସିଲା ବିଏମସିର ପୂର୍ଣ୍ଣାଙ୍ଗ କାଉନସିଲ ବୈଠକ। ଫୋକସରେ ରହିଛି ସ୍ୱାସ୍ଥ୍ୟ, ପରିମଳ, ଭତ୍ତା ବଣ୍ଟନ।

ବସିଲା ବିଏମସିର ପ୍ରଥମ କାଉନସିଲ ବୈଠକ (ପ୍ରତୀକାତ୍ମକ ଛବି)

ବସିଲା ବିଏମସିର ପ୍ରଥମ କାଉନସିଲ ବୈଠକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦୀର୍ଘ ଅଢ଼େଇ ବର୍ଷ ପରେ ବସିଲା ଭୁବନେଶ୍ବର ମହାନଗର ନିଗମର ପୂର୍ଣ୍ଣାଙ୍ଗ କାଉନସିଲ ବୈଠକ । ପୌର ନିର୍ବାଚନ ପରେ ନବ ନିର୍ବାଚିତ ପରିଷଦର ଏହା ପ୍ରଥମ ବୈଠକ। ଏବେ ନବନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପରେ ଲୋକଙ୍କର ଭରସା ରହିଛି। ସ୍ବାସ୍ଥ୍ୟ,  ପରିମଳ, ରାସ୍ତାଘାଟ, ହିତାଧିକାରୀଙ୍କ ଭତ୍ତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବା ସହ ଡେଙ୍ଗୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କମିଶନର, ଡେପୁଟି ମେୟର, ଭୁବନେଶ୍ୱରର ତିନି ବିଧାୟକଙ୍କ ସମେତ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ।

ପୁଳା ପୁଳା ସମସ୍ୟା, ଆଉ ଗଦା ଗଦା ଅଭିଯୋଗ । କର୍ପୋରେସନ ବୈଠକରେ ଓ୍ବାର୍ଡ଼ ସମସ୍ୟା ବଖାଣିଲେ ନବ ନିର୍ବାଚିତ କର୍ପୋରେଟର। କାହା ୱାର୍ଡ଼ରେ ପରିମଳ ବ୍ୟବସ୍ଥା ଠିକ ନାହିଁ ତ ଆଉ କାହା ଓ୍ବାର୍ଡ଼ରେ ଅଧପନ୍ତରିଆ ହୋଇ ପଡ଼ିଛି ଡ୍ରେନ କାମ। ପୁଣି ଆଉ କେଉଁ ୱାର୍ଡ଼ରେ  ମାଡ଼ିଲାଣି ଡେଙ୍ଗୁ। କର୍ପୋରେସନ ବୈଠକରେ ଓ୍ବାର୍ଡ଼ର ପୁଳା ପୁଳା ସମସ୍ୟାର ସମାଧାନ ନେଇ ଆପତ୍ତି ଉଠାଇଥିଲେ  କରପୋରେଟର। କିଛି ଓ୍ବାର୍ଡ଼ରେ  ହିତାଧକାରୀ ସଠିକ ଭାବେ ଭତ୍ତା ପାଉନଥିବା କଥା ଉଠିଛି । ରାଜଧାନୀରେ ଭତ୍ତା ବଣ୍ଟନ ବ୍ୟବସ୍ଥା ସରଲୀକରଣ ଓ ତଦାରଖ ପାଇଁ ଭୁବନେଶ୍ବରରେ ଜଣେ ସମାଜ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେପଟେ ଆଗକୁ ବର୍ଷା ଦିନ ଆସୁଥିବାରୁ ଡ୍ରେନେଜ ସମସ୍ୟାକୁ ଫୋକସ କରିଛି ବିଏମସି । ଏନଏଚଏଆଇ, ପୁର୍ତ୍ତ ଓ ଇଡ଼କୋ ବିଭାଗ ମଧ୍ୟରେ ସମନ୍ବୟ ରଖି ଡ୍ରେନେଜ ସମସ୍ୟାର ସମାଧାନ କରିବାକୁ ଯୋଜନା  ହୋଇଛି । ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଥଇଥାନ, ରାଜଧାନୀରେ ଡେଙ୍ଗୁ ବ୍ୟାପୁଥିବାରୁ ନିରାକରଣ ଓ  ଦମନ ନେଇ ବିସ୍ତୃତ ଆଲୋଚନା  ହୋଇଛି,"କହିଛନ୍ତି ମେୟର ସୁଲୋଚନା ଦାସ।

ଆଗକୁ ବର୍ଷା ଦିନ ଆସୁଥିବାରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଚାଲିଥିବା ରାସ୍ତା ଖୋଳା କାମ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁ ସବୁ ୱାର୍ଡ଼ରେ ୱାର୍ଡ଼ କାର୍ଯ୍ୟାଳୟ ନାହିଁ ଅନ୍ତତଃ ପକ୍ଷେ ଭଡ଼ା ଗୃହରେ ଖୋଲିବା ନେଇ ଆସିଥିବା ପ୍ରସ୍ତାବ ଗୃହୀତ ହୋଇଛି। ଶଯ୍ୟାଶାୟୀ ତଥା ପରିଣତ ବୟସ୍କ ହିତାଧିକାରୀଙ୍କ ଭତ୍ତା ସେମାନଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଡ୍ରେନେଜ, ରାସ୍ତାଘାଟ, ପରିମଳ, ବର୍ଷା ଜନିତ ସମସ୍ୟାର ସମାଧାନ ଉପରେ ସକାରାତ୍ମକ ଆଲୋଚନା ହୋଇଛି। ବିଏମସିରେ ନୂତନ କରି ସାମିଲ ହୋଇଥିବା ଅଞ୍ଚଳର ବିକାଶ ଦିଗରେ ମଧ୍ୟ ନିଆଯାଇଛି ନିଷ୍ପତ୍ତି। ସହରର ବଡ଼ ସମସ୍ୟା ଜଳବନ୍ଦୀ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଯୋଜନା ବିଜୁ ଆଦର୍ଶ କଲୋନୀରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ବ  ଆରୋପ କରାଯାଇଛି ବିଏମସି ହସ୍ପିଟାଲର ବିକାଶ ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନପ୍ରସଙ୍ଗ ଉପରେ ବି ଆଲୋଚନା ହୋଇଛି।
Published by:Soumya Das
First published: