ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ଦୃଶ୍ୟ
News 18 Odia Digital
ସମ୍ବଲପୁର: ମହାନଦୀ ଉପରେ ହୀରାକୁଦର ଡ୍ୟାମ ଅବସ୍ଥିତି ଏହା ଓଡ଼ିଶାର ଜୀବନ ରେଖା ବୋଲି କୁହାଯାଏ। ୧୯୫୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହରଲାଲ ନେହୁରୁ ଏହାକୁ ଉଦଘାଟାନ କରିଥିଲେ। ପ୍ରତି ବର୍ଷ ପ୍ରଥମ ବନ୍ୟା ଜଳ ଏଠାରୁ ହିଁ ନିଷ୍କାସନ ହୁଏ। ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି ।
ଦିନ ୧୧ ଟାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ୭ ନମ୍ବର ସ୍ଵିଚ୍ ଗେଟ ଖୋଲା ଯାଇ ମହାନଦୀରେ ଜଳ ନିଷ୍କାସନ ଆରମ୍ଭ କରା ଯାଇଥିଲା । ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ରହିଥିଲା ୬୧୪ ଫୁଟ । ଏହି ସମୟରେ ଡ୍ୟାମ କତ୍ତୃପକ୍ଷ, ଉତ୍ତରାଞ୍ଚଳ ଆରଡିସି ଓ ସମ୍ବଲପୁର ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଥିଲେ।
ପୂଜାର୍ଚ୍ଚନା ପରେ ପ୍ରଥମେ ବାମ ପଟ ସ୍ପିଲ ୱେ ର ୭ ନଂ ସ୍ଵିଚ୍ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇ ଥିଲା । ଏହା ପରେ ପର୍ଯ୍ୟାୟ କ୍ରମେ ଖୋଲା ଯାଇଥିଲା ବାକି ଗେଟ୍ । ବାମ ପଟ ସ୍ପିଲ ୱେର ୩ ଟି ସ୍ଵିଚ୍ ଗେଟ ଓ ଡାହଣ ପଟ ସ୍ପିଲ ୱେର ୨ଟି ସ୍ଵିଚ୍ ଗେଟ କୁ ମିଶାଇ ସମୁଦାୟ ୫ ଟି ସ୍ଵିଚ୍ ଗେଟ ଖୋଲା ଯାଇଛି । ୫ ଟି ସ୍ଵିଚ୍ ଗେଟ ଓ ବିଭିନ୍ନ କେନାଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪ ହଜାର ୩୨୪ ଘନ ପୁଟ ଜଳ ନିଷ୍କାସିତ ହେଉଛି ।
ଏହି ବନ୍ୟା ଜଳ ମୁଣ୍ଡୁଳି ଠାରେ ପହଞ୍ଚିବା ପାଇଁ ୪୮ ଘଣ୍ଟା ସମୟ ଲାଗିବ । ଡ୍ୟାମର ତଳ ଅଞ୍ଚଳର ପରିସ୍ଥିତି ଓ ଉପର ଅଞ୍ଚଳର ବୃଷ୍ଟିପାତକୁ ଆକଳନ କରି ଡ୍ୟାମର ପରିଚାଳନା କରାଯିବ ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୁର୍ଘଟଣାକୁ ଏଡେଇବା ପାଇଁ ମହାନଦୀ ନିକଟବର୍ତ୍ତୀ ଅଞ୍ଚଳରେ ମାଇକ ଦ୍ବାରା ସତର୍କ ସୁଚନା ଦିଆଯାଉଛି ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ କହିଛନ୍ତି ।
ପ୍ରତି ବର୍ଷ ହୀରାକୁଦ ଡ୍ୟାମରୁ ମହାନଦୀକୁ ପ୍ରଥମ ବନ୍ୟା ଜଳ ନିଷ୍କାସନର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଜିଲ୍ଲା ତଥା ଜିଲ୍ଲା ବାହରୁ ପର୍ଯ୍ୟଟକ ମାନେ ଅତିବ ମନୋରମ ଦୃଶ୍ୟ ଦେଖିବା ପାଇଁ ଆସିଥିଲେ । ତେବେ କଟକଣା ଯୋଗୁଁ ଦୂରରୁ ଥାଇ ମହାଦନୀ କୁଳରୁ ସ୍ଥାନୀୟ ଲୋକେ ଜଳ ନିଷ୍କାସନ ଦୃଶ୍ୟ ଦେଖିଥିଲେ । ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଦୃଶ୍ୟ ଅତିବ ମନୋରମ ହୋଇଥିଏ । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ୬୪ଟି ସ୍ଵିଚ୍ ଗେଟ ଓ ୩୪ ଟି କ୍ରେଷ୍ଟ ଗେଟ ମିଶାଇ ସମୁଦାୟ ୯୮ଟି ଗେଟ ରହିଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।