News18 Odia Digital
ଭୁବନେଶ୍ୱର: ବଢୁଛି ସୁଅ। ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ବିପଦ ଭିତରେ ବାଜି ଲଗାଇ ଫାୟାର ଟିମ ବଢ଼ାଉଛନ୍ତି ସହଯୋଗର ହାତ। ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସହାୟତା କରିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।
ଲଘୁଚାପଜନିତ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଙ୍କୀର ପାଥପୁର ପଞ୍ଚାୟତର କଇଁମୁଣ୍ଡିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ଗାଁ ସାରା ପାଣି ଭର୍ତ୍ତି ହୋଇରହିଥିବା ବେଳେ ବାହାରକୁ ଯିବା ପାଇଁ ଡ଼ଙ୍ଗା ଦରକାର ହେଉଛି। ଏହାରି ଭିତରେ ଗାଁର ଜଣେ ୮ବର୍ଷର ଝିଅ ଦେହରେ ଚାହା ପଡି ଶରୀର କିଛି ଅଂଶ ପୋଡ଼ି ଯାଇଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଦିପାଲୀଙ୍କ ବାପା ଓ ମାଆ। ଗାଆଁ ଲୋକ ବି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। କିନ୍ତୁ ଠିକ ସମୟରେ ଦେବଦୂତ ସାଜି ଗାଁରେ ପହଞ୍ଚି ଥିଲେ ଫାୟାର ଟିମ।
କଇଁମୁଣ୍ଡି ଗ୍ରାମର ଆରପଟେ ଥିବା ବୋଟ୍ ନେଇ ପହଞ୍ଚିଥିଲେ ଡମପଡ଼ା ଫାୟାର ଟିମ୍। ବନ୍ୟାର ସୁଅ ପ୍ରଖର ଥିବା ସତ୍ତ୍ୱେ ଦିପାଲୀଙ୍କୁ ନିଜ ଘରୁ ଆଣି ବାଙ୍କୀ ସବଡିଭିଜନ୍ ମେଡିକାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଡକ୍ଟର ମାନେ ଚିକିତ୍ସା କରିବା ପରେ ପୁଣି ନିଜ ଘରକୁ ନେଇଥିଲେ ।
କେବଳ ସେତିକି ନୁହେଁ ଫାୟାର ଟିମ୍ ନେବା ଆଣିବା ସମୟରେ ପାଣିର ସୁଅ ଭିତରେ ବୋଟ୍ ନିୟନ୍ତ୍ରଣ କରିବା ବଡ କଷ୍ଟକର ହୋଇ ପଡ଼ିଥିଲା। ୪ ମାସର ଗାଈ ଛୁଆ ବାଛୁରୀଟି ବନ୍ୟା ଘେର ଭିତରେ ଗୋଟିଏ ଦିନ ରହିଯାଇଥିଲା। ତାହା ଜାଣିବା ପରେ ଗାଈ ପାଖରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା ଫାୟାର ଟିମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।