ସରିଲା ପୌର ନିର୍ବାଚନର ଅନ୍ତିମ ପ୍ରକ୍ରିୟା; ବଛା ହେଲେ ୯ଟି କମିଟିର ଅଧ୍ୟକ୍ଷ

ବିଏମ୍ସିରେ ମୋଟ ୧୦ଟି କମିଟି ଥିବା ବେଳେ କଣ୍ଟ୍ରାକ୍ଟ କମିଟିର ଅଧ୍ୟକ୍ଷ ନିଜେ ମେୟର । ଅବଶିଷ୍ଟ ୯ଟି କମିଟିର ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସରିଲା ପୌର ନିର୍ବାଚନର ଅନ୍ତିମ ପ୍ରକ୍ରିୟା (ପ୍ରତୀକାତ୍ମକ ଛବି)

ସରିଲା ପୌର ନିର୍ବାଚନର ଅନ୍ତିମ ପ୍ରକ୍ରିୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୂବନେଶ୍ୱର: ବିଏମ୍ସିର ଗୁରୁତ୍ୱପୂର୍ଣ୍ଣ ବୈଠକ ସହିତ ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ । ମେୟର ଗୋଟିଏ କମିଟିର ଅଧ୍ୟକ୍ଷ ଥିବା ବେଳେ ଅବଶିଷ୍ଟ ୯ ଟି କମିଟିର ଅଧ୍ୟକ୍ଷ ପାଇଁ ହୋଇଥିଲା ନିର୍ବାଚନ । ସମସ୍ତ ପଦବୀରେ ବିଜେଡ଼ିର କର୍ପୋରେଟର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏଥିରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ବକୁ ଦିଆଯାଇଛି ପ୍ରାଥମିକତା।

ଶେଷ ହୋଇଛି ପୌର ନିର୍ବାଚନର ଅନ୍ତିମ ପ୍ରକ୍ରିୟା । ଗତ ୪ ତାରିଖ ଦିନ ଗଠିତ ହୋଇଥିଲା ବିଏମ୍ସିର ବିଭିନ୍ନ ଷ୍ଟାଣ୍ଡିଂ କମିଟି । ଉକ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିଲା ନିର୍ବାଚନ। ନିଜ ନିଜ କମିଟିର ସଦସ୍ୟଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି ଅଧ୍ୟକ୍ଷ । ବିଏମ୍ସିରେ ମୋଟ ୧୦ଟି କମିଟି ଥିବା ବେଳେ କଣ୍ଟ୍ରାକ୍ଟ କମିଟିର ଅଧ୍ୟକ୍ଷ ନିଜେ ମେୟର । ଅବଶିଷ୍ଟ ୯ଟି କମିଟିର ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ବକୁ ପ୍ରାଥମିକତା ଦିଆଯାଇଛି । ମୋଟ ୧୦ଟି କମିଟିର ଅଧ୍ୟକ୍ଷଙ୍କ ମଧ୍ୟରୁ ମେୟରଙ୍କ ସମେତ ୪ ଜଣ ମହିଳା ଅଛନ୍ତି । ସମସ୍ତେ ଏକ ଟିମ୍ ହୋଇ ବିକାଶ କାର୍ଯ୍ୟକୁ ଆଗକୁ ନେବେ ବୋଲି କହିଛନ୍ତି ମେୟର ସୁଲୋଚନା । ସେପଟେ ନିର୍ବାଚନରେ ସ୍ବଚ୍ଛତା ନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷା ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ପାଇଁ ଆଶାୟୀ ଥିବା ୨୯ ନମ୍ବର ଓ୍ବାର୍ଡ଼ର ବିଜେପି କର୍ପୋରେଟର ।

ଅର୍ଥ, ପବ୍ଲିକ୍ ହେଲଥ, ଜଳ ଯୋଗାଣ, ପରିବେଶ, ପବ୍ଲିକ୍ ଓ୍ବାର୍କସ, ଯୋଜନା ଓ ଉନ୍ନୟନ, ଶିକ୍ଷା, ଲାଇସେନ୍ସ, ଅଭିଯୋଗ ଶୁଣାଣି ସହିତ ସ୍ଲମ୍ ସେଟେଲମେଣ୍ଟ ଭଳି ବିଭିନ୍ନ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗକୁ ନେଇ ଗଠନ କରାଯାଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟି ।

ବିଏମ୍ସିର ସମସ୍ତ ୬୭ ଜଣ କର୍ପୋରେଟରଙ୍କୁ ବିଭିନ୍ନ କମିଟିରେ ସାମିଲ କରାଯାଇଛି । ଆଗକୁ ମୌସୁମୀ ଥିବାରୁ ପରିମଳ ବ୍ୟବସ୍ଥା ଓ ଜଳବନ୍ଦୀ ଭଳି ସମସ୍ୟାର କିଭଳି ସୁଧାର କରାଯିବ ତାକୁ ଗୁରୁତ୍ତ୍ବ ଦିଆଯିବ । ସେହିଭଳି ବିକାଶର ଧାରାକୁ ଜାରି ରଖିବାକୁ ହେଲେ ବିଏମ୍ସିର ରାଜସ୍ବ ଆଦାୟ ମୁଖ୍ୟ ଉତ୍ସ । କିଭଳି ଅଧିକ ପରିମାଣର ରାଜସ୍ବ ଆଦାୟ ହୋଇପାରିବ ଓ ବିକାଶ କାର୍ଯ୍ୟକୁ ଆଗକୁ ନିଆଯାଇ ପାରିବ ସେନେଇ ସମସ୍ତେ ଧ୍ୟାନ ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷମାନେ।
Published by:Soumya Das
First published: