କମେଣ୍ଟ ଓ ଗାଳି ଗୁଲଜ ପାଇଁ ବିଚଳିତ ହୋଇଗଲେ ବାପା ଝିଅ; ନିରୁପାୟ ହୋଇ ଖାଇଲେ ବିଷ

ଅସାମାଜିକ ଯୁବକଙ୍କ କମେଣ୍ଟ ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିପାରିଲେନି, ବିଚଳିତ ହୋଇ ପୋଲିସ ପାଖରେ ଶରଣ ପଶିଲେ। ହେଲେ ସେଠି ମଧ୍ୟ ନ୍ୟାୟ ମିଳିଲାନି ଶେଷରେ ବାପଝିଅ ନିରୁପାୟ ହୋଇ ବିଷ ପିଇଦେଲେ ।

କମେଣ୍ଟ ମରାକୁ ନେଇ ବିଷ ଖାଇଲେ ବାପ ଝିଅ (ପ୍ରତୀକାତ୍ମକ ଛବି)

କମେଣ୍ଟ ମରାକୁ ନେଇ ବିଷ ଖାଇଲେ ବାପ ଝିଅ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ଅସାମାଜିକ ଯୁବକଙ୍କ କମେଣ୍ଟ ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିପାରିଲେନି, ବିଚଳିତ ହୋଇ ପୋଲିସ ପାଖରେ ଶରଣ ପଶିଲେ। ହେଲେ ସେଠି ମଧ୍ୟ ନ୍ୟାୟ ମିଳିଲାନି ଶେଷରେ ବାପଝିଅ ନିରୁପାୟ ହୋଇ ବିଷ ପିଇଦେଲେ । ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରୁ ।

ଗୁରୁତର ଅବସ୍ଥାରେ ବାପା କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଝିଅ ଭଦ୍ରକ ମେଡିକାଲରେ ଚିକିତ୍ସିତ। ଗୁରୁତର ବ୍ୟକ୍ତି ଜଣକ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ମହୁମୁହାଣ ଗ୍ରାମର ସଞ୍ଜୟ କୁମାର ନାୟକ । ପୋଲିସର ନିଷ୍କ୍ରିୟତା ପାଇଁ ବାପଝିଅ ବିଷ ପିଇଥିବା ସଞ୍ଜୟଙ୍କ ନାବାଳିକା ଝିଅ ଅଭିଯୋଗ କରିଛନ୍ତି।

ଘଟଣାକୁ ନେଇ ସୋର ଥାନା ଅଧିକାରୀ ସୁଜାତା ଖମାରୀ କହିଛନ୍ତି,"ଘଟଣାକୁ ନେଇ ସୋର ଥାନାରେ 181/22 ରେ ମାମଲା ରୁଜ୍ଜୁ ହୋଇଛି। ଏନେଇ କମେଣ୍ଟ ମାରିଥିବା ଯୁବକ ଘରେ ଚଢ଼ାଉ କରାଯାଇଥିଲା ହେଲେ ସେ ଫେରାର ଅଛି । ପୂର୍ବରୁ ସଂପୃକ୍ତ ଯୁବକ ଏପରି କରିଥିବା ବେଳେ ସେହି ଘଟଣା ଗ୍ରାମବାସୀଙ୍କ ଦ୍ବାରା ସମାଧାନ ହୋଇଥିବା ଜଣା ପଡ଼ିଛି । ତେବେ ଗତ ୧୯ରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଥିଲା। ଏହି ସମୟରେ ଗୁରୁବାର ରାତିରେ ତଦନ୍ତକାରୀ ଅଫିସର ଅନ୍ୟ ଏକ କେଶ ନେଇ ରାଜ୍ୟ ବାହାରକୁ ଯାଇଛନ୍ତି। ଆମେ ପୁରା ଘଟଣାର ତଦନ୍ତ ଜାରି ରଖିଛୁ"।

ଅଭିଯୋଗ ଅନୁଯାୟୀ,ସଞ୍ଜୟଙ୍କ ଝିଅ ସୋରର ଏକ ଘରୋଇ କଲେଜରେ ପଢ଼ନ୍ତି। କିଛି ଦିନ ତଳେ ସେ କଲେଜକୁ ପଢ଼ିବାକୁ ଯିବା ସମୟରେ ବାଟରେ କେତେକ ଅସାମାଜିକ ଯୁବକ ତାଙ୍କୁ କମେଣ୍ଟ ମାରିବା ସହ ଅପହରଣ କରିନେବାକୁ ଚେଷ୍ଟା କରିଥିଲେ। ଏ ସଂକ୍ରାନ୍ତରେ ସେ ଘର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ନିର୍ଦ୍ଦିଷ୍ଟ ଯୁବକଙ୍କ ବିରୋଧରେ ସୋର ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ପୋଲିସ ଏହି ଅଭିଯୋଗକୁ ଗୁରୁତ୍ବ ନ ଦେବାରୁ ଶୁକ୍ରବାର ଥାନାକୁ ପୁଣି ବାପ ଝିଅ ଆସୁଥିଲେ। ଏହି ସମୟରେ ୩ଜଣ ଯୁବକ ସେମାନଙ୍କୁ ପିଛା କରିବାରୁ ଭୟରେ ଛାନିଆ ହୋଇ ବାପ ଝିଅ ଭଦ୍ରକ ଆଡ଼କୁ ପଳାଇ ଆସିଥିଲେ। ଏହି ଘଟଣାରେ ସଞ୍ଜୟ ଓ ତାଙ୍କ ଝିଅ ମାନସିକ ଭାରସାମ୍ୟ ହରାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ନିକଟରେ ଜଣକ ଘର ସମ୍ମୁଖରେ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇ ଦେଇଥିଲେ।
Published by:Soumya Das
First published: