News18 Odia Digital
ଢେଙ୍କାନାଳ: ନୂଆ ସଂସାର ଗଢିବାର ସ୍ୱପ୍ନ ଦେଖୁ ଦେଖୁ ଯୌତୁକ ଜୁଇରେ ଜଳିଗଲେ ନବ ବିବାହିତା । ହାତରୁ ଲିଭି ନଥିଲା ମେହେନ୍ଦୀ। ପାଦରେ ଲାଲ ଟହଟହ ଅଳତା ଝଟକୁଥିଲା। ଯାହା ସହ ନୂଆ ସଂସାର ଗଢିବା ପାଇଁ ପାଦ କାଢି ଘରୁ ଆସିଥିଲେ ସେହି ପିଶାଚ ସ୍ୱାମୀ ନିଜ ବାପା ମା ଓ ଭଉଣୀକୁ ଧରି ଶାରୀରିକ ନିର୍ଯ୍ୟାତନା ଦେଇ ତାଙ୍କୁ ଗଳା ଚିପି ମାରିଦେଲା।
ବାହାଘର ପରେ ଯୌତୁକ ବାବଦରେ ଦୁଇଲକ୍ଷ ଟଙ୍କା ମାଗୁଥିଲେ ନବବଧୂ ଲକ୍ଷ୍ମୀପ୍ରିୟାଙ୍କ ଶାଶୁ ଶଶୁର ନଣନ୍ଦ ଓ ଏପରିକି ନିଜେ ସ୍ୱାମୀ ମଧ୍ୟ । ହେଲେ ଏଥିରେ ବାରଣ କରିବାରୁ ସମସ୍ତେ ମିଶି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଦୁଇଲକ୍ଷ ଟଙ୍କା ନଦେବା ଯାଏଁ ବାପଘର ସହ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଧମକ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।
ଶାଶୁଘରେ ଲକ୍ଷ୍ମୀପ୍ରିୟା ଚେତାଶୂନ୍ୟ ହୋଇ ପଡିଛନ୍ତି ବୋଲି କହି ଫୋନ ଯୋଗେ ଭାଇ ଶିବ ପ୍ରସାଦଙ୍କ ନିକଟକୁ ଫୋନ କରି କହିଥିଲେ ଶ୍ୱଶୁର ଘର ଲୋକେ। ଫୋନ ପାଇ ତୁରନ୍ତ ଲକ୍ଷ୍ମୀ ପ୍ରିୟାଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଲକ୍ଷ୍ମୀପ୍ରିୟାଙ୍କୁ ପ୍ରଥମେ ଆଠଗଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଆଠଗଡ ଡାକ୍ତରଖାନାରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା।
ଲକ୍ଷ୍ମୀପ୍ରିୟାଙ୍କୁ ଯୌତୁକ ପାଇଁ ଅଧିକ ଦୁଇଲକ୍ଷ ଟଙ୍କା ନଦେବାରୁ ସେମାନେ ତାଙ୍କୁ ପିଟିପିଟି ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭାଇ ଶିବପ୍ରସାଦ ଓ ବାପା ପ୍ରଦୀପ ପଟ୍ଟନାୟକ। ବିବାହର ମାତ୍ର ପଚିଶ ଦିନରେ ଲକ୍ଷ୍ମୀପ୍ରିୟାଙ୍କୁ ଅମାନୁଷିକ ଭାବରେ ହତ୍ୟା କରିଥିବାରୁ ଦୋଷୀ ଶାଶୁ ଶଶୁର ନଣନ୍ଦ ଓ ସ୍ୱାମୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ମୀନ ରାଶିରେ ଅସ୍ତ ହୋଇଛନ୍ତି ବୃହସ୍ପତି; ୪ ରାଶି ଭୋଗିବେ ଦଣ୍ଡଲକ୍ଷ୍ମୀ ପ୍ରିୟାଙ୍କ ଘର ପକ୍ଷରୁ ଦିଆ ଯାଇଥିବା ସମସ୍ତ ଯୌତୁକ ସମ୍ପତ୍ତି ଫେରାଇ ଅଣାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କର ବେକ ସମେତ ଶରୀରର ବହୁତ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ହତ୍ୟାକାଣ୍ଡକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ସଦରଥାନା ଓ ଭାପୁର ଫାଣ୍ଡି ପୋଲିସ। ଅଭିଯୁକ୍ତ ସ୍ୱାମୀ ଦେବୀପ୍ରସାଦ ମହାନ୍ତି ସଦାନନ୍ଦ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ଫେରାର ଥିବା ଶାଶୁ ଓ ନଣନ୍ଦଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଏସଡିପିଓ ସୂର୍ଯ୍ୟ ମଣୀ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ମାସ ୧୧ତାରିଖରେ ଲକ୍ଷ୍ମୀ ପ୍ରିୟା ଢେଙ୍କାନାଳ ଜିଲ୍ଲା ସଦରଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଝୁମ୍ପୁଡିଆ ଗ୍ରାମର ଅବସର ପ୍ରାପ୍ତ ଫରେଷ୍ଟର ସଦାନନ୍ଦ ମହାନ୍ତିଙ୍କ ପୁଅ ଦେବୀପ୍ରସାଦଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା। ଲକ୍ଷ୍ମୀପ୍ରିୟା ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଥାନା ପୁରୁଣା ପତଣ୍ଡା ଗ୍ରାମର ପ୍ରଦୀପ ପଟ୍ଟନାୟକଙ୍କ ଝିଅ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।