ବଦଳିବ କେନ୍ଦ୍ରାପଡାର ଭାଗ୍ୟ: ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ୍ ପ୍ଲାଣ୍ଟ୍ !

ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପାଦ ଆଗକୁ ବଢିଛି । ମହାକାଳପଡାରେ ବାର୍ଷିକ ୩୦ ମିଲିଅନ ଟନ୍ କ୍ଷମତା ସମ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପକ୍କା ହେବା ପରେ ଜିଲ୍ଲାବାସୀଙ୍କ ଖୁସି କହିଲେ ନସରେ।

ବଦଳିବ କେନ୍ଦ୍ରାପଡାର ଭାଗ୍ୟ: ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ୍ !

ବଦଳିବ କେନ୍ଦ୍ରାପଡାର ଭାଗ୍ୟ: ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ୍ !

  • News18 Odia
  • Last Updated :
  • Kendrapara, India
  • Share this:
News 18 Odia Digital

କେନ୍ଦ୍ରାପଡା: ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ନାହିଁ ଶିଳ୍ପ। ହେଲେ ଏବେ ଜିଲ୍ଲାରେ ହେବ ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ୍ (steel plant)। ମହାକାଳପଡାରେ ଆର୍ସେଲର-ମିତ୍ତଲ କଂପାନୀ ସହ ମିଶି ପ୍ଲାଣ୍ଟ ବସାଇବ ‘ନିପ୍ପନ ଷ୍ଟିଲ୍’ (nippon steel)। ଆଉ ‘ନିପ୍ପନ ଷ୍ଟିଲ୍‌’ର ଏହା ସବୁଠାରୁ ବଡ଼ ଇସ୍ପାତ ଶିଳ୍ପ ହେବ। ତେଣୁ ବଦଳିଯିବ କେନ୍ଦ୍ରାପଡ଼ା (kendrapada)ରେ ଚେହେରା । ଜିଲ୍ଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର । ସେମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସେତେଟା ସ୍ବଚ୍ଛଳ ନୁହେଁ । ହେଲେ ଟୋକିଓରେ ନିପ୍ସନ ଷ୍ଟିଲ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପାଦ ଆଗକୁ ବଢିଛି । ମହାକାଳପଡା (mahakalapada)ରେ ବାର୍ଷିକ ୩୦ ମିଲିଅନ ଟନ୍ କ୍ଷମତା ସମ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପକ୍କା ହେବା ପରେ ଜିଲ୍ଲାବାସୀଙ୍କ ଖୁସି କହିଲେ ନସରେ।

ମହାକାଳପଡାରେ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ୨ ବର୍ଷକ ତଳେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ମଧ୍ୟରେ ଏମଓୟୁ ସ୍ବାକ୍ଷର କରିଥିଲେ ରାଜ୍ୟ ସରକାର । ୫୦ ହଜାର କୋଟି ବିନିଯୋଗରେ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ଜମି ଚିହ୍ନଟ ଓ ଅଧିଗ୍ରହଣ କାର୍ଯ୍ୟ ପାଇଁ କାର୍ଯ୍ୟ ଜାରି ରହିଛି । ହେଲେ ଏବେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହେବ ଏବଂ ୩୦ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ଶିଳ୍ପ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେନ୍ଦ୍ରାପଡାରେ ଶିଳ୍ପ ପାଇଁ ହଜାର ହଜାର ଏକର ଜମି, ପାଣି (water) ଓ ରେଳ ସୁବିଧା ସହ ନିକଟରେ ବନ୍ଦର ରହିଛି। ସେପଟେ ବଡ଼ ଷ୍ଟିଲ ପ୍ଲାଣ୍ଟ ହେଲେ ଅନେକ ଛୋଟ ଛୋଟ ଶିଳ୍ପ ଗଢି ଉଠିବ। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ମିଳିବ। କେନ୍ଦ୍ରାପଡା ସହ ଉପକୃତ ହେବେ ଜଗତସିଂହପୁର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ବାସିନ୍ଦା ।

ଅନ୍ୟପଟେ, କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲ୍‌ର ପ୍ରସ୍ତାବିତ ସର୍ବବୃହତ୍ ଷ୍ଟିଲ୍ ପ୍ଲାଣ୍ଟକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ (political party) ଭିତରେ ବୟାନବାଜି ଥମିବାର ନାଁ ନେଉନି । ବିଜେଡି (bjd) ଏହାକୁ ବିକାଶର ଶିଳ୍ପ ବୋଲି ଅଭିହିତ କରିଥିବା ବେଳେ ବିଜେପି (bjp) ଓ କଂଗ୍ରେସ (congress) କହିଛନ୍ତି, ଶିଳ୍ପ ପ୍ରତିଷ୍ଠା କେବଳ ପ୍ରତିଶ୍ରୁତିରେ ସୀମିତ ରହୁଛି ।

ଜାପାନରୁ ଆସିଲା ବଡ଼ ନିବେଶ

ଜାପାନରୁ ୨୬ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ‘ଓଡ଼ିଶା ବିଜିନେସ୍ ମିଟ୍‌’ (odisha business)ରେ ମିଳିଛି ଏହି ପ୍ରତିଶ୍ରୁତି । ଜାପାନ ଏବଂ ଓଡ଼ିଶା ନିବେଶକଙ୍କ ମଧ୍ୟରେ ଆଲୋଚନା ହୋଇଛି । ହାଇଡ୍ରୋଜେନ, ଗ୍ରୀନ୍‌ ଆମୋନିଆ, IT କ୍ଷେତ୍ରରେ ହେବ ନିବେଶ । ଲଜିଷ୍ଟିକ୍ସ, ଷ୍ଟିଲ୍‌ ଆଣ୍ଡ ମେଟାଲ କ୍ଷେତ୍ରରେ ବି ପୁଞ୍ଜି ନିବେଶ ପ୍ରସ୍ତାବ । ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚନା । ୧୨ଟି ପ୍ରତିଷ୍ଠିତ କମ୍ପାନୀ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶା ବିଜିନେସ୍ ମିଟ୍‌ରେ ଉପସ୍ଥିତ ଥିଲେ ୨୦୦ ନିବେଶକ ।ଜାପାନର ନିବେଶକଙ୍କୁ ଓଡ଼ିଶା ନିମନ୍ତ୍ରଣ କରିଛନ୍ତି ନବୀନ । ଧଉଳି, ଉଦୟଗିରି, ରତ୍ନଗିରି ଓ ଲଳିତଗିରି ଆସିବା ପାଇଁ ନିମନ୍ତ୍ରଣ ।

ଏହି ଖବର ପଢ଼ନ୍ତୁ -  ଖୁସି ଖବର... ମାତ୍ର ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର !

https://www.youtube.com/watch?v=WrMq7xL66_0
Published by:Soubhagya Mishra
First published: